ଜର୍ସିରେ ‘ଟିମ୍ ଇଣ୍ଡିଆ’ ପରିବର୍ତ୍ତେ ‘ଟିମ୍‍ ଭାରତ’ ଲେଖାଯାଉ : ସେହୱାଗ


ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦଳର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଶ୍ରୀଲଙ୍କା ଗସ୍ତରେ ଥାଇ ଦଳ ଘୋଷଣା କରିଛନ୍ତି । ଏହା ସହ ବିସିସିଆଇ ମଧ୍ୟ ସୋସିଆଲ ମିଡିଆରେ ଦଳକୁ ସେୟାର କରିଛି । ଏଥିରେ ୨୦୨୩ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳ ରହିଛି । କିନ୍ତୁ ଭାରତୀୟ ଦଳର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ବିସିସିଆଇର ଏହି ଟୁଇଟ୍‍କୁ ପସନ୍ଦ କରିନାହାନ୍ତି ।
ଜର୍ସିରେ ‘ଟିମ୍‍ ଭାରତ’ ଲେଖାଯାଉ
ଇଣ୍ଡିଆ ଓ ଭାରତ ନାମକୁ ନେଇ ଦେଶରେ ବିବାଦ ଲାଗି ରହିଛି । ଏହାକୁ ନେଇ ସମସ୍ତେ ନିଜ ନିଜର ମତାମତ ଦେଉଛନ୍ତି । ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ମଧ୍ୟ ଏଥିରେ ଡେଇଁ ପଡ଼ିଛନ୍ତି । ସେ ବିସିସିଆଇର ଟୁଇଟରେ ଲେଖିଛନ୍ତି- ଟିମ୍ ଇଣ୍ଡିଆ ନୁହେଁ । ଚଳିତ ବିଶ୍ୱକପ୍ରେ ଯେତେବେଳେ ଆମେ କୋହଲି, ରୋହିତ, ବୁମ୍ରା, ଜାଡ଼ୁଙ୍କୁ ଉତ୍ସାହିତ କରୁଛୁ, ଆଶା କରୁଛୁ ଆମ ହୃଦୟରେ ଭାରତ ଅଛି ଏବଂ ଖେଳାଳିମାନେ ଜର୍ସି ପିନ୍ଧିବେ ଯେଉଁଥିରେ ‘ଭାରତ’ ଲେଖାଥିବ ।

Leave A Reply

Your email address will not be published.