ଜୟପୁର ୨୦ା୯ ଅପହରଣ ମାମଲାରେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଗଡପଡର ଗ୍ରାମର ନରେନ୍ଦ୍ର ହରିଜନ (୨୦) । ପୋଲିସ ସୁଚନା ଅନୁଯାଇ ବିହାର ଅଲୋକ କୁମାର ପାସଓାନ (୩୦) ଗତ ୧୯.୯.୨୩ ଅଭିଯୋଗ କରିଥିଲେ ଯେ ଦେଢ ମାସ ହେବ ଅଜଣା ବ୍ୟକ୍ତି ଜଣକ ଫୋନ କରିଥିଲେ । ତାଙ୍କ ଅନୁରୋଦ କ୍ରମେ ଟ୍ରେନ ରେ ବିଶାଖାପାଟଣାରୁ ବାହାରି ଜୟପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ । ୨ଟି ଜଣ ବକ୍ତି ତାଙ୍କୁ ରିସିଭ କରି ଏକ ବାଇକରେ ଅଜଣା ଜାଗାକୁ ନେଲେ । ସେଠାରେ ୨ ଜଣ ଥିଲେ । ଆଲୋକ କୁ ଘରେ ରଖି ତାଙ୍କ ପରିବାରକୁ ଫୋନ ପେ ଜରିଆରେ ୨ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଟଙ୍କା ନଦେଲେ ଜୀବନ ରେ ମାରିଦେବାକୁ ଧମକ ଦେଲେ । ଆଲୋକ ର ବାପା ଙ୍କୁ କଲ କରିବାରୁ ସେ ଫୋନ ପେ ମାଦ୍ୟମରେ ୪୦ ହଜାର ଟଙ୍କା ପଠାଇଥିଲେ । ବଳକା ଟଙ୍କା ଆଣିବା ପାଇ ଅତ୍ୟାଚାର କଲେ । ୧୮.୯.୨୩ ତାରିଖରେ ବଳାକା ଟଙ୍କା ଆଣିବାକୁ ଦାବ କରିି ଅତ୍ୟାଚାର କରିବାରୁ ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଥିଲେ । ଶେଷରେ ଅପରାଧି ମାନେ ମୋବାଇଲ ଓ ୧୦ ହଜାର ଟଙ୍କା ଛାଡି ଚମ୍ପଟ ମାରିଥିଲୋ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଗଡପଡର ଗ୍ରାମର ନରେନ୍ଦ୍ର ହରିଜନ (୨୦) ଗିରଫ ରି କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଜଡିତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇ ଉଦ୍ୟମ କରୁଥିବା ସଦର ଥାନା ଅଧିକାରି ଦାୟିତ୍ୱ ରେ ଥିବା ଟାଉନ ଥାନା ଅଧିକାରି ସତ୍ୟା ନନ୍ଦ ପାତ୍ର ସୁଚନା ଦେଇଛନ୍ତି ।