ସକାଳର ଖବର, ୩୧-ଅଗଷ୍ଟ-୨୦୨୩, ଗୁରୁବାର
➡️୧-ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ରାଖି ପ୍ରସ୍ତୁତ l ଦୁଇ ଭାଇଙ୍କୁ ରାଖି ବାନ୍ଧିବେ ଭଉଣୀ ସୁଭଦ୍ରା l
➡️୨-ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି, ଲଞ୍ଚ୍ ପ୍ୟାଡ୍ ରେ ତୟାର ବିଶାଳ PSLV ରକେଟ୍ l ସେପ୍ଟେମ୍ବର ୨ ତାରିଖ ସକାଳ ୧୧ଟା ୫୦ରେ ଆଦିତ୍ୟ ଏଲ-୧ର ହେବ ଉତକ୍ଷେପଣ l
➡️୩-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଆଜି ଉଡ଼ିବ ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିବେ l
➡️୪-ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ l ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠେଇବା ପ୍ରକ୍ରିୟା ହେଲା ଆରମ୍ଭ l
➡️୫-ମୋଦୀଙ୍କ ଯୋଗୁଁ ବିଶ୍ୱ ଦରବାରରେ ବଢୁଛି ଭାରତର ପ୍ରଭାବ । ୬୮% ଭାରତୀୟ, ୨୮% ବିଦେଶୀଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ l ଭାରତ ଉପରେ ସବୁଠୁ ଅଧିକ ବିଶ୍ୱାସ କରୁଥିବା ଦେଶ ହେଉଛି ଇସ୍ରାଏଲ ।
➡️୬-ସେପ୍ଟେମ୍ବର ୧୧ରୁ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି)ରୁ ବସ୍ ଚଳାଚଳ ହେବ ଆରମ୍ଭ l ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପୁରୀ, ଅନୁଗୋଳ, ସମ୍ବଲପୁର ଏବଂ ରାଉରକେଲାକୁ ସିଏନବିଟିରୁ ବସ୍ ରହଣି ସହ ଯାତାୟାତ କରିବ।
➡️୭-ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ,ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା 2 ତାରିଖରେ ରାଜ୍ୟରେ ବର୍ଷା ଆରମ୍ଭ ହେବ।
➡️୮-IIIT ଭାଗଲପୁର ରିସର୍ଚ୍ଚର ପ୍ରସ୍ତୁତ କଲେ ଏକ ସ୍ପେଶାଲ ‘ଆପ୍’: ଏଣିକି ଘରେ ବସି ମୋବାଇଲରେ କରିପାରିବେ ‘TB’ ପରୀକ୍ଷା l ରୋଗୀମାନେ ନିଜର ଛାତିର ଏକ୍ସରେ ଫଟୋକୁ ଲଗାଇ ଟିବିକୁ ଚିହ୍ନଟ କରିପାରିବେ । ଆଇସିଏମଆର ପକ୍ଷରୁ ସାର୍ଟିଫିକେଟ ମିଳିବା ପରେ ଏହି ଆପକୁ ସର୍ବସାଧାରଣଙ୍କ ପାଇଁ ଲଞ୍ଚ କରଯିବ ।
➡️୯-ଆଜିଠାରୁ ଭୁବନେଶ୍ୱର ଷ୍ଟେସନରେ ଟ୍ରେନ୍ ସେବା ହେବ ସ୍ୱାଭାବିକ l
➡️୧୦-ଭୁବନେଶ୍ୱର ବିମାନବନ୍ଦରରେ ଚାଲୁହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଏକ୍ସପେରିମେଣ୍ଟାଲ ଅତ୍ୟାଧୁନିକ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର । ଏଣିକି ଜିରୋ ଭିଜିବିଲିଟିରେ ବିମାନକୁ କରିହେବ ଟ୍ରାକ୍ l
➡️୧୧-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ସ୍ଥିତ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟରେ ହେଲା ବିସ୍ଫୋରଣ l ୬ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର l
