ରାଜନଗର -ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଏବେ ରଣକ୍ଷେତ୍ର ! ସୋସିଆଲ ମିଡ଼ିଆ ରୁ ଆରମ୍ଭ ହୋଇଥିବା ରାଜନୀତି ଆଜି ବିଶାଳ ମହାଭାରତରେ ପରିଣତ ହେବାକୁ ଯାଉଛି ! ବିଜେଡି ର ଦୁଇ ହେବି୍ୱେଟ ନେତା ବିଧାୟକ ଧ୍ରୁବ ସାହୁ ଏବଂ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷ ତଥା ବିଜେଡି ବ୍ଲକ ସଭାପତି ଅଶୋକ ପ୍ରତିହାରୀ! ଦୁହେଁ ଦୁହିଁଙ୍କର ଏକାଙ୍ଗିକ ସଂପର୍କ ଯେପରି କାଉ କୋଇଲି କିନ୍ତୁ ଆଜି ଏହି ସଂପର୍କରେ ତିକ୍ତତା ଲାଗିଯାଇଛି ! ଅଶୋକ ପ୍ରତିହାରୀ ବିଜେଡି ବ୍ଲକ ସଭାପତି ପଦବୀରେ ଦୀର୍ଘ ପନ୍ଦର ବର୍ଷ ଧରି ରହିଆସିଛନ୍ତି ପରେ ଧ୍ରୁବ ସାହୁ ବିଜେଡି ରୁ ବିଧାୟକ ଟିକେଟ ପାଇ ବିଧାୟକ ଆସନରେ ଜିତିଲା ପରେ ସେଉଠୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି ! ଯଦି ଲୋକ ପ୍ରିୟତା କଥା କହିବା ଦୁଇଜଣଙ୍କ ମଧ୍ୟରେ ତାହେଲେ ଅଶୋକ ଙ୍କୁ ଅଧିକ ଭଲ ପାଇବା ମିଳିଛି, ଏମିତିକି ଧ୍ରୁବ ସାହୁ ବିଧାୟକ ପଦବୀରେ ବିଜୟ କରିବା ପଛରେ ଅଶୋକ ଙ୍କ ହାତ ରହିଛି ଯାହା ସ୍ଥାନୀୟ ଏବଂ ଦଳୀୟ ନେତୃମଣ୍ଡଳୀ କହୁଛନ୍ତି ! ବିଭିନ୍ନ ସଭାସମିତିରେ ଅନେକ ଟଙ୍କା ଖର୍ଚ୍ଚ ହେଉଥିଲା ସେହି ସବୁ ଟଙ୍କା ଗୁଡିକୁ ଅଶୋକ ପ୍ରତିହାରୀ ନିଜ ପକେଟରୁ ଖର୍ଚ୍ଚ କରୁଥିଲେ ଏଥିପ୍ରତି ଧ୍ରୁବ ସାହୁଙ୍କର କିଛି ବି ଅବଦାନ ରହୁ ନଥିଲା ସବୁ ଟଙ୍କା ଏକା ଅଶୋକ ପ୍ରତିହାରୀ ଖର୍ଚ୍ଚ କରୁଥିଲେ ! ପରେ ପରେ ବିଧାୟକ ଧ୍ରୁବ ସାହୁ ଙ୍କ ଠାରୁ ଅଶୋକ ପ୍ରତିହାରୀ ଙ୍କ କ୍ରେଜ ଲୋକ ମାନଙ୍କ ନିକଟରେ ବୃଦ୍ଧି ହେବାକୁ ଲାଗିଲେ ଦଳ ବି ସମସ୍ତ ଦାଇତ୍ୱ ଅଶୋକ ଙ୍କୁ ଦେଉଥିଲା, ଏହି ଲୋକ ପ୍ରିୟତାକୁ ଅଶୋକ ପ୍ରତିହାରୀ ଙ୍କ ଶୁଭେଛୁ ମାନେ ସୋସିଆଲ ମିଡିଆରେ ଏକ ଫ୍ୟାନ୍ସ ଗ୍ରୁପ କରି ସେଥିରେ ପୋଷ୍ଟ କଲେ ଯାହା ଧ୍ରୁବ ଙ୍କୁ ସହ୍ୟ ହେଲାନାହିଁ, ସେଉଠୁ ଆରମ୍ଭ ହେଲା ତିକ୍ତତା ତାପରେ ଯେତେବେଳେ ଅଶୋକ ତାଙ୍କ ୩୧ ନମ୍ବର ଜୋନ ରେ ବିଧାୟକ ଙ୍କୁ ନ ଜଣାଇ ଭତ୍ତା ଟଙ୍କା ଲୋକ ମାନଙ୍କୁ ବାଣ୍ଟିଲେ ପରେ ଏ କଥା ଶୁଣି ବିଧାୟକ ଧ୍ରୁବ ସାହୁ ଅଶୋକ ଙ୍କୁ ଅନେକ ଅପଶବ୍ଦ ବ୍ୟବହାର କଲେ ଯାହା ଦ୍ୱାରା ଅଶୋକ ନିଜ ଆତ୍ମ ସମ୍ମାନ ରକ୍ଷା କରି ନିଜକୁ ଧ୍ରୁବ ସାହୁଙ୍କ ଠାରୁ ଦୁରେଇ ରଖିଲେ ! ପରବର୍ତ୍ତୀ ସମୟରେ ବିଧାୟକ ଧ୍ରୁବ ସାହୁ ଡ଼ଙ୍ଗମାଳ ଦୁର୍ଗା ମଣ୍ଡପ ଠାରେ ଏକ ଦଳୀୟ ମିଟିଙ୍ଗ ଆୟୋଜନ କରିଥିଲେ ଏଥିରେ ବିଜେଡି ଦଳର ସମସ୍ତ କର୍ମୀ ମାନଙ୍କୁ ଡକା ଯାଇଥିଲା କିନ୍ତୁ ଅଶୋକ ଙ୍କୁ ନୁହେଁ ! ସେହି ସଭାରେ ବିଧାୟକ ଧ୍ରୁବ ସାହୁ ସମସ୍ତ କର୍ମୀ ମାନଙ୍କୁ ଆଖିରେ ଲୁହ ଗଡ଼ାଇ ନିବେଦନ କରିଥିଲେ କହିଥିଲେ ଦୟାକରି ସମସ୍ତେ ମୋବାଇଲ ଫୋନ ସୁଇଚ ଅଫ କରିବାକୁ ବିଧାୟକ ଙ୍କ କଥା ମାନି ସମସ୍ତେ ମୋବାଇଲି ଫୋନ ସୁଇଚ ଅଫ କରିଦେଇଥିଲେ ତାପରେ ବିଧାୟକ ଧ୍ରୁବ ସାହୁ ଅଶୋକ ଙ୍କୁ ଦଳରୁ ବାହାର କରିବାର ଆଦେଶ ସମସ୍ତଙ୍କୁ ଦେଇଥିଲେ ଯାହାର ଆଧାର ହେଇଥିଲେ ଡେରା ପଞ୍ଚାୟତର ସରପଞ୍ଚ ନିରଞ୍ଜନ ରାଉତ! ନିରଞ୍ଜନ ରାଉତ ଙ୍କ ମାଧ୍ୟମରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଙ୍କୁ ଅଶୋକ ଙ୍କ ଦଳ ବିରୋଧୀର ଏକ ମିଛ କାହାଣୀ ଲିଖିତ ଆକାରରେ ଦେଇଥିଲେ, ତାହାର ଠିକ କିଛି ସମୟ ପରେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ଙ୍କ ନିକଟକୁ ଜିଲ୍ଲା କାର୍ଯ୍ୟକାରିଣୀର ମୁଖ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ କଲ ଆସିଥିଲା ଏହି କଲ ରେ ଥିଲା ଅଶୋକ ଙ୍କୁ ବ୍ଲକ ସଭାପତି ପଦବୀରୁ ପଦଚ୍ୟୁତି କରିବା