ମା’ ବେଲେଶ୍ୱରୀଙ୍କ ପୀଠରେ ନୂଆଖାଇ ପର୍ବ ପାଳିତ

ନିଶ୍ଚିନ୍ତକୋଇଲି ୨୦.୯ : ପଶ୍ଚିମ ଓଡିଶାରେ ନୂଆଖାଇ ପର୍ବ ବେଶ୍ ଧୁମ୍ ଧାମ୍ରେ ପାଳିତ ହେଉଥିଲା ବେଳେ ନିଶ୍ଚିନ୍ତକୋଇଲିସ୍ଥିତ ମା’ ବେଲେଶ୍ୱରୀଙ୍କ ପୀଠରେ ୧୧ ବର୍ଷ ହେଲା ନୂଆଖାଇ ପର୍ବ ପାଳିତ ହୋଇ ଆସୁଅଛି । ଆଜି ନୂଆଖାଇ ପର୍ବ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଗ୍ରାମର ମା’ ବେଲେଶ୍ୱରୀଙ୍କ ପୀଠରେ ନିଶ୍ଚିନ୍ତକୋଇଲି ପଂଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ସାହୁଙ୍କ ଆବାହକତ୍ୱରେ ଓ ଯୁବସମାଜସେବୀ ନିବାସ ଗାୟାଙ୍କ ସଂଯୋଜନାରେ ନୂଆଖାଇ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକ ,ଶିକ୍ଷାବିତ୍, ଯୁବକବନ୍ଧୁ ଓ ଗ୍ରାମବାସୀମାନେ ଉପସ୍ଥିତ ହୋଇ ଏହି ପର୍ବର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶୁକଦେବ ସ୍ୱାଇଁ, ଜୟଦେବ ନନ୍ଦ, ଗୋଲଖ ପରିଡା, ପ୍ରାକ୍ତନ ସରପଂଚ ରମେଶ ଚନ୍ଦ୍ର ସ୍ୱାଇଁ, ନିଶ୍ଚିନ୍ତକୋଇଲି ସରପଂଚଙ୍କ ପ୍ରତିନିଧି ହେମନ୍ତ କୁମାର ରାଉତ, ସୁଶାନ୍ତ କୁମାର ନାୟକ, ମାଧବ ଚରଣ ପଲାଇ, ବିଜୟ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ମହାପାତ, ରାଜକିଶୋର ନାୟକ, ସବିତା ଶତପଥି, ବିପିନ କୁମାର ରାଉତ, ଦୀପକ କୁମାର ସ୍ୱାଇଁ, ରମେଶ ରାଉତ, ମଞ୍ଜୁଲତା ମହାପାତ୍ର, ବାଇଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମା’ ବେଲେଶ୍ୱରୀଙ୍କ ଆଶିଷ ଲାଭ କରିଥିଲେ । ସ୍ଥାନୀୟ ସୁବିଜ୍ଞ ପୂଜକ ପଣ୍ଡିତ ସରୋଜ କୁମାର ଷଢଙ୍ଗୀଙ୍କ ଦ୍ୱାରା ମା’ ବେଲେଶ୍ୱରୀଙ୍କୁ ସ୍ନାନ ଓ ନୂତନ ବସ୍ତ୍ର ପରିଧାନ କରାଯିବା ସହ ନୂଆଧାନରୁ ପ୍ରସ୍ତୁତ ଚୂଡାଘସା ନୈବେଦ୍ୟ ଲାଗି କରାଯାଇଥିଲା । ପରେ ଉକ୍ତ ଚୂଡାଘଷା ଭୋଗକୁ ସମସ୍ତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.