ବତିଶ ବେଶ ରେ ପୂଜା ପାଉଛନ୍ତି ଗଜାନନ

ବାଲିଆପାଳ, ୨୦/୯ (ନ.ନ୍ଯୁ.ସ.) ବାଲେଶ୍ବର ଜିଲ୍ଲା ବାଲିଆପାଳ ବସ ଷ୍ଟାଣ୍ଡରେ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ  ଶ୍ରୀ ଗଜାନନ ବତିଶ ବେଶରେ ମଙ୍ଗଳାବର ସନ୍ଧ୍ୟାରୁ ପୂଜା ପାଉଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ପୂଜା ମଣ୍ଡପ ଆକର୍ଷଣୀୟର କେନ୍ଦ୍ରବିନ୍ଦୁ ସାଜିଛି। ମଣ୍ଡପର ତ୍ୱରଣଟିର କାନ୍ଥ ସପମସିଣାରେ ନିର୍ମାଣ ତିଆରି ହୋଇଥିବା ବେଳେ ତ୍ୱରଣଟିର କାନ୍ଥ  କୁଲା, ଚହ୍ଲା, ଖେଳି, ଝାଡୁ , ପାଛିଆ, ଟୁକେଇରେ ସୁସଜ୍ଜିତ କରଯାଇଛି । ଯାହାକି ଦର୍ଶକଙ୍କ ମନକୁ ନିଜ ଆଡ଼କୁ ଟାଣି ଆଣୁଛି। ଏହାଛଡା ବାଳ ଗଣପତି, ସିଦ୍ଧି ଗଣପତି, ବିଘନ ଗଣପତି, କ୍ଷୀପ୍ର ଗଣପତି, ମହାଗଣପତି ପରି ବତିଶ ନାମରେ ବତିଶ ବେଶରେ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି। ଏହି ଗଜାନନ ବେଶ ଓ ତ୍ୱରଣ ଦେଖିବା ପାଇଁ ଭକ୍ତଙ୍କ ଗହଳି ଲାଗୁଥିବାରୁ ଏହା ଆଗମୀ ଶୁକ୍ରବାର ଗଣେଷ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ସଂଘର ସଭାପତି ପରେଶ କୁମାର ଭୋଳ ସୂଚନା ଦେଉଛନ୍ତି। ସଂଘର ସମ୍ପାଦକ ଅନନ୍ତ ବାସୁଦେବ ଦିକ୍ଷୀତଙ୍କ ସହିତ ସଦସ୍ୟ ବିଶ୍ୱଜିତ ଜେନା, ଗୌତମ ପ୍ରଧାନ, ତାରାକାନ୍ତ ମୁଖୀ, ସୌମ୍ୟରଞ୍ଜନ ପାଞ୍ଜା, ସୁଜିତ ସାହୁ, ସତ୍ୟଜିତ ସେନାପତି, ଚନ୍ଦନ ବାରିକ, ମନୋରଞ୍ଜନ ଦାସ, ସୁଦୀପ ଜେନା, ବିଶ୍ୱଜିତ ମହାନ୍ତି, ସୁଶାନ୍ତ ଦଣ୍ଡପାଟ, ଚଦନ ସାହୁ, ଅମରେଶ ମହାପାତ୍ର, ଗଣେଶ ଚନ୍ଦ୍ର ବାରିକଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟ ସୁରୁଖୁରରେ ଚାଲିଛି ବୋଲି ସଭାପତି ଶ୍ରୀ ଭୋଳ କହୁଛନ୍ତି।

Leave A Reply

Your email address will not be published.