ଟ୍ୟାପ୍ ମାଳ ମାଳ,ପାଣି ଆସୁନି

ହିନ୍ଦୋଳ; ବସୁଧା ଯୋଜନାରେ ଲୋକ ପାଣି ଖାଇବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ କିନ୍ତୁ ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି । ଯାହାର ଜ୍ଵଳନ୍ତ ଉଦାହରଣ ହେଉଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଅଧିନସ୍ଥ ଗଣ୍ଡାନାଳୀ ଅନୁସୂଚିତ ଜାତି ସାହିରେ ଦେଖିବାକୁ ମିଳିଛି। ନିମ୍ନ ମାନର କାର୍ଯ୍ୟ କରି ବସୁଧା ଯୋଜନାରେ ପାଣି ଯୋଗାଣ ନିମନ୍ତେ ଆସିଥିବା ସରକାରୀ ଅନୁଦାନ କୁ ଠିକାଦାର ଓ କନିଷ୍ଠଯନ୍ତ୍ରୀ ମିଳିତ ଭାବେ ହଡ଼ପ କରିଛନ୍ତି । ଯାହା ଫଳରେ ସଠିକ୍ ଭାବେ କାର୍ଯ୍ୟ ହୋଇନାହିଁ ଏବଂ ଲୋକଦେଖାଣିଆ ଭାବେ କେବଳ ପାଣି ଟ୍ୟାପ୍ ନିର୍ମିତ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସାହିରେ ଥିବା ନଳକୂପ ରୁ ଆବଶ୍ୟକୀୟ ପାଣି ହେଉନଥିବାରୁ ଲୋକମାନେ ପାଣି ଖାଇବା ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୋକମାନେ କିପରି ସଠିକ୍ ଭାବେ ପାଣି ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ଦୀପକ କୁମାର ନାଏକ, ହିନ୍ଦୋଳ 

Leave A Reply

Your email address will not be published.