ଭଦ୍ରକ: ଜେଲ ଭିତରେ ନିଜ ହାତ ଓ ଗୁପ୍ତାଙ୍ଗ କାଟି ଗୁରୁତର ହେଲେ ଜଣେ ବିଚାରାଧୀନ ବନ୍ଦୀ । ନିଜ ସ୍ତ୍ରୀଙ୍କୁ ଉଭୟ ମାନସିକ, ଶାରିରୀକ ନିର୍ଯାତନା ଦେବା ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡି ପୋଲିସ ହାତରେ ଗିରଫ ହୋଇ ଏହି ବନ୍ଦୀ ଜଣଙ୍କ ଜେଲ୍ କୁ ଆସିଥିଲେ । ଜେଲରେ ଆଜି ମଧ୍ୟାହ୍ନରେ ଶୌଚହେବାକୁ ପାଇଖାନା ଯାଇଥିବା ବେଳେ ଧାରୁଆ ଅସ୍ତ୍ରରେ ନିଜ ହାତ ଓ ଗୁପ୍ତାଙ୍ଗକୁ କାଟିଥିବା ବେଳେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦାଖଲ ହୋଇ ଚିକିତ୍ସିତ ହେଉଛନ୍ତି ବିଚାରାଧୀନ ବନ୍ଦୀ । ପ୍ରକାଶଯୋଗ୍ୟ , ଭଦ୍ରକ ସ୍ଵତନ୍ତ୍ର ସବଜେଲରେ ଆଜି ମଧ୍ୟାହ୍ନ ୧ଟା ୧୫ମିନିଟରେ ଏଭଳି ଅଘଟଣ ଘଟିଛି ।
ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୁନ କୋହ୍ଲ ଅଂଚଳର ସୁଶାନ୍ତ ମାଝୀଙ୍କ ନାମରେ ତାଙ୍କ ସ୍ତ୍ରୀ ତିହିଡି ଥାନାରେ ତାଙ୍କୁ ନିର୍ଯାତନା ଦେବା(୪୯୮ଦଫା)ରେ ଅଭିଯୋଗ କରିଥିଲେ । ନିଜ ସ୍ତ୍ରୀଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେବା ଅଭିଯୋଗକ୍ରମେ ତାଙ୍କୁ ଗତ ୨୪ତାରିଖ ତିହିଡି ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ସେହି ୨୪ତାରିଖରୁ ଅର୍ଥାତ ୬ଦିନ ତଳେ ଭଦ୍ରକ ଜେଲ୍ରେ ଜଣେ ବିଚରାଧୀନ ବନ୍ଦୀ ଭାବେ ରହି ଆସୁଥିବା ସୁଶାନ୍ତ ଆଜି ମଧ୍ୟାହ୍ନରେ ପାଇଖାନା ଯାଇଥିବା ବେଳେ ସେଠାରେ କୌଣସି ଧାରୁଆ ଅସ୍ତ୍ରରେ ନିଜ ହାତ ଓ ଗୁପ୍ତାଙ୍ଗ କାଟିଥିବା ସୂଚନା ମିଳିବା ପରେ ଜେଲ କର୍ମଚାରୀମାନେ ତାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ସୁଶାନ୍ତଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କାରାଯାଇଛି ।
ତେବେ କେଉଁ ଧାରୁଆ ଅସ୍ତ୍ରରେ ବନ୍ଦୀ ସୁଶାନ୍ତ ନିଜ ହାତ ଓ ଗୁପ୍ତାଙ୍ଗକୁ କାଟିଛନ୍ତି ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି ଜେଲ କର୍ତ୍ତୃପକ୍ଷ । ଅନ୍ୟପକ୍ଷରେ ଭଦ୍ରକ ସ୍ଵତନ୍ତ୍ର ସବ୍ ଜେଲ ସୁପରିଟେଣ୍ଡାନଂ ଋଷିନାଥ ନାଏକଙ୍କୁ ପଚାରିବାରୁ ସେ: ଆଜି ଦିନ ୧ଟା ୧୫ରେ ଲାଟିନ୍ ଯାଇଥିବା ବେଳେ ଏଭଳି କାଣ୍ଡ କରିଛି । ତେବେ କେଉଁ ଅସ୍ତ୍ରରେ ହାତ ଓ ଗୁପ୍ତାଙ୍ଗକୁ କାଟିଛନ୍ତି ଏନେଇ ସେ ଜାଣିନଥିବା କହିଛନ୍ତି । ତେବେ ଯାହା ହେଉନା କାହିଁକି ଏଭଳି ଅଭାବନୀୟ ଘଟଣା ପରେ ଭଦ୍ରକ ଜେଲ୍ ପରିସରରେ ବନ୍ଦୀଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନ ଉଠିଛି