ପିପିଲି; ପାର୍ବଣ ପୂର୍ବରୁ ପିପିଲି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କଡାକଡି ଟ୍ରାଫିକ ଚେକିଂ। ଜନଗହଳି ପୂର୍ଣ୍ଣ ରାସ୍ତାରେ ଯାତାୟାତ କଲେ ହେଲମେଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରିଛି ପିପିିଲି ପୋଲିସ। ତେବେ ସଂଧ୍ୟା ପରେ ପିପିିଲି ର ବିଭିନ୍ନ ମୁଖ୍ୟ ରାସ୍ତା ରେ କଡାକଡି ଚେକିଂ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ପୁରୀ ଜିଲ୍ଲା ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏହି ନିୟମକୁ କଡାକଡି କରାଯାଇଥିବା ପୋଲିସ କହିଛି ।
ଏଥର ଘରୁ ବାଇକ ଧରି ବାହାର କୁ ବାହାରିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରିଛି ପୋଲିସ। ନିୟମ ଉଲ୍ଲଘଂନ କିମ୍ବା ଅମାନିଆ ହେଲେ ଗଣିବେ ଫାଇନ । ଅମାନିଆ ମାନେ ହେଲମେଟ ନପିନ୍ଧି ବାହାର କୁ ବାହାରିଲେ ୫ଶହ ଟଙ୍କା ଫାଇନ୍ ରହିଥିବା ବେଳେ ଏକାଧିକ ଟ୍ରାଫିକ ଉଲଂଘନ କଲେ ଏକ ହଜାର ରୁ ଅଧିକ ଫାଇନ ଗଣିବେ ପିପିିଲି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟ କହିଛନ୍ତି।
ତେବେ ପାର୍ବଣ ପର୍ବ କୁ ଆଖି ଆଗରେ ରଖି ଅମାନିଆ ପ୍ରତି ଏଭଳି ଦଣ୍ଡ ବିଧାନ ରଖାଯାଇଛି । ଜନ ଗହଳିପୁର୍ଣ୍ଣ ରାସ୍ତାରେ ପ୍ରତ୍ୟେକ ଜୀବନ ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ବେଳେ ୟୁଜ ହେଲମେଟ ବି ସେଫ୍ ର ବାର୍ତ୍ତା ଦେଇ କହିଛନ୍ତି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟ।