ସୋନପୁର :- ସୋନପୁର ଜିଲ୍ଲାରେ ଗାଁ ଗାଁରେ ମଦର ବିକ୍ରି ଅଭିଯୋଗ ଜିଲ୍ଲାର ସାଗରପାଲି ଗ୍ରାମର ଶିଶୁମନ୍ଦିର ପାଖରେ ମଦ ବିକ୍ରି ହେଉଥିବାରୁ ଜଣ ସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସୋନପୁର ଜିଲ୍ଲାରେ ଅବକାରୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସାଗରପାଲି ଠାରୁ ମାତ୍ର 15 କିଲୋମିଟର ରହିଛି । ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ସାଗରପାଲି ଗ୍ରାମ ମାତ୍ର 15 କିଲୋମିଟର କିନ୍ତୁ ସେହି ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ସୋନପୁର ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ କୁଚିଆ ମଦ ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କରୁ ନାହାନ୍ତି ଏପ୍ରସଙ୍ଗରେ ବୁଦ୍ଧି ଯିବି ମହଲରେ ଅସନ୍ତୋଷ ଦେଖାଦେଇଛି । ସୋନପୁର ଜିଲ୍ଲା ଦୁର୍ନୀତି ନିବାରଣ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭିକେ ପାଣ୍ଡିଆନଙ୍କୁ ମେଲ ଯୋଗେ ଏହି ପ୍ରସଙ୍ଗ ଉପରେ ଅଭିଯୋଗ ହୋଇଛି। ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ ଦିଆ ଯାଇଛି । ଏନେଇ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି ଦେଶୀ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଚଢ଼ାଉ ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଣ ସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି।