ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ସୌମ୍ୟ

ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନର ଅନୁଚିନ୍ତା ନେଇ ଜାରି ରହିଛି ଚର୍ଚ୍ଚା । ରାଜ୍ୟର ପ୍ରମୁଖ ଗଣମାଧ୍ୟମଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ସୌମ୍ୟରଞ୍ଜନଙ୍କ ଆମଘରର ହାଲଚାଲ, ଅନୁଚିନ୍ତାକୁ ନେଇ ଆଲୋଚନା ହେଉଛି ।
ତେବେ ତାଙ୍କର ଏଭଳି ମତକୁ ଅନେକ ସମର୍ଥନ କରୁଥିବାବେଳେ ଆଉ କିଛି ଭିନ୍ନ ଚର୍ଚ୍ଚା କରୁଛନ୍ତି । ଯାହାକୁ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଛନ୍ତି ସୌମ୍ୟରଞ୍ଜନ । ଯେଉଁମାନେ ସମାଲୋଚନା କରୁଛନ୍ତି, ସେମାନଙ୍କୁ ଆଲେଖ୍ୟଟି ଭଲ ଭାବରେ ପଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ଏବଂ ପୁଣି ଥରେ ପାର୍ଟି ଅପେକ୍ଷା ମାଟି ବଡ ବୋଲି ଦୋହରାଇଛନ୍ତି । ସେ ରାଜନୈତିକ ଦଳରେ ଅଛନ୍ତି ବୋଲି, ତାଙ୍କ ସ୍ୱାର୍ଥକୁ ଜଗିବା ପାଇଁ ସାମ୍ବାଦିକମାନେ ମାଟିର ଅବହେଳା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ।

Leave A Reply

Your email address will not be published.