ତୋରଣ ଭିତରେ ଝଲସୁଛି ମାଆଙ୍କ ମୂର୍ତ୍ତି

ବାଲିଆପାଳ (ନ.ନ୍ଯୁ.ସ.)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ପଞ୍ଚାୟତର ସିମୁଳିଆ ହାଟରେ ଅନୁଷ୍ଠିତ ହୋଇ ଆସିଥିବା ଦୁର୍ଗାପୂଜାରେ ରାବିବର ଜନ ସମୁଦ୍ର ଭିତରେ ମାଆ ଙ୍କ ଅଷ୍ଟମି ପୂଜା ସମାପନ ହୋଇଛି।  ସୁଉଚ୍ଚ ତୋରଣ ଭିତରେ ମାଆଙ୍କ ମୂର୍ତ୍ତି ଝଲସୁ ଥିବାର ଦେଖି ଶ୍ରଦ୍ଧାଳୁ ବିମୋହିତ ହେଇଛନ୍ତି। ବାଲିଆପାଳ ବ୍ଲକରେ ୩୦ରୁ ଅଧିକ ମଣ୍ଡପରେ ମାଆଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ମଧୁପୁରା ପଞ୍ଚାୟତରେ ଦୁର୍ଗା ପୂଜା ନିଆରା ଓ ଅନ୍ୟତମ। ଏହା ପଞ୍ଚାୟତ ବାସୀ, ବଜାର ଦୋକାନୀ ସହିତ ପଞ୍ଚାୟତର ଆର୍ଥିକ ଅନୁଦାନ ସହିତ ପଞ୍ଚାୟତର ସମସ୍ତ ୱାଡ ସଦସ୍ୟ , ସମିତି ସଦସ୍ୟ, ସରପଞ୍ଚଙ୍କ ସହିତ ପଞ୍ଚାୟତ ବାସୀଙ୍କ ମାନସିକ ଓ ଶାରୀରିକ ପରିଶ୍ରମ ରେ ଦୀର୍ଘ ୬୨ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି।୧୯୬୧ ମସିହାରେ ତତ୍କାଳିନ ସରପଞ୍ଚ ତଥା ସ୍ଵାଧିନତା ସଂଗ୍ରାମୀ ଉପେନ୍ଦ୍ର ନାରାୟଣ ଚକ୍ରବର୍ତ୍ତୀ ଙ୍କ ନେତୃତ୍ୱରେ ଅନ୍ୟାୟ ବିରୋଧରେ ନ୍ୟାୟକୁ ପ୍ରତିପାଦନ କରିବା ପାଇଁ ପୋଲିସ ବିରୋଧରେ ସାଲିସ ବିହୀନ ସଂକଳ୍ପ ରୁ ସୃଷ୍ଟି ହୋଇଥିଲା ମଧୁପୁରା ପଞ୍ଚାୟତର ସର୍ବଜନିନ ଦୁର୍ଗା ପୂଜା। ଦଳ ମତ ନିର୍ବିଶେଷରେ ଉଦୀୟମାନ ଯୁବଙ୍କନ ଅକ୍ଲାନ୍ତ ପରିଶ୍ରମ ପଞ୍ଚାୟତ ବସୀଙ୍କ ଆର୍ଥିକ ସହାୟତା ରେ ମହା ଆଡମ୍ବ ସହକାରେ ଦୁର୍ଗା ପୂଜା ପାଳନ ହେବାରେ ଲାଗିଥିଲା। ତତ୍କାଳିନ ସରପଞ୍ଚ ସ୍ୱର୍ଗତ ଶ୍ରୀ ଚକ୍ରବର୍ତ୍ତୀ ଙ୍କ ଆହ୍ବାନ ଥିଲା ଏହି ପୂଜା ସରପଞ୍ଚଙ୍କ ପୂଜା ନୁହେଁ ଏହା ପଞ୍ଚାୟତ ବାସୀଙ୍କ ପୂଜା। ଯାହାକି ଆଜି ପର୍ଯ୍ୟନ୍ତ ଯୁବ ପିଡ଼ିଙ୍କୁ ଏକତା ସୁତ୍ର ରେ ବାନ୍ଧି ରଖି ପରିଛି। ସରପଞ୍ଚ ସମସ୍ତ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ପୂଜା କମିଟି ମାଧ୍ୟମରେ ସମସ୍ତ କାର୍ଯ୍ୟ ପରିଚାଳନା ହେଉଥିଲା। ଶ୍ରୀ ଚକ୍ରବର୍ତ୍ତୀ ସରପଞ୍ଚ ପଦରୁ ଅବ୍ୟାହିତ ନେବା ପରେ ବରେନ୍ଦ୍ର ସାହୁ, ସ୍ୱର୍ଗତ ମହେଶ୍ୱର ନାୟକ, ଚକ୍ରଧର ଭୂୟାଁ, ମୂରଲୀ ମୋହନ ସାହୁ, ଜ୍ୟୋତ୍ସ୍ନା ରାଣୀ ଗାଙ୍ଗାଇ, ଦୋଳ ଗୋବିନ୍ଦ ମୁର୍ମୁ, ଗୀତା ରାଣୀ ମାହାନା ସରପଞ୍ଚ ପଦବୀ ଅଳଙ୍କୃତ କରି ପୂର୍ବ ପ୍ରଚଳିତ ନୀତି ନିୟମକୁ  ସମ୍ମାନ ଦେଇ ଗର୍ବ ଗୌରବକୁ ଆଜିଯାଏ ଅକ୍ଷୁର୍ଣ୍ଣ ରଖିଛନ୍ତି। ଜୟନାରାୟଣ ମାହାନ୍ତି,ରଙ୍ଗଲତା ସାହୁ, ମନ୍ମଥ ବାରିକ, ସ୍ନେହ ଲତା ସେଠୀ, ଶ୍ରୀଧର ବିଶ୍ଵାଳ ଏବଂ ସୁଶାନ୍ତ କୁମାର ସେଠୀ ପ୍ରମୁଖ ପଞ୍ଚାୟତ ସଦସ୍ୟ ୱାଡ ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ ସହଯୋଗ କରି ଆସୁଛନ୍ତି। ପୂଜା କମିଟିର ସଭାପତି ଭାବରେ ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ନାୟକ, ରାମଚନ୍ଦ୍ର ତ୍ରିପାଠୀ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଥିବା ବେଳେ ୧୯୯୨ ମସିହାରୁ ଏଯାବତ ପୁର