କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡ଼ାହାଡ଼ ଗାଁ’ରେ ଜମିବାଡ଼ି ବିବାଦ ଧୀରେ ଧୀରେ ଉଗ୍ରରୂପ ନେବାରେ ଲାଗିଥିବା ବେଳେ ଏହାର ସମାଧାନ କରିବାରେ କଣ୍ଟାବାଞ୍ଜି ପୁଲିସ ବିଫଳ ହୋଇଛନ୍ତି, ଫଳରେ ଗାଁ’ର ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ବର୍ଷ ଧରି ଝାମେଲା ଲାଗି ରହିଛି, ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗାଁ’ର ଅନାଦି ପୁଟେଲ (୪୫) ନାମକ ଜଣେ ବ୍ୟକ୍ତି ଗାଁ’ର ଆଦିବାସୀ ଜମିକୁ ତାଙ୍କ ଅନ୍ୟ ଜଣେ ଆଦିବାସୀ ବନ୍ଧୁଙ୍କ ନାମରେ କିଣିଥିଲେ ବୋଲି ଅନାଦି ପ୍ରକାଶ କରିଛନ୍ତି, ତୁଲେସ୍ଵର କୁଅଁର ଓ ଟିକେଲାଲ କୁଅଁରଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କାରେ କିଣିଥିଲେ, ସେହି ଜମିକୁ ଅନାଦିଙ୍କ ପୁତୁରା ପୂର୍ଣ୍ଣ ପୁଟେଲ ଜାଲିଆତି କରି କନ୍ଦବାହାଲ ଗାଁ’ର ନନ୍ଦ ଜାନିଙ୍କ ଠାରେ ବିକ୍ରି କରିଦେଇଛନ୍ତି ବୋଲି କଣ୍ଟାବାଞ୍ଜି ଥାନାରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି, ଅନାଦି ପୁଟେଲ ଗତ ୧୭ ତାରିଖରେ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ ଯାହାର କେଶ ନଂ ୦୨୩୮/୧୭/୮/୨୦୨୩ ଆଧାରରେ ମାମଲା ରୁଜୁ ହୋଇଛି, କିନ୍ତୁ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ୨୬ ତାରିଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପୁଣି ଅଭିଯୋଗ କରିବା ପରେ, କଣ୍ଟାବାଞ୍ଜି ଥାନାକୁ ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ ଦେଇଥିଲେ ତେଣୁକରି କଣ୍ଟାବାଞ୍ଜି ପୁଲିସ କୁକୁଡ଼ାହାଡ଼ ଗାଁକୁ ତଦନ୍ତ ପାଇଁ ଯାଇଥିଲେ, ଅନାଦି ପୁଟେଲ ସେତେବେଳେ ଖାଉଥିଲେ ଓ ପୁଲିସ ପହଞ୍ଚି ଉକ୍ତ ଜମି ନିକଟକୁ ଯାଇ ସମୀକ୍ଷା କରିବାକୁ କହିଥିଲେ, ପୁଲିସ ସହ ଅନାଦି ଉକ୍ତ ଜମିକୁ ଗଲାପରେ ପୂର୍ଣ୍ଣ ପୁଟେଲ. ନୀଳାମ୍ବର ପଟେଲ ଓ ଦୁଧ ପୁଟେଲ ୩ ଜଣ ବ୍ୟକ୍ତି ମାରଣାସ୍ତ୍ର ଧରି ପହଞ୍ଚିଥିଲେ ଓ କଣ୍ଟାବାଞ୍ଜି ଥାନାର ଦକ୍ଷ ପୁଲିସ ବୋଲି ଯେଉଁ ମାନଙ୍କୁ କୁହଯାଉଥିଲା ତାଙ୍କ ସମ୍ମୁଖରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ, ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ଯେ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଅନାଦି ଯିବା ହେଲା କାଲଃ ବୋଲି ବୁଦ୍ଧିଜୀବି ମାନଙ୍କର ଆଲୋଚନା ହେଉଛି,