ବାରିପଦା,ଶାମାଖୁଣ୍ଟା ୨୮.୮.୨୦୨୩ ରିଖ ଶନିବାର ଦିନ ରଙ୍ଗମାଟିଆ,ସପଞ୍ଚୁଆଁ ସ୍ଥିତ ବନଭୂମି ମହାବିଦ୍ୟାଳୟ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଏବଂ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସହଯୋଗ ରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରକୁ ଓଡିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଉଦଘାଟନ କରିଥିଲେ , ରାଜ୍ୟସଭା ସାଂସଦ ଶ୍ରୀମତି ମମତା ମହାନ୍ତ, ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ର ଚେୟାରମ୍ଯାନ ଡକ୍ଟର ଦେବାଶିଷ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ମଧୁସୂଦନ ସିଂ, ସରପଞ୍ଚ ରୋହିଦାସ ସିଂ,ଶାମାଖୁଣ୍ଟା ବ୍ଲକ ଚେୟାରମ୍ଯାନ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ସିଂ,ସାମାଜ ସେବି ବିଲକାନ୍ ପ୍ରଭୁଦୟାଲ ନାଗ ଉପସ୍ଥିତ ଥିଲେ। ବନଭୂମି ମହାବିଦ୍ୟାଳୟ ର +୩ ଅଧ୍ୟକ୍ଷ ଶ୍ରୀଯୁକ୍ତ ହରିଶଚନ୍ଦ୍ର ମହାନ୍ତ ଓ +୨ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତାଂଶୁ କୁମାର ଦାସ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତଦାନ ଶିବିର ସମ୍ପାଦିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରଙ୍ଗମାଟିଆ ର ଡାକ୍ତର ଭୋଳାନାଥ ସିଂ, ବ୍ଲଡ୍ ବ୍ୟାଙ୍କ୍ ବାରିପଦା ର ଅଧିକାରୀ ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ମହାଦେବ ସିଂ, ଲଛମନ ସିଂ, ଲିପକ ମହାନ୍ତ,ସୁବ୍ରତ କୁମାର ସିଂ, ଦୀପକ କୁମାର ମହାନ୍ତ, ରବିନ୍ଦ୍ର କୁମାର ସିଂ ପ୍ରମୁଖ ଉପସ୍ଥିତ ରହି ନିଜେ ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।