ସ୍କୁଲକୁ ଆସୁନାହାନ୍ତି ଶିକ୍ଷକ ; ସ୍କୁଲରେ ଝୁଲୁଛି ତାଲା

ଶିକ୍ଷାକୁ ଦୃଢ଼ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି। ଯେମିତିକି ପାଠ ପଢ଼ିବାରୁ କୌଣସି ଲୋକେ ବଞ୍ଚିତ ନ ହେବେ ବିଶେଷ କରି ଛୋଟ ଛୋଟ ପୁଅ ଝିଅ ମାନେ ଯେଉଁ ସମୟରେ ସେମାନଙ୍କ ଭବିଷ୍ୟତ ଗଢ଼ାଯାଏ ଶିକ୍ଷାର ଆରମ୍ବ ହୋଇଥାଏ ସ୍କୁରେ ଶିକ୍ଷକଙ୍କ ଦେଖା ନାହିଁ କିମ୍ବା ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ଯାହା ଫଳରେ ଅନେକ ଛାତ୍ର ଛାତ୍ରୀ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି। ମାସ ମାସ ଧରି ସ୍କୁଲରେ ତାଲା ଝୁଲୁଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡେ଼ନ ଗୋଷ୍ଟି ଶିକ୍ଷା ଅଧିନସ୍ଥ ଭଇସାଦାନୀ ଗ୍ରାମପଞ୍ଚାୟତ ଅଧିନସ୍ଥ ବନ ପାହାଡ଼ ଘେରା ଆଦିବାସୀ ବହୁଳ ଅଞ୍ଚଳ କରକପାଣି ଗ୍ରାମରେ ରହିଥିବା ସ୍କୁଲକୁ ଅନେକ ଦିନ ହେବ ଶିକ୍ଷକ ଆସୁ ନାହାନ୍ତି। ଯାହା ପ୍ରଭାବ ପଡ଼ିଛି ଗ୍ରାମର ସମସ୍ତ ଛାତ୍ର ଛାତ୍ରୀଙ୍କ ଉପ ଅନେକ ଦିନ ହେବ ବେକାର ହୋଇ ଏଣେ ତେଣେ ଘୁରି ବୁଲୁଥିବା କଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପଟେ ସ୍କୁଲର ମାନ ଚିତ୍ର କଥା କହିଲେ ନ ସରେ ଚାରି ଆଡ଼େ ଘାସ ଲତା ଭରପୁର ହୋଇ ରହିଛି। ଶ୍ରେଣୀ କୋଠରୀରେ ଟେବୁଲ ଚୌକି ବଦଳରେ ରହିଛି ଭୋଜି ସାମଗ୍ରୀ,ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଶିକ୍ଷକ ମାନେ ମାସକୁ ଥରେ ଦୁଇ ଥର ଆସୁଛନ୍ତି। ଓ ବାକି ତକ ଦିନ କାଗଜପତ୍ରରେ ଚାଲିଥିବା କଥା ଗ୍ରାମବାସୀଙ୍କ ମନରେ ହୁଙ୍କି ମାରୁଛି। ଉକ୍ତ ଗ୍ରାମର ଲୋକମାନେ ବନ ପାହାଡ଼ ଅତିକ୍ରମ କରି ଶିକ୍ଷକ ମାନଙ୍କ ଅବହେଳା ସମ୍ପର୍କରେ ଅବଗତ କରାଇଥିଲେ ହେଳେ ସବୁ ଶୁଣି ନ ଶୁଣିଲା ଭଳି ହୋଇ ନିଜ କର୍ମଚାରୀଙ୍କୁ ସହଯୋଗ କରି ଚାଲିଛନ୍ତି। ଯାହା ଫଳରେ ବର୍ତ୍ତମାନ ମଧ୍ୟ ଗୁର୍ଗମରେ ଶିକ୍ଷା ବ୍ୟବସ୍ଥା ଠପ ହୋଇ ରହିଛି। ଏ ସମ୍ପର୍କରେ ଆମେ ବୋଡେ଼ନ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲୁ ହେଳେ ସେ ମଧ୍ୟ ସବୁ ଜାଣିବା ପରେ ନିରବ ହୋଇ ରହିଛନ୍ତି। ଓ ନିଜ ଶିକ୍ଷକର ଅବହେଳାକୁ ଲୁଚେଇବା ପାଇଁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ କିଛି କହିବା ବଦଳରେ ନିରବ ହୋଇ ରହି ଯାଇଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ରହିଥିବା ପାରସ୍ପାରିକ ସମ୍ପର୍କକୁ ତେଣୁକରି ଜିଲ୍ଲା ଶିକ୍ଷା ଅଧିକାରୀ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଦାଇତ୍ୱରେ ଅବହେଳା କରୁଥିବା ଶିକ୍ଷକ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.