➡️୧୨-ଫିଲ୍ମ ‘ଯବାନ’ ରିଲିଜ୍ ହେବା ଆଗରୁ ବୈଷ୍ଣୋ ଦେବୀ ମନ୍ଦିରକୁ ଯାଇ ପ୍ରାର୍ଥନା କଲେ ଶାହରୁଖ୍ ଖାନ୍ l ଆଜି ଦୁବାଇର ବୁର୍ଜ ଖଲିଫାରେ ରିଲିଜ୍ ହେବ ଫିଲ୍ମ ଯବାନର ଟ୍ରେଲର l ସେହିପରି ଆଗାମୀ ୭ ତାରିଖରେ ହେବ ଫିଲ୍ମ ‘ଯବାନ’ ର ରିଲିଜ୍ l
➡️୧୩-ରାୟଗଡ଼ାରୁ ଉଠାଇନେଲେ, ବ୍ରହ୍ମପୁର ଘରେ ଆଣି ଛାଡ଼ିଲେ । ପ୍ରାୟ ୬ ଘଣ୍ଟା ଧରି କାହିଁକି ଓ କିଏ ଗାଏବ କଲା ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ? ୨୪ ଘଣ୍ଟା ବିତିଲା, ହେଲେ ଏବେ ସୁଦ୍ଧା ସସପେନ୍ସ ଉପରୁ ହଟୁନି ପରଦା।
➡️୧୪-ଗୁଳି କରି ଇ-କମର୍ସ ଜାଏଣ୍ଟ ଆମାଜନରେ କାର୍ଯ୍ୟଋତ ସିନିୟର ମ୍ୟାନେଜରଙ୍କୁ ବିଳମ୍ବିତ ରାତିରେ ଗୁଳି କରି କରାଗଲା ହତ୍ୟା l ମର୍ଡର ପଛରେ ‘ଡନ୍’ ହେବାର ଲକ୍ଷ୍ୟ l
➡️୧୫-ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଆପର ଦାବି, କେଜ୍ରିୱାଲଙ୍କୁ ଘୋଷଣା କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ l ଆଜି ଏବଂ ଆସନ୍ତାକାଲି ମୁମ୍ବାଇରେ ଦୁଇଦିନ ହେବ ଇଣ୍ଡିଆ ମେଣ୍ଟର ବୈଠକ l
➡️୧୬-ଅକ୍ଟୋବର ୨ ରେ ଲଞ୍ଚ ହେବ ୧୧ ମାସ ଧରି ବିହାରର ଗାଁ ଗାଁ ବୁଲି ପଦଯାତ୍ରା କରୁଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦଳ, ୨୦ଟି ଆସନରେ ଲଢ଼ିପାରନ୍ତି ନିର୍ବାଚନ l
➡️୧୭-ସାଟେଲାଇଟ ଫଟୋରେ ଧରାପଡିଲା ଚୀନର ମିଛ । ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ନିର୍ମାଣ କରୁଛି ଚୋରା ସୁଡ଼ଙ୍ଗ (ବଙ୍କର ) l ଅକ୍ସାସାଇ ଚୀନ ନିକଟରେ ଡ୍ରାଗନ ସେନା ବଙ୍କର କରୁଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲା l
➡️୧୮-ସାଇଫର୍’ ମାମଲାରେ ରିମାଣ୍ଡ୍ ମିଆଦ ବଢ଼ାଯିବାରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଜେଲ୍ରେ ରହିବେ ଇମ୍ରାନ୍ ଖାଁ l
➡️୧୯-ଜନସଂଖ୍ୟାକୁ ନେଇ ଚିନ୍ତାରେ ବେଜିଂ; ଏଣିକି ଶୀଘ୍ର ବିବାହ କରି ସନ୍ତାନ ଜନ୍ମ କଲେ ମିଳିବ ପୁରସ୍କାର l ୨୫ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଯୁବକ ଯୁବତୀ ବିବାହ କଲେ ତାଙ୍କୁ ୧୦୦୦ ୟୁୟାନ ବା ୧୩୭ ଡଲାର ଉପହାର ଦେବାକୁ ଚୀନ ସରକାର କଲେ ଘୋଷଣା ।
➡️୨୦-ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼, ପ୍ରବଳ ବର୍ଷା ଓ ପବନ ଯୋଗୁଁ ୮୫୦ରୁ ଅଧିକ ବିମାନ ଉଡ଼ାଣ ହେଲା ବାତିଲ l
➡️୨୧-ଏସିଆ କପ୍ : ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ l
➡️୨୨-ଦିନିକିଆରେ ବାବର ଆଜମଙ୍କ ନୂଆ ରେକର୍ଡ, ମାତ୍ର ୧୦୨ ଦିନିକିଆ ମ୍ୟାଚ୍ ଖେଳି ୧୯ଟି ସେଞ୍ଚୁରୀ ମାରି ତାଲିକାର ଟପ୍ରେ ଅଛନ୍ତି ଗ୍ରୀନ୍ ଆର୍ମିର ବାବର ଆଜମ। ତଳକୁ ଖସିଲେ ବିରାଟ l
➡️୨୩-କିକ୍ ବକ୍ସିଂ କ୍ଷେତ୍ରରେ ସ୍ୱର୍ଣ୍ଣ ପଦକ ପାଇ ଜାତୀୟ ସ୍ତରକୁ ମନୋନୀତ ହେଲେ ନୀଳଗିରି ଅଞ୍ଚଳର ଜ୍ୟୋତ୍ସ୍ନାରାଣୀ ଜେନା(୨୧)।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।