ଗଗନୟାନ ମିଶନ ପରୀକ୍ଷଣ ସ୍ଥଗିତ

ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ ସମ୍ଭବ ହୋଇ ପାରିଲାନି। ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ କେବେ ଉତ୍‌କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ପୂର୍ବାହ୍ନ ୮ଟା୩୦ରେ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ କରାଯିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର  ଯାନ୍ତ୍ରୀକ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ଏହାକୁ ଟାଳି ଦିଆଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତ ।

Leave A Reply

Your email address will not be published.