ଆଜି ବରଗଡ ଜିଲ୍ଲାର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ୩୯ ତମ ପ୍ରତିଷ୍ଠା ଦିବସ ୩୯ଟି ଦ୍ବପ ପ୍ରଜ୍ବଳନ,୩୯ଟି ବୃକ୍ଷରୋପଣ ଓ ୩୯ଟି ତୀରନ୍ଦାଜ ସହ ପାଳିତ ହୋଇ ନୁଆଁପଡା,ବଲାଙ୍ଗୀର,କଳାହାଣ୍ଡି,ସୁନ୍ଦରଗଡ,ସମ୍ବଲପୁର,ଛତିଶଗଡ ଅଞ୍ଚଳରୁ ଆସିଥିବା ଶତାଧିକ କାର୍ଯ୍ଯକର୍ତ୍ତା ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଶ୍ରୀ ଦୁର୍ଯ୍ଯୋଧନ ପୁଟାଙ୍କ ନେତୃତ୍ବରେ ନୃସିଂହନାଥ ମନ୍ଦିର ରୁ ପାରମ୍ପରିକ ଆଦିବାସୀ ବାଦ୍ଯ ସହ ଏକ ଶୋଭାଯାତ୍ରାରେ ଆସି ଗାନ୍ଧୀସ୍ମୁତି ପୀଠରେ ଠାରେ ସ୍ଥାପିତ ମାହାତ୍ମ୍ୟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶୋଭାଯାତ୍ରାରେ ସମସ୍ତେ ଭାଗବତତତ୍ତ୍ବ ଯୋଗାଶ୍ରମ ରେ ପହଞ୍ଚି ଥିଲେ । ପୂର୍ବତନ ଆବାହକ ଶ୍ରୀ ରାହାସ ବିହାର ସାହୁଙ୍କ ତତ୍ୱାବଧାନରେ ପୂର୍ବତନ ଆବାହକ ତଥା ସାମ୍ବାଦିକ ଶ୍ରୀ ଧିରେନ ମହାନ୍ତି ସଭା ପରିଚାଳନା କରିଥିଲେ ।ସଭା ପ୍ରାରମ୍ଭରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପ୍ରତିଷ୍ଠାତା ସଦସ୍ଯ ଶ୍ରୀ ଗଙ୍ଗାଧର ସାହୁ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟରେ ରଚିତ ଗୀତ ଗାଇ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପ୍ରମୁଖ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଆନ୍ଦୋଳନର ଆତିତ ଇତିହାସ ଉପରେ ବକ୍ତବ୍ଯ ପ୍ରଦାନ କରିଥିବା ବେଳେ ବୋଡାସମ୍ବର ଜମିଦାର ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା,ସରପଞ୍ଚ ଶ୍ରୀ ଦିଲ୍ଲୀପ ବେହେରା,ରଘୁବୀର ସିଂହ ବରିହା,ଧବଲେଶ୍ଵର ବରିହା,ଝସକେତନ ସାହୁ,ତୋଫାନ ଠାକୁର,ପୁରନ୍ଦର ସାହୁ,ଯୋଗେନ୍ଦ୍ର ଭୋଇ,ମଙ୍ଗନ ବରିହା,ଗୋବିନ୍ଦ ବନଛୋର,ଜମ୍ବୋବତୀ ବିଜିରା,ପ୍ରତିମା ବଗାର,ଦୁଃଶାସନ କୁମ୍ଭାର,ଲଳିତ ଜଗତ,ଗୋପାଳ ରଣା,ଭିକ ସାହୁ,ବାଜିବନ ନାୟକ,ଡୁଲାମଣି ପାଣ୍ତେ,ସଫେଇ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପିପଲଖୁଣ୍ଟା ଗ୍ରାମରେ ସ୍ଥାପତ ଗନ୍ଧମାର୍ଦ୍ଦନ ସୁରକ୍ଷା ସ୍ମୃତି ସ୍ତମ୍ଭ କୁ ଆଗାମୀ ମାସରେ ଉନ୍ମୋଚିତ କରିବା ପାଇଁ ସମାବେଶ ରେ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଆସନ୍ତା ବର୍ଷ ଠାରୁ ଅଗଷ୍ଟ ୧୯ ଯୁବ ପରିଷଦ ପ୍ରତିଷ୍ଠା ଦିବସ ପ୍ରତି ଗାଁ ସ୍ତରରେ ପାଳନ ପାଇଁ ନିଷ୍ପତ୍ତି ନିଆ ଯାଇଛି ।