ପୋଲସରା ବିଧାୟକ ଓ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ

ପୋଲସରା-ତା-୨୦.୦୯.୨୦୨୩ ରିଖ – ଓଡ଼ିଶାର ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅଙ୍କୁ ଜୀବନରୁ ମାରି ଦେବାଭଳି ହତ୍ୟା ଷଡ଼ଯନ୍ତ୍ର କରା ଯାଇଥିବା ନେଇ ମଙ୍ଗଳବାର ପୋଲସରା ଥାନାରେ ଏତଲା ଦେଇଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ । ଏଭଳି ସଙ୍ଗିନ ଅପରାଧିକ ଗତିବିଧିକୁ ନେଇ ବିଧାୟକ ଶ୍ରୀ ସାହୁ ଓ ତାଙ୍କ ଝିଅଙ୍କୁ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଧାୟକ ଶ୍ରୀ ସାହୁଙ୍କ ଏତଲାର ସୂଚନା ପ୍ରକାରେ ଚଳିତ ମାସ ୧୩ ତାରିଖ ସକାଳ ୮.୩୦ ଘଣ୍ଟ ସମୟରେ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ କୌଣସି ଏକ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଥିଲେ । ସେଠାରେ ସେ ତାଙ୍କ ମୋବାଇଲରେ ଦେଖିବାକୁ ପାଇଲେ ପୂର୍ବରୁ ତିକ୍ତତା ମଧ୍ୟରେ ଥିବା  ସଂଯୁକ୍ତା ମହଲାଙ୍କ ଫେସବୁକ୍ ର ଗୋଟିଏ ପୋଷ୍ଟରେ ବିକାଶ ବେହେରା ନାମକ ଏକ ଯୁବକ ଏବଂ ନିଜେ ସଂଯୁକ୍ତା ମହଲା ମଧ୍ୟରେ କିଛି ସମୟ ଚାଟିଂ ହୋଇଥିଲା । ଯେଉଁଥିରେ ପୋଲସରା ବିଧାୟକ ଶ୍ରୀସାହୁ ଓ ଭୁବନେଶ୍ୱର ସମ୍ ହସ୍ପିଟାଲର ମେଡ଼ିକାଲ କଲେଜରେ ପଢୁଥିବା ଝିଅଙ୍କୁ ଜୀବନରେ ମାରି ଦେବାଭଳି ଉଭୟଙ୍କ ମଧ୍ୟରେ  ଚାଟିଂରେ ବାର୍ତ୍ତାଳାପ ହୋଇଥିଲା । ଯାହା ଗଣତାନ୍ତ୍ରିକ ପଦ୍ଧତିର ବିଚାର ଧାରାକୁ ଅସନମ୍ମାନ କରାଯାଇଛି।  ପଦପଦବୀରେ ଥିବା ଜଣେ ବିଧାୟକ ଓ ତାଙ୍କ ପରିବାରଙ୍କୁ ସୋସିଆଲ ମିଡ଼ିଆରେ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେବ ସହ ଜୀବନରେ ମାରି ଦେବା ପାଇଁ ବିକାଶ ବେହେରା   ଧମକ ଦେଉଛି । ଅନ୍ୟ ପଟେ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ମହିଳା ଶ୍ରୀମତୀ ମହଲା ନିଜ ମୋବାଇଲ ନମ୍ବର ଦେଇ ଉଭୟ ହତ୍ୟା ଷଡ଼ଯନ୍ତ୍ର କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ବିଧାୟକ ଶ୍ରୀ ସାହୁ ନିଜ ଓ ନିଜ ପରିବାର ଜୀବନକୁ ସୁରକ୍ଷାକୁ ନେଇ ଛତ୍ରପୁର ଏସପିଙ୍କୁ ଜଣାଇ  ପୋଲସରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲସରା ଥାନାରେ ଉଭୟ ସଂଯୁକ୍ତା ଓ ବିକାଶ ଙ୍କ ନାଁରେ ୫୫୪/୨୦୨୩ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ନେଇ ଥାନା ଅଧିକାରୀ କୌଶିକ୍ ମାଝୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.