୨୯ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି । ଏହି ଓଏଏସ୍ ଅଫିସରମାନଙ୍କୁ ରାଜ୍ୟ ସରକାର ରିଲିଭ୍ କରିବା ସହ ୨୫ ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଚଳିତବର୍ଷ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ୮ଟି ବଦଳି ନିର୍ଦ୍ଦେଶକୁ ପାଳନ ନକରି ଯେଉଁ ଓଏଏସ୍ ଅଫିସରମାନେ ଏପର୍ଯ୍ୟନ୍ତ ରିଲିଭ୍ ହୋଇନାହାନ୍ତି, ସେମାନଙ୍କୁ ବିଭାଗ ପକ୍ଷରୁ ରିଲିଭ୍ କରାଯାଇଛି । ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶ୍ୱରଞ୍ଜନ ମହାନ୍ତି-ସିମୁଳିଆ, ସଂଯୁକ୍ତା ବା- ବିଶୋୟୀ ବ୍ଲକ, ଜୟନ୍ତ ସାହୁ-ଧାନକୁଡ଼ା ବ୍ଲକ, ପଂଚାନନ ମଲ୍ଲିକ-ବରୀ, ବଂଶୀଧର ଖୋସଲା- ବିଜାତଳା, ତିଳୋତ୍ତମା ପୃଷ୍ଟି-କେନ୍ଦୁଝର ସଦର, ଯୋଗରଞ୍ଜନ ନାଏକ-ଆନନ୍ଦପୁର, ଛବିରାଣୀ ସାହୁ-ଗୋପ, ବୃନ୍ଦାବନ ପଟ୍ଟନାୟକ-ନିମାପଡ଼ା, ଶଙ୍କର୍ଷଣ ବେହେରା-ତୁରେଇକଲା, ସୁମନ ମିଞ୍ଜ- ପାଟଣାଗଡ଼, ବିଶ୍ୱନାଥ ସାହୁ-ହେମଗିରି, ଚନ୍ଦ୍ରମଣି ନାଗ-ରାଜସମ୍ବର,ସଞ୍ଜିବ କୁମାର ସାହୁ-ବାସୁଦେବପୁର, ଗୀତା ମୁର୍ମୁ- ତେଲକୋଇ, ଶାନ୍ତନୁ କୁମାର ନାୟକ-ସାରସକଣା, ସୁଶ୍ରୀ ସାଗରିକା ଷଡ଼ଙ୍ଗୀ- କବିସୂର୍ଯ୍ୟନଗର, ପୁରୁଷୋତ୍ତମ ମିର୍ଦ୍ଧା- ଝାରବନ୍ଧ, ଧ୍ରୁବଚରଣ ମୁଦୁଲି-ଥୁଆରାମପୁର,ଭାସ୍କର ଚନ୍ଦ୍ର ସାହୁ-ବୈପାରିଗୁଡ଼ା, ଧନେଇ ଚରଣ ଟୁଡ଼ୁ-ନାକଟିଦେଉଳ, ସୁମତି ପଣ୍ଡା- ବାରଗାଁ(ସୁନ୍ଦରଗଡ଼), ରାଜୀବ ଦାସ-କଲ୍ୟାଣସିଂହପୁର ବ୍ଲକ, ଚାରୁଲତା ସିଂହ-ଲାଠିକଟା ବିଡିଓ ଭାବେ ବଦଳି ହୋଇଛନ୍ତି । ସେହିପରି ଜୟକୃଷ୍ଣ ପାତ୍ରଙ୍କୁ ଝାରବନ୍ଧ ବିଡିଓ ଭାବେ ବଦଳି ନିର୍ଦ୍ଦେଶକୁ ବାତିଲ କରି ତାଙ୍କୁ ମୋରଡ଼ା ବିଡିଓ ଭାବେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ପଂଚାୟତିରାଜ ବିଭାଗ ପକ୍ଷରୁ ଚଳିତବର୍ଷ ଅକ୍ଟୋବର ୭, ସେପ୍ଟେମ୍ବର ୧୨, ମେ’ ୯, ଏପ୍ରିଲ ୨୭, ମାର୍ଚ୍ଚ ୨, ଫେବୃୟାରୀ ୨୦ ଓ ଜାନୁୟାରୀ ୧୯ ତାରିଖରେ ବଦଳି ନିର୍ଦ୍ଦେଶ ଜାରି ହୋଇଥିଲା । କିନ୍ତୁ କିଛି ଓଏଏସ୍ ଅଫିସର ଏପର୍ଯ୍ୟନ୍ତ ନିଜ ନୂଆ ସ୍ଥାନରେ ଯୋଗ ଦେଇନାହାନ୍ତି । ବିଭାଗ ପକ୍ଷରୁ ସେମାନଙ୍କୁ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।