ଗୁରୁବାର ଠାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ପ୍ରବାହ ଦେଖିବାକୁ ମିଳୁଛି।ବନ୍ୟା ଜଳ ରାଜଘାଟ ଠାରେ ସନ୍ଧ୍ୟା ସୁଧା ବିପଦ ସଂକେତ ଠାରୁ ବହୁ ତଳେ ଅର୍ଥାତ ୯.୩୫ ମିଟରରେ ରହିଥିବା ଜଣାଯାଇଛି।
ମାତ୍ର ମୁକୁଳା ନଦୀ ବନ୍ଧ ପାଇଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।ତେବେ ଜଦି ଝାଡ଼ଖଣ୍ଡ ଗାଲୁଡିହି ଡେମ ଏହିପରି ବାରମ୍ବାର ଗେଟ ଖୁଲି ପାଣି ଛାଡିବ ତେବେ ଅଧିକ ଦିନ ପାଣି ବୁଡି ରହିଲେ ବାଲିଆପାଳ ବ୍ଳକର ବହୁ ଅଞ୍ଚଳରେ ଧାନ ଫସଲ ସହ ସମସ୍ତ ପନିପରିବା ପଚି ନଷ୍ଟ ହେବାର ଆଶଙ୍କା କରାଯାଇଛି।
ଗତ କିଛି ଦିନ ହେବ ଲଗାତାର ଭାବରେ ବର୍ଷା ପରେ ଝାଡ଼ ଖଣ୍ଡର ଗାଲୁଡିହି ଡେମ ପାଣି ଛାଡିଦେବା ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଯାହାଫଳରେ ବାଲିଆପାଳ ବ୍ଳକର ତଳିଆ ଅଞ୍ଚଳ ବିଷ୍ଣୁପୁର,
ନୟାବାଲି,ଇକଡପାଳ,ରସଲପୁର ରାଉତ୍ରାପୁର,ଜାମକୁଣ୍ଡା ପଞ୍ଚାୟତର ତାଳପଦା,କୁହ୍ଲାଚଡ,ଲଖପାଳ, ପାଳଜାମକୁଣ୍ଡା,କାଳରୁଇ ଓ ବାଲିଆପାଳ ପଞ୍ଚାୟତର ତଳବାଲିଆପାଳ,ସୁଙ୍ଗମୁହଁ,କୁଦମାନସିଂହ,ଆଠବାଟିଆ ମଧୁପୁରା ପଞ୍ଚାୟତର ଚଡବସ୍ତ କାଳରୁଇ,ଚୌଧୁରୀକୁଦ ସେହିପରି ଅସ୍ତି ପଞ୍ଚାୟତର ପାଳଚମ୍ପେଇ ଶରଧାରସାହି,ଚଡବଢ଼ାପାଳ, ସୁର୍ଯାପୁର,କଣ୍ଟାବଣି ଆଦି ଗ୍ରାମଗୁଡିକରେ ବନ୍ୟା ପାଣି ପଶିଛି।
ବାଲିଆପାଳ ବିଷ୍ଣୁପୁର ରାସ୍ତାର ତଳବାଲିଆପାଳ ଠାରେ ଚଟାଣରେ ୩ ଫୁଟ ଉପରେ ବନ୍ୟା ପାଣି ଚାଲିଛି।ସେହିପରି ପଞ୍ଚରୁଖି ଠାରୁ ଚୌଧୁରୀକୁଦ ଗ୍ରାମକୁ ଯାଇ ଥିବା ରାସ୍ତା ଉପରେ ୨/୩ ଫୁଟ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଉଭୟ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଥିବା ହେଉଛି।ଏଠାରେ ୨୦୧୫ ମସିହା ବନ୍ୟାରେ ଏହି ରାସ୍ତାରେ ଚୌଧୁରୀକୁଦ ଗ୍ରାମର ଦୁଇଜଣ ଯୁବକ ପାଣିରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ।ବନ୍ୟା ପରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଏହି ଗ୍ରାମକୁ ଆସି ଏଠାରେ ଏକ ବିଜୁ ସେତୁ କରାଯିବାର ପ୍ରତିଶୃତି ଦେଇଥିଲେ ।ମାତ୍ର ୮ବର୍ଷ ପରେ ବି ବିଜୁ ସେତୁ ସ୍ୱପ୍ନରେ ରହିଗଲା।ଲୋକମାନେ ପୂର୍ବପରି ପାଣିରେ ପଶି ଯାଆସ କରୁଛନ୍ତି ଲୋକଙ୍କ ସମସ୍ୟା ବଦଳିଲା ନାହିଁ।ଏବେ ସୁବର୍ଣ୍ଣରେଖା ନଦୀବନ୍ଧ ସବୁଠି ମୁକୁଳା ଥିବାରୁ ନଦୀକୁ ବନ୍ୟା ପାଣି ଆସିବା ମାତ୍ରେ ନଦୀ କୁଳିଆ ଗ୍ରାମ ଗୁଡ଼ିକରେ ପାଣି ପଶିଛି।ତେବେ ଯଦି ବନ୍ୟା ପାଣି
ଅଧିକ ଆସେ ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି।