ବାଲିଆପାଳ ୯/୧୦ (ନ.ନ୍ଯୁ.ସ.) ବାଲେଶ୍ଵର ଜିଲ୍ଲା ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ସୋମବାର ସନ୍ଧ୍ୟା ୭ଘଟିକା ସମୟରେ ବିଜେଡି ପକ୍ଷ ରୁ ଜନସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ବିଜେଡି କିପରି ପ୍ରତି ଘରେ ପହଁଚିବ ସେଥିପାଇଁ ପ୍ଲାନ ପ୍ରଗ୍ରାମ ପ୍ରସ୍ତୁତି କରାଯାଇଥିଲା। ଆଗମୀ ନିର୍ବାଚନକୁ ଅଖି ଆଗରେ ରଖି ବିଜେଡି ପୁଣି ବସ୍ତା ନିର୍ବାଚନ ମଣ୍ଡଳୀ ରେ ତାର ସ୍ଥିତି ବଜାଇ ରଖିବ ସେଥିପାଇଁ ତୃଣ ମୂଳ ସ୍ତରରୁ କର୍ମୀ ମାନଙ୍କୁ ନେଇ ବୈଠକ ମାଧ୍ୟମ ରେ ଗୁରୁ ମନ୍ତ୍ର ଦେଇଛି। ତେବେ ବାଲିଆପାଳ ବ୍ଲକ ରେ ଥିବା ୨୮ ଟି ପଞ୍ଚାୟତର ରେ ଜନ ସମ୍ପର୍କ ପଦଯାତ୍ରା ପର୍ଯ୍ୟାୟ କ୍ରମେ କରାଯିବାର ସିଦ୍ଧାନ୍ତ ହୋଇଥିବା ବେଳେ ବାଲିଆପାଳରେ ଆଗମୀ ୧୫ ତାରିଖ ରେ ଏକ ବିରାଟ ଜନ ସମାବେଶ ରେ ଜନସମ୍ପର୍କ ପଦଯାତ୍ରା କରାଯିବାର ସ୍ଥିର କରାଯାଇଛି। ଏହି ପରିପେଖିରେ ପ୍ରତୁ ପଞ୍ଚାୟତରୁ ବହୁ ମାତ୍ରା ରେ ଜନ ସମାବେଶ କରାଯିବାର ସିଦ୍ଧାନ୍ତ ନିଆଯାଇଛି। ଏହି ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜେଡିର ୨୫ ବର୍ଷ ର ବିକାଶ ବାର୍ତ୍ତାକୁ ଲୋକ ମାନଂକ ପାଖରେ ପହଞ୍ଚାଇବା ସାହିତ ପ୍ରତି ଘରେ ସଂପର୍କକୁ ଯୋଡ଼ିବାର ଅଭିନବ ପ୍ରୟାସ ରଖିଛି। ପୂର୍ବତନ ସରପଂଚ ଭଗବାନ ଗିରି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଯୁବନେତା ରବୀନ୍ଦ୍ର ଅଣ୍ଡିଆ, ମହିଳା ନେତ୍ରୀ ପରାମେଶ୍ୱରୀ ସାହୁ, ବସ୍ତା ବିଜେଡି ନେତା ମହାଦେବ ଦାସ, ଦେଭୁଗ ପଞ୍ଚାୟତ ସଭାପତି ଧାଞ୍ଜୟ ଗିରି, ଘଣ୍ଟୁଆ ସରପଞ୍ଚ ସୁଶିଲ ପ୍ରଧାନ, କୁମ୍ଭାରୀ ସରପଞ୍ଚ ପ୍ରତିନିଧି ଜୟନାରାୟାଣ ମହାପାତ୍ର, ନିଖିରା ସରପଂଚର ସରପଞ୍ଚ ଅଞ୍ଜନ ଗିରି, ଯୁବନେତା ତୁଷାର କାନ୍ତି ବେହେରା , ବିଷ୍ଣୁ ପୁର ସରପଞ୍ଚ ମହେଶ୍ୱର ଜେନା, ମଧୁପୁରା ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଲମ୍ବୋଦର ମହାନା, ବାଲିଆପାଳ ସରପଂଚ ପ୍ରତିନିଧି ହେମନ୍ତ ଦାସ ଙ୍କ ସହିତ ବାଲିଆପାଳ ବ୍ଲକ ର ବିଭିନ୍ନ ପଞ୍ଚାୟତର , ସରପଞ୍ଚ, ସମିତି ସଦସ୍ୟ, କର୍ମୀ ଯୋଗ ଦେଇଥିଲେ।