ଖବର ଆଜିର…ତାରିଖ ୧୯/୧୦/୨୦୨୩ ଗୁରୁବାର ।।
କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିଛି ଦଶହରା ଭେଟି । କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଆଉ ୪ ପ୍ରତିଶତ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି।
ଏସସି-ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ବିଭିନ୍ନ ଚ୍ଯାନେଲକୁ ଚ୍ୟାନେଲକୁ ବିସିସିସିର ନିର୍ଦେଶ ।
ଗାଜାରେ ମୃତ୍ୟୁସଂଖ୍ୟା ୩ ହଜାର ପାର! ଆଉ ଜଣେ ଟପ ହମାସ କମାଣ୍ଡର ଟଳିଥିବା ଇସ୍ରାଏଲର ଦାବି ।
ଇସ୍ରାଏଲକୁ ବାଇଡେନ୍ଙ୍କ ପରାମର୍ଶ: ୯/୧୧ ପରେ ରାଗରେ ଆମେରିକା କରିଥିବା ଭୁଲର ପୁନରାବୃତ୍ତି କରନ୍ତୁ ନାହିଁ ।
ଏପରି ପିଟିସନ ଦାୟର କର, ଯାହାର ଦମ୍ ଥିବ…’: ହିନ୍ଦୁ ଧାର୍ମିକ ସ୍ଥଳ ପରିଚାଳନା ସମ୍ପର୍କିତ PILକୁ ଖାରଜ କଲେ ସୁପ୍ରିମକୋର୍ଟ ।
ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ଶୁଭାରମ୍ଭ କଲା କଂଗ୍ରେସ୍, ବସ୍ରେ ଯାତ୍ରା କରି ଜନସଭାକୁ ଗଲେ ରାହୁଲ ଓ ପ୍ରିୟଙ୍କା ।
ଆଫଗାନିସ୍ତାନକୁ ଶୋଚନୀୟ ଭାବେ ହରାଇଲା ନ୍ୟୁଜିଲାଣ୍ଡ, ବିଶ୍ଵକପରେ ଲଗାଇଲା ବିଜୟର ଚୌକା ।
ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ରଘୁବାର ଦାସ: ଝାଡଖଣ୍ଡର ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ।
ଏୟାର ଲଞ୍ଚ୍ ବ୍ରହ୍ମୋସ୍ କ୍ରୁଜ୍ ମିଶାଇଲ୍ର ସଫଳ ପରୀକ୍ଷଣ, ବହୁ ଦୂରରୁ ଲକ୍ଷ୍ୟଭେଦ କରି ଶତ୍ରୁକୁ ମାତ୍ ଦେଇପାରିବ ଏହି କ୍ଷେପଣାସ୍ତ୍ର ।
ନକଲି ଜନ୍ମ ପ୍ରମାଣପତ୍ର ମାମଲା, ଆଜମ ଖାନ୍, ପତ୍ନୀ ଏବଂ ପୁଅଙ୍କୁ ୭ ବର୍ଷ ଜେଲଦଣ୍ଡ।
ଛତିଶଗଡ଼ ବିଧାନସଭା ନିର୍ବାଚନ: କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି, କଟିଲା ୧୦ ବିଧାୟକଙ୍କ ଟିକେଟ୍।
୪୮ଟି ବିମାନ ବାତିଲ୍ କଲା ପାକିସ୍ତାନ ସରକାରୀ ଏୟାର୍ଲାଇନ୍, ଇନ୍ଧନ ଯୋଗାଣକାରୀ ସଂସ୍ଥାକୁ ଦେଇପାରିଲାନି ବକେୟା ଟଙ୍କା ।
ଆଜି ରାଜ୍ୟ କ୍ୟାବିନେଟ୍ : ଆସିପାରେ ମେଟ୍ରୋ ଟ୍ରେନ୍ ଓ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ।
ଗହମ ଏମ୍ଏସ୍ପି ବଢ଼ିଲା ୧୫୦ ଟଙ୍କା ।
କୋଇଲା ଆମଦାନି ନେଇ ଅଡ଼ୁଆରେ ଆଦାନି: ତଦନ୍ତ ଦାବି କଲେ ରାହୁଲ ଗାନ୍ଧି ।
ଗାଜା ହସ୍ପିଟାଲ ବିସ୍ଫୋରଣ ନେଇ ପ୍ରମାଣ ଦେଲା ଇସ୍ରାଏଲ: ଆକ୍ରମଣ ପଛରେ ‘ଇସ୍ଲାମିକ ଜିହାଦ୍’ ।
ଜି୨୦ ନୂଆଦିଲ୍ଲୀ ଘୋଷଣାନାମା କାର୍ଯ୍ୟକାରୀତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ।
ସୁପ୍ରଭାତ ,ଶୁଭ ସକାଳ ।