କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପ-କାରାଗାରରେ ଦୁଇ ଜଣ ବିଚାରାଧୀନ ଅଭିଯୁକ୍ତଙ୍କ ବିଚାର କରି ଆଜି କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ରାୟ ପ୍ରକାଶ ଦେଇଛନ୍ତି, ସୂଚନା ଯୋଗ୍ୟ ଯେ ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍ଖା ଗାଁ’ର କକା ନିରାକାର ପୁଟେଲ (୫୦) ଓ ପୁତୁରା ମଣିଚନ୍ଦ୍ର ପୁଟେଲ (୩୮) ଜମି ବାଡ଼ି ବିବାଦକୁ ଗ୍ରାମର ସନ୍ତୋଷ ପୁଟେଲକୁ ହତ୍ୟା କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟରେ ବିଚାରଧିନ ରହିଥିଲା ମାମଲା, ୨୦ ଏପ୍ରିଲ ୨୦୨୪ ମସିହାରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଏହି ରାୟ ଦେଇଛନ୍ତି କଣ୍ଟାବାଞ୍ଜି ଏଡ଼ିଜେ, ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ରାୟ ଦେଲେ ଏଡ଼ିଜେ କଣ୍ଟାବାଞ୍ଜି କୋର୍ଟ, ଦୁଇ ଅଭିଯୁକ୍ତ କାକା-ପୁତୁରା ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍ଖା ଗାଁ’ର ନିରାକାର ପୁଟେଲ ଓ ମଣିଚନ୍ଦ୍ର ପୁଟେଲ,
ସୂଚନା ଯୋଗ୍ୟ ଯେ ଗତ ୨୦୧୪ ମସିହା ଏପ୍ରିଲ ୨୦ ତାରିଖ ରାତିରେ ଚୁଲିଫୁଙ୍ଖା ଗାଁ’ର ସନ୍ତୋଷ ପୁଟେଲ ଘରର ଦ୍ୱାର ସମ୍ମୁଖରେ ଶୋଇଥିବା ସମୟରେ ଗାଁ’ର ସମ୍ପର୍କୀୟ କାକା-ନିରାକାର ପୁଟେଲ ଓ ମଣିଚନ୍ଦ୍ର ପୁଟେଲ ରାତିରେ ଘରକୁ ଆସି ଏକ ଧରୁଆ ଅସ୍ତ୍ରରେ ବେକକୁ କାଟି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ, ଫଳରେ ଘଟଣା ସ୍ଥଳରେ ହିଁ ସନ୍ତୋଷ ପୁଟେଲଙ୍କ ମୃତ୍ୟୁ ହୋଇଥିଲା, ୨୧ ତାରିଖ ଦିନ ବଙ୍ଗୋମୁଣ୍ଡା ଥାନାରେ ମୃତ ସନ୍ତୋଷଙ୍କ ବାପା ଚିନ୍ତାମଣି ପୁଟେଲ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗକୁ ଭିତ୍ତି କରି ବଙ୍ଗୋମୁଣ୍ଡା ପୁଲିସର ତଦନ୍ତରୁ ପୂର୍ବ ଶତ୍ରୁତା ଓ ଜମି ବିବାଦକୁ ନେଇ ହତ୍ୟା ହୋଇଥିବା ଜଣାପଡ଼ିଥିଲା,
୨୦୧୪ ମସିହା ମେ ୯ ତାରିଖ ଦିନ ନିରାକାର ଓ ମଣିଚନ୍ଦ୍ର ଦୁଇ ଜଣ ହତ୍ୟାକାରୀଙ୍କୁ ଗିରଫ କରିଥିଲା ବଙ୍ଗୋମୁଣ୍ଡା ପୁଲିସ, ସାକ୍ଷ୍ୟ ପ୍ରମାଣ ଓ ପୁଲିସର ଚାର୍ଜ ସିଟକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଓ ଦ୍ୱାରା ଜର୍ଜଙ୍କ ଅଦାଲତରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ କୋଡ଼ିଏ ହଜାର ଟଙ୍କା ଜରିମାନା କରିଛନ୍ତି, ମୃତ ସନ୍ତୋଷଙ୍କ ସମ୍ପର୍କୀୟ କାକା ହେଲେ ନିରାକାର ପୁଟେଲ ଓ ସନ୍ତୋଷଙ୍କ ସମ୍ପର୍କୀୟ ଭାଇ ହେଲେ ମଣିଚନ୍ଦ୍ର ପୁଟେଲ, ସେପଟେ ଆଜୀବନ କାରାଦଣ୍ଡ ସହ କୋଡ଼ିଏ ହଜାର ଟଙ୍କା ଜରିମାନା ହୋଇଥିବା ସରକାରୀ ଓକିଲ କାନୁନ କିଶୋର ପଣ୍ଡା ସୂଚନା ଦେଇଛନ୍ତି, ଯଦ ଜରିମାନା ନଦେଲେ ଅଧିକ ଦୁଇ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପ୍ରକାଶ .