ଜଳେଶ୍ଵର(ନ ନିଉ ସ) ଜଳେଶ୍ଵର ଥାନା ଦ୍ବାରା ୩୬ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ଆଇ ଫୋନ ଓ ନଗଦ ୪୯୦ ଟଙ୍କା ସହ ଜଣକୁ ଗିରଫ କରା ଯାଇଥିବା ଏସଡିପିଓ ଦୀଲ୍ଲିପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଜଳେଶ୍ଵର ପୋଲିସ କୌଣସି ସୂତ୍ରରୁ ଖବର ପାଇ ସକାଳ ସମୟରେ ଜଳେଶ୍ଵର ରେଳ ଷ୍ଟେସନ ନିକଟ ମାଲଗୋଦାମ ସାହି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ଅବସ୍ଥାରେ ଜଣେ ଯୁବକକୁ ଅଟକ କରିଥିବା ବେଳେ ତା’ ନିକଟରୁ ୩୬ଗ୍ରାମ ର ବ୍ରାଉନ ସୁଗାର ଜବତ କରିଥିଲା।ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଷାଠିଏ ହଜାର ଟଙ୍କା।ଗିରଫ ଯୁବକ ଜଣକ ହେଲେ ଭଦ୍ରକ ଥାନା ଚରମ୍ପା ସ୍ଥିତ ବଉଳପୋଖରୀ ସାହିର ସୁଶାନ୍ତ କୁମାର ମଲ୍ଲିକ ବୟସ ୨୨ ବର୍ଷ ବୋଲି ସୂଚନା ମିଳିଛି। ଜଳେଶ୍ଵର ପୋଲିସ ପକ୍ଷରୁ ଏନଡିପିଏସ କେସ ନମ୍ବର-୪୧୯/୨୩ ମୂଳେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ପଠାଇ ଥିବା ଏସଡିପିଓ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦିଲ୍ଲୀପ କୁମାର ସାହୁ, ଆଇଆଇସି ରଞ୍ଜନ କୁମାର ସେଠି,ଏସଆଇ ମଧୁସ୍ମିତା ସିଂ,ଏସଆଇ ଚିରଞ୍ଜିବ ରାଉତ୍, ଏଏସଆଇ ସନାତନ ବିଶ୍ଵାଳ ଓ ଅନ୍ୟ ପୋଲିସ ଅଧିକାରୀ, ଉପସ୍ଥିତ ଥିଲେ।