କେନ୍ଦୁଝର ଜିଲ୍ଲାର ହାଟଡିହି ପଞ୍ଚାୟତ ଅଧୀନ ରେ ଥିବା ମଠ କୁଣ୍ଡିସାହି ଗ୍ରାମ ରେ ପ୍ରାୟ ତିରିଶ ଘର ଲୋକଙ୍କୁ ନୂତନ କରି ବିଦ୍ୟୁତ୍ ବିତରକ ସଂସ୍ଥା ଟାଟା କମ୍ପାନୀ ବିଦ୍ୟୁତ୍ ବିତରଣ କରିଆସୁଥିଲା। କିନ୍ତୁ ପରିତାପ ର ବିଷୟ ଆଜକୁ ପ୍ରାୟ ବାର ଦିନ ହେବ ମାତ୍ର ୨୫କେଭି ରେ ବିଦ୍ୟୁତ୍ ପ୍ରଦାନ କରୁଥିବା ନୂତନ ଟ୍ରାନସଫର୍ମର ଟି ବିଜୁଳି ମାରି ପୋଡ଼ି ଯାଇ ଥିବା ବେଳେ ତାହାକୁ ଦୁଇ ଦିନ ମଧ୍ୟରେ ଠିକ୍ କରିବାକୁ କହି ଘଟଣା ସ୍ଥଳ କୁ ଆସିବାକୁ ନାଁ ଧରୁ ନାହାନ୍ତି। ହାଟଡିହି ବ୍ଲକ ଦାୟିତ୍ୱ ରେ ଥିବା ବିଦ୍ୟୁତ୍ ବିତରକ ସଂସ୍ଥାର ଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା ଲୋକ ମିଛୁଆ ରାଧା ଗପ ଶୁଣାଉ ଥିବା ଦେଖିବାକୁ ମିଳୁଛି। ଲୋକେ ଏହାକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇ ସରିବା ପରେ ଏବେ ନିଦ ଭାଙ୍ଗୁନି। କିନ୍ତୁ ବକେୟା ପାଉଣା ଆଦାୟ କରିବା ବେଳେ ପଲ୍ ପଲ୍ ଝିଅ ପୁଅ ଙ୍କୁ ଧରି ଗାଁ ଗାଁ ଘର ଘର ଯାଇ ଆଦାୟ କରିବାକୁ ବିଭାଗ ପୁରା ତତ୍ପର ରହିଛି। ହେଲେ ଟାଟା କମ୍ପାନୀ ଭଳି ଏତେ ପ୍ରଭାବ ଶାଳୀ କମ୍ପାନୀ ରେ କେବଳ ହାତ ଗୁଞ୍ଜା ଦେଇ ଚାକିରୀ କରୁଥିବା ଯନ୍ତ୍ରୀ ମାନେ କାମ ନଜାଣି ଥିବାରୁ ତୃଟି ବେଳେ ଆସୁନଥିବା ଲୋକେ ଆଲୋଚନା କରୁଛନ୍ତି। ଯଦି ଆଗାମୀ ଦୁଇ ଦିନ ମଧ୍ୟରେ କୌଣସି ସୁଫଳ ନମିଳେ ତେବେ ଓରାଳୀ ଠାରେ ଥିବା ଟାଟା କମ୍ପାନୀ କାର୍ଯ୍ୟାଳୟ କୁ ଘେରାଉ କରାଯିବା ସହ ଏହି ସମ୍ପର୍କ ରେ ବାଲେଶ୍ଵର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ କୁ ସୂଚନା ପ୍ରଦାନ କରିବାକୁ ଚେତାବନୀ ଦେଇଛନ୍ତି।