ଜଳେଶ୍ୱର,-(ନ.ନ୍ୟୁ.ସ)- ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋବରଘଟା ପଂଚାୟତର ଅଗ୍ରୱାଲା ସୀମାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଚଳିତ ମ୍ୟାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରିଥିବା ୩ ଶ୍ରେଷ୍ଠ ଛାତ୍ରଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରିବା ପାଇଁ ଏକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଲକ୍ଷ୍ମଣନାଥ ପଂଚାୟତର ପୂର୍ବତନ ସରପଞ୍ଚ ବସନ୍ତ କୁମାର ଦାସଙ୍କ ପୋୖରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁର୍ଯ୍ୟ।ନନ୍ଦ ପାଳ ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଓ ସତ୍ୟବାଦୀ ହେବା ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ହାଇକୋର୍ଟର ଆଇନଜୀବୀ ସୁକୁମାର ରଣା, କମିଟି ସଭ୍ୟ ନାରାୟଣ ପ୍ରସାଦ ଜେନା, ସମାଜସେବୀ ଖଗେନ୍ଦ୍ର ନାଥ ରଣା, ରବୀନ୍ଦ୍ର କୁମାର ବାରିକ,ଦିଗମ୍ବର ରାଉଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଚିତା ସରେନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ନିବେଦନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଉଦୟନାଥ ମାରାଣ୍ଡି, ସ୍ୱାଧୀନ ସିଂ,ଶିକ୍ଷୟତ୍ରୀ ବିଜୟଲଷ୍ମୀ ମହାପାତ୍ର, ପୁଷ୍ପାଞ୍ଜଳି ସିଂହ, ସବିତା ଦାସ,ସନ୍ଧ୍ୟା ରାଣୀ ବେହେରା ଶିକ୍ଷା କର୍ମଚାରୀ ସତ୍ୟବ୍ରତ ଶତପଥୀ ଓ ଆରତୀ ମାରାଣ୍ଡି ପ୍ରମୁଖ ଯୋଗଦେଇ ନିଜର ଅଭିଜ୍ଞତା ଓ ଉପଦେଶ ପ୍ରଦାନ କରିଥିଲେ।ଏହି ଅବସରରେ ବିଶିଷ୍ଟ ଅଳଙ୍କାର ବ୍ୟବସାୟୀ ଖଗେନ୍ଦ୍ର ନାଥ ରଣା ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବାଧିକ ନଂ ରଖି ପ୍ରଥମ ସ୍ଥାନ ଲାଭ କରିଥିବା ଦିବ୍ୟଜ୍ୟୋତି କୁଇଲାଙ୍କୁ ୧୦ହଜାର, ଦ୍ୱିତୀୟ ସ୍ଥାନ ଲାଭ କରିଥିବା ସୌମେନ ଦଳେଇଙ୍କୁ ୫ ହଜାର ଓ ତୃତୀୟ ସ୍ଥାନ ଲାଭ କରିଥିବା ରଜତ କୁମାର ବେହେରାଙ୍କୁ ୩ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।ସେହିପରି ବିଦ୍ୟାଳୟ ପକ୍ଷରୁ ମଧ୍ୟ ୩ ଜଣ କୃତୀ ଛାତ୍ରଙ୍କୁ ମୋମେଣ୍ଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।