ବିଦ୍ୟାଳୟରେ ଶିକ୍ଷକଙ୍କ ଉନ୍ମତ କାଣ୍ଡ

କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡ଼ଙ୍ଗରପଡା ପଞ୍ଚାୟତ ଦନ୍ଦରା ଗାଁ’ର ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଜୀବନ୍ୟାସ ମାଝୀ ଓ  ଅଶୋକ ଦୀପଙ୍କୁ ବହିଷ୍କାର ଦାବିରେ ଅଭିଭାବକ ଓ ଗ୍ରାମବାସୀ ମାନେ ସ୍କୁଲରେ ଦୁଇ ଘଣ୍ଟା ଧରି ତାଲା ପକାଇ ଆନ୍ଦୋଳନ କରିଥିଲେ, ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ଗାଳିଗୁଲଜ କରିବା ସହ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ, ଖବର ପାଇ ମୁରିବାହାଲ ବିଇଓ ଶାନ୍ତନୁ ପରିହାରି ଘଟଣା ସ୍ଥଳକୁ ପହଞ୍ଚି ଗ୍ରାମବାସୀ ଓ ଅଭିଭାବକ ମାନଙ୍କୁ ବୁଝାସୁଝା କରି  ୨ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ବଦଳରେ ଅନ୍ୟ ଶିକ୍ଷକ ନିୟୋଜିତ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ତାଲା ବନ୍ଦ ଆନ୍ଦୋଳନରୁ ଓହରିଥିଲେ ଗ୍ରାମବାସୀ, ଦୀର୍ଘ ୨ ଘଣ୍ଟା ଧରି ତାଲା ପକାଇବାରୁ ପାଠପଢ଼ା ବନ୍ଦ ରହିଥିଲା, ଗତ ଶନିବାର ଦିନ ମଧ୍ୟ ମଦ୍ୟପ ଅବସ୍ଥାରେ ସ୍କୁଲକୁ ଆସି ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ, ସ୍କୁଲ ସମୟରେ ବାରମ୍ବାର ନିଶା ସେବନ କରି ଆସୁଥିବାରୁ ଆଜି ଗୋଷ୍ଟି ଶିକ୍ଷା ଅଧିକାରୀ ଶାନ୍ତନୁ ପରିହାରି  ଶିକ୍ଷକ ଜୀବନ୍ୟାସ ମାଝୀଙ୍କୁ ସସପେଣ୍ଡ କରିଥିବା ସୂଚନା ଦେଇଛନ୍ତି, ଜଣେ ଶିକ୍ଷକ ହୋଇ ଏଭଳି ନିଶା ସେବନ କରି ଆସିଲେ ସ୍କୁଲରେ କଣ ପାଠ ପଢ଼ା ହେବ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଉଠିଛି ଅନେକ ପ୍ରଶ୍ନ..? ଉକ୍ତ ଶିକ୍ଷକଙ୍କ ମଦ୍ୟପାନ ନୀତିକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି

Leave A Reply

Your email address will not be published.