ଖବର ଆଜିର….ତାରିଖ ୨୯/୦୮/୨୩, ମଙ୍ଗଳବାର

୧-ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୧’କୁ ନେଇ ଇସ୍ରୋର ବଡ ଘୋଷଣା, ସେପ୍ଟେମ୍ବର ୨ ଦିନ ୧୧ଟା୫୦ରେ ଲଞ୍ଚ ହେବ ଆଦିତ୍ୟ-ଏଲ୧।

୨-+2 ଦ୍ବିତୀୟ ପର୍ଯ୍ୟାୟ ନାମଲେଖା:ସରିଲା ଆବେଦନ,୪ରେ ପ୍ରକାଶ ପାଇବ ମେଧା ତାଲିକା।

୩-ରଘୁନାଥପୁର: କାଉଡ଼ିଆଙ୍କ ଉପରକୁ ମାଡ଼ିଗଲା ସ୍କର୍ପିଓ, ଛାତ୍ର ମୃତ,୨ଗୁରୁତର।

୪-ବାଳକାଟି: ରାଜଧାନୀରେ ବୁଲିଲା ଖଣ୍ଡା,ଗୋଡେଇ ହାଣିଲେ ଦୁର୍ବୃତ୍ତ,୬ ଗୁରୁତର, ରାସ୍ତା ଅବରୋଧ, ଉତ୍ତେଜନା।

୫-ପାତାଳ ଉପରେ ପଡ଼ିଛି ଭାରତର ନଜର, ସମୁଦ୍ରର ରହସ୍ୟ ଜାଣିବାକୁ ପାତାଳକୁ ଯିବ ‘ସମୁଦ୍ରଯାନ’।

୬-ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ନିଷ୍କ୍ରିୟ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା।

୭-କଂଗ୍ରେସ ଟିମରୁ ଖେଳିବେ ପୂର୍ବତନ ହକି ଅଧିନାୟକ। ତଳସରାରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ।

୮-ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବିଜୟ ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କଲା ଭିଜିଲାନସ।

୯-ଜାଭଲିନ୍‌ ଫିଙ୍ଗାଳି କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର। ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୦-ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର।

୧୧-କଟକ:ପଞ୍ଚଭୂତରେ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅନ୍ତିମ ସତ୍କାର।

୧୨-ବିଜେପିରେ ଯୋଗଦେଇପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ସେ ବିଜେପି ସହ ଯୋଗାଯୋଗରେ ଅଛନ୍ତି, କହିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

୧୩-ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ, ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର।

୧୪-ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ରକ୍ଷାବନ୍ଧନ ଉପହାର, ୪୮ ଘଣ୍ଟା ମାଗଣା ବସ୍‌ ଯାତ୍ରା କରିପାରିବେ ରାଜ୍ୟର ମହିଳା।

୧୫-ଗୁଣୁପୁର:ଶୈବ ପୀଠ ଦର୍ଶନ କରିବାକୁ ଯାଇ ଅଘଟଣ, ବଂଶଧାରାରେ ଭାସିଗଲେ ୨ ନାବାଳକ।

୧୬-ନୂଆଦିଲ୍ଲୀ : ରୋଜଗାର ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ସରକାରୀ ବିଭାଗ ପାଇଁ ଭର୍ଚୁଆଲରେ ନିଯୁକ୍ତି ପତ୍ର ବାଣ୍ଟିଲେ।

୧୭-ମୋଦୀ ପିନ୍ଧିବେ ରାକ୍ଷୀ: ପ୍ରଧାନମନ୍ତ୍ରୀଙ୍କୁ ନିଜ ହାତ ତିଆରି ରାକ୍ଷୀ ପଠାଇଲେ କେନ୍ଦ୍ରାପଡାର କମଳା ମହାରଣା।

୧୮-ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା, ୯ ବର୍ଷରେ ଖୋଲିଛି ୫୦ କୋଟିରୁ ଅଧିକ ଆକାଉଣ୍ଟ।

୧୯-ଏବେ ଦେଶରେ ଟମାଟୋ ଦର ୧୪ ଟଙ୍କାକୁ ଖସିଲା – କିଛି ଦିନ ମଧ୍ୟରେ ଦର ୯୫ ପ୍ରତିଶତ ହ୍ରାସ।

୨୦-ଆଗୁଆ ନିର୍ବାଚନ: ମମତା ବାନାର୍ଜୀଙ୍କ ଆଶଙ୍କା- ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ପୁତୁରା ଗିରଫ ହେବେ ବୋଲି କହିଲେ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.