ସକାଳର ଖବର, ୨୧-ଅକ୍ଟବର -୨୦୨୩, ଶନିବାର
➡️୧-ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି, ୪% ବଢିଲା ମହଙ୍ଗା ଭତ୍ତା l ସାଢେ ୪ ଲକ୍ଷ କର୍ମଚାରୀ ଓ ସାଢେ ୩ଲକ୍ଷ ପେନସନଭୋଗୀ ହେବେ ଉପକୃତ l
➡️୨-ଆଜିଠାରୁ ସମସ୍ତ ବସ ଚଳାଚଳ କରିବ l ଘରୋଇ ବସ ମାଲିକ ସଂଘ ଏବଂ ସରକାରଙ୍କ ସହିତ ଆଲୋଚନା ପରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବସ ଧର୍ମଘଟ l
➡️୩-ଏଣିକି ଡେଙ୍ଗୁର ମଧ୍ୟ ଚିକିତ୍ସା ହୋଇ ପାରିବ। ‘ଜନସନ ଆଣ୍ଡ ଜନସନ’ କମ୍ପାନୀ ଡେଙ୍ଗୁ ଚିକିତ୍ସା ନିମନ୍ତେ ବାହାର କଲା ପ୍ରଥମ ଔଷଧ l ଏହା ହେଉଛି ଡେଙ୍ଗୁ ବିରୋଧରେ ଆଣ୍ଟିଭାଇରାଲ ଗତି ବିଧି ପ୍ରଦର୍ଶିତ କରୁଥିବା ପ୍ରଥମ ବଟିକା।
➡️୪-ଜହ୍ନରେ ଚନ୍ଦ୍ରଯାନ-୩ ପାଇଁ ନୂଆ ବିପଦ; ହେଉଛି ଉଲ୍କା ବର୍ଷା, ମାଡ଼ ହୋଇ ଭାଙ୍ଗିଯାଇପାରେ ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ l
➡️୫-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ, ଏହାର ପ୍ରଭାବରେ ଆସନ୍ତାକାଲି ଅବପାତରେ ପରିଣତ ହେବା ସମ୍ଭାବନା l
➡️୬-ସବୁ ଜିଲ୍ଳାରେ ଗଠନ ହେବ ଉଜ୍ଜଳା କମିଟି, ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା(ପିଏମ୍ୟୁୱାଇ) ଅନ୍ତର୍ଗତ ହିତାଧିକାରୀଙ୍କ ଯାଞ୍ଚ ଏବେ ଜିଲ୍ଲାସ୍ତରୀୟ କମିଟି କରିବ l
➡️୭-କେନ୍ଦୁଝର ଗୋନାସିକାର ଜନ୍ତାରୀ ଗାଁରେ ଅଜଣା ରୋଗ ଆତଙ୍କ । ଆଦିମ ଜନଜାତି ଜୁଆଙ୍ଗ ବସ୍ତିରେ ଦୁଇ ମାସରେ ଚାଲିଗଲାଣି ୧୧ ଜୀବନ। ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ l
➡️୮-ଏଣିକି ଏମ୍ସର ବିଲିଂ କାଉଣ୍ଟରରେ ଆଉ ଦୀର୍ଘ ସମୟ ପାଇଁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା, ସ୍ବାସ୍ଥ୍ୟ ଆପ୍ ଜରିଆରେ ପଇଠ ହୋଇପାରିବ ଦେୟ l
➡️୯-ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ସ୍ବାଗତିକାଙ୍କ ମୁଖଗହ୍ବର କ୍ୟାନସର୍ ଶୀଘ୍ର ଚିହ୍ନଟ ହୋଇପାରୁଥିବା ଉଦ୍ଭାବନକୁ କିଣିଲା ସୁପ୍ରିୟା ଲାଇଫ୍ ସାଇନ୍ସେସ୍ l
➡️୧୦-ବକ୍ସ ଅଫିସରେ ଧମାଲ କରୁଛି ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’ l ଲିଓ ପାଞ୍ଚଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିଛି।
➡️୧୧-ଦଶହରା ବଜାରରେ ଘାଣ୍ଟୁଛି ଏବେ ଓଡିଆ ସିନେମା । ଧମାଲ୍ କରୁଛି ବାବୁସାନଙ୍କ ଚଳଚ୍ଚିତ୍ର ମାଲ୍ୟଗିରି ସାଙ୍ଗକୁ କଟକ ଶେଷରୁ ଆରମ୍ଭ ଜବର ଦସ୍ତ ଯୋଡିରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଆକ୍ଟିଙ୍ଗ l ଏପଟେ ୨ ସୁପର ଷ୍ଟାର ଅନୁଭବ ଅରିନ୍ଦମଙ୍କ ରାମ୍ ଫିଲ୍ମ ଏବେ ଦର୍ଶକ ବାଉଳା କାହାର ଫିଲ୍ମକୁ ବଦେଖିବେ ।
➡️୧୨-ମା’ଙ୍କ ପାଇଁ ମୁମ୍ବାଇଛାଡ଼ି ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଚେନ୍ନାଇ ହୋଟେଲରେ ରହିବେ ଅମୀର ଖାଁନ l
➡️୧୩-କଂପାନିର ସେୟାର ମୂଲ୍ୟ ହ୍ରାସ ହେବା ଯୋଗୁଁ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଗୋଟିଏ ଦିନରେ ୧,୩୩,୮୦୦ କୋଟି ଟଙ୍କା (୧୬.୧ ବିଲିଅନ ଡଲାର) ହରାଇଲେ l
➡️୧୪-ଟ୍ରାକରେ ଦୌଡିଲା ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ୍ । ‘ନମୋ ଭାରତ’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ ମୋଦୀ l
➡️୧୫-ତେଲେଙ୍ଗାନାର ଏକ ରାସ୍ତାକଡ଼ ଭୋଜନାଳୟରେ ଦୋସା ତିଆରି କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି l ଭିଡିଓହେଲା ଭାଇରାଲ l
➡️୧୬-ଆକାଶରୁ ବର୍ଷୁଛି ବୋମା l ଗାଜାର ଡାକ୍ତରଖାନାରେ ନାହିଁ ବିଜୁଳି, ମୋବାଇଲ ଟର୍ଚ୍ଚରେ କରାଯାଉଛି ଅପରେଶନ l
➡️୧୭-ଇସ୍ରାଏଲରେ ଆକ୍ରମଣ ସମୟରେ ହମାସ୍ ଆତଙ୍କବାଦୀମାନେ ଡ୍ରଗ୍ସ ସେବନ କରି ନିଶାସକ୍ତ ଅବସ୍ଥାରେ ଥିଲେ l ଏ ନେଇ ରିପୋର୍ଟ ରେ ଖୁଲାସା କଲା ‘ଜେରୁଜେଲମ୍ ପୋଷ୍ଟ’ l
➡️୧୮-ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଗତକାଲି ଖେଳାଯାଉଥିବା ଆଇସିସି ବିଶ୍ୱକପ ମ୍ୟାଚରେ ପାକିସ୍ତାନକୁ ୬୨ ରନରେ ହରାଇଲା ଅଷ୍ଟ୍ରେଲିଆ ।
➡️୧୯-ଚଳିତ ବିଶ୍ବକପ୍ରେ ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା।
➡️୨୦-ଏସୀୟ ପାରା କ୍ରୀଡ଼ାରେ ଭାଗନେଉଥିବା ୭ ଜଣ ଓଡ଼ିଶା ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ କଲେ ଘୋଷଣା l