ସହିତ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ, ଏହି କଲ ପରେ ସାଙ୍ଗେ ସାଙ୍ଗେ ଶ୍ରୀ ପରିଡା ଅଶୋକ ଙ୍କୁ କାରଣ ଦର୍ଶାଅ ନୋଟିସର କିଛି ସମୟ ନ ପୂରୁଣୁ ତାଙ୍କୁ ବ୍ଲକ ସଭାପତି ପଦବୀରୁ ବରଖାସ୍ତ କରା ଯାଇଥିଲା ଯାହା ସମ୍ବିଧାନ ସ୍ୱୀକୃତି ଦେଇନି ! ତାପରେ ସେହି ସ୍ଥାନରେ ନୂତନ ବ୍ଲକ ସଭାପତି ନିରଞ୍ଜନ ରାଉତ ଙ୍କୁ ବ୍ଲକ ସଭାପତି କରାଗଲା ! ଏପରି ହେବା ପରେ ଅଶୋକଙ୍କ ସମର୍ଥକ ରାଗିପାଚି ଲାଲ ପଡିଯାଇଛନ୍ତି, ବାସ୍ତବରେ ଧ୍ରୁବ ସାହୁ ଙ୍କ ଠାରୁ ଅଧିକ ବିଜେଡି ସମର୍ଥକ ଅଶୋକ ଙ୍କ ପଛରେ ରହିଛନ୍ତି କେବଳ ଧ୍ରୁବ ସାହୁ ବର୍ତ୍ତମାନର ବିଧାୟକ ହେତୁ ତାଙ୍କୁ ଭୟ କରି ଲୁଛି ରହିଛନ୍ତି ଅପେକ୍ଷା କରିଛନ୍ତି କୋଡ଼ ଅଫ କଣ୍ଡକ୍ଟକୁ ଯେତେବେଳେ କୋଡ଼ ଅଫ କଣ୍ଡକ୍ଟ ଘୋଷଣା ହେବ ସେତେବେଳେ ସମସ୍ତ ବିଜେଡି କର୍ମୀ ଅଶୋକ ମୁହାଁ ହେବେ ଯାହା ବିଶେଷ ସୂତ୍ରରୁ ଖବର ମିଳିଛି ! ଅନ୍ୟ ପକ୍ଷରେ କହିବାକୁ ଗଲେ ଧ୍ରୁବ ଙ୍କ ଭାବ ମୂର୍ତ୍ତି ଠାରୁ ଅଶୋକ ଙ୍କ ଭାବ ମୂର୍ତ୍ତି ଅନେକ ଗୁଣରେ ଆଗରେ ଧ୍ରୁବ ଙ୍କ ନାଁରେ ଧାନ ଚୋରି, ଜଳ ସମ୍ପଦ ବିଭାଗରୁ ଜାଲିଆତି ବିଲ,ମଳି ମୁଣ୍ଡିଆ ଶବ୍ଦ, ବିଭିନ୍ନ ଟେଣ୍ଡର ଦୁର୍ନୀତି ଭଳି ଅନେକ ଆରୋପ ରହିଛି ! ମାତ୍ର ଏହି ସବୁ ଅପବାଦ ପରେ ବି ଧ୍ରୁବ ସାହୁ ବିଜୟ ଲାଭ କରିବାର ଗୋଟିଏ ବାଟ ଥିଲା ତାହା ହେଉଛି ଅଶୋକ ପ୍ରତିହାରୀ ଯାହା ନିଜେ ବିଧାୟକ ତାଙ୍କ ହାତରୁ ହାତଛଡା କରି ଦେଇଛନ୍ତି ! ଏବେ ଅଶୋକଙ୍କ ପ୍ରତି ଅନେକ ଜନ ସମର୍ଥନ ରହିଛି ଏହାକୁ ଆଖି ଆଗରେ ରଖି ଅଶୋକ କହିଛନ୍ତି ମୁଁ କେବେ ଆଉ ଧ୍ରୁବ ସାହୁ ଙ୍କ ଜୟ କରିବିନି ସେ ଅନେକ ଦୁର୍ନୀତିର ବାଦଶାହ ସାଜିଛନ୍ତି ତାଙ୍କର ଜୟ କରିବା ଯାହା ଦୁର୍ନୀତିର ଜୟ କରିବା ସେଇଆ! ତେଣୁ ମୁଁ ଏକା ଲଢ଼ିବି !