ବିଧବା ଭତା ପାଇଁ ସଂଘର୍ଷ

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ହେଉଛି ଜିଲ୍ଲାର ଏକ ପଛୁଆ ଏବଂ ଅପହଞ୍ଚ ବ୍ଲକ ଏଠି ନିଜ ହକ ଅଧିକାର ପାଇଁ ବି ଲୋକେ ସଂଘର୍ଷ କରୁଛନ୍ତି। କେବେ ପଞ୍ଚାୟତ ଅଧିକାରୀଙ୍କ ପାଖକୁ ତ କେବେ ବ୍ଲକ କାର୍ଯ୍ୟାଳୟକୁ ହେଳେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳେ ନାହଁ। ଜଣେ ବିଧବା ମହିଳା ସ୍ୱାମୀ ମୃତ୍ୟୁ ହେବାରେ ପରେ ଗୋଟିଏ ବଢ଼ୁଆ ଝିଅକୁ ନେଇ ଦିନ ଅତିବାହିତ କରି ଆସୁଛି। ସାହାରା ଦେବା ପାଇଁ ରାଜ୍ୟ ସରକାରଙ୍କ କେବଲ ୧୦ କେଜି ଚାଉଳ ନା ରହିଛି ପକା ଘର ନା ଅଛି ଘର ଚଳଣି ସାମଗ୍ରୀ ଯେଉଁଦିନ ମାଝିଅ ଅନ୍ୟ ଘରକୁ କୁଳି ମଜୁରୀ କରିବା ପାଇଁ ଯିବେ ସେ ଦିନ ଖାଇବା ଭାଗ୍ୟରେ ଲେଖା ହେଇଛି। ନ ହେଳେ ଭୋକ ଉପାସରେ ଦିନ କାଟୁଥିବା ମା ଝିଅ ପ୍ରକାଶ କରିଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଫରସରା ଗ୍ରାମପଞ୍ଚାୟତ ପଳସାମାଲ ଗ୍ରାମର ନୂଆପଡାରେ ସୂଚନା ଅନୁସାରେ ଉକ୍ତ ଗ୍ରାମର ସ୍ବର୍ଗତ ଗଦାଧର ରାଉତ ଗତ ୨୦୨୨ ସେପ୍ଟେମ୍ବର ମାସ ୧୩ ତାରିଖ ଦିନ କୌଣସି କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ତାଙ୍କ ପତ୍ନୀ ନୈକେଶି ରାଉତ ଓ ଝିଅ ସତମତି ରାଉତ ବେସାହାରା ଭାବରେ ଦିନ କାଟୁଛନ୍ତି। ସ୍ଵାମୀଙ୍କ ମୃତ୍ୟୁ ପରେ ନୈକେସି ନିଜ ଝିଅକୁ କଲେଜରେ ପାଠ ପଢ଼ାଇବା ପାଇଁ ଅନେକ ଚେଷ୍ଟା କରିଥିଲେ। ହେଲେ ଆର୍ଥିକ ସଙ୍କଟ ଯୋଗୁଁ ପଢ଼ିବା ଇଚ୍ଛା ଥାଇ ମଧ୍ୟ ଝିଅ କୁଳି ମଜୁରୀ କରି ଘର ଚଳାଉଛି। ବର୍ତ୍ତମାନ ସ୍ଥିତିରେ ଦୁଇ ଅଳି ଦୁଇ ମୁଠା ଖାଇବାକୁ ସଂଗ୍ରହ କରିବା ମଧ୍ୟ କଷ୍ଟ ହେଉଛି। ତାଙ୍କ ପରିବାରକୁ ସରକାରଙ୍କ ସହଯୋଗ କହିଲେ କେବଳ ଦଶ କେଜି ଚାଉଳ। ସ୍ୱାମୀର ମୃତ୍ୟୁ ଏକ ବର୍ଷରୁ ଅଧିକ ଦିନ ହେବାପରେ ମଧ୍ୟ ନୈକେଶିଙ୍କୁ ନା ମିଳିଛି ଜାତୀୟ ପରିବାର କଲ୍ୟାଣ ଯୋଜନା ସହାୟତା,ନା ମିଳୁଛି ବିଧବା ଭତ୍ତା। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତଦନ୍ତ କରି ବିଧବା ଭତା ସହ ଅନ୍ୟ ସମସ୍ତ ଯୋଜନାରେ ସାମିଲ କରିବା ପାଇଁ ମା ଝିଅ ସହ ଗ୍ରାମବାସୀ ନିବେଦନ କରିଛନ୍ତି।

Leave A Reply

Your email address will not be published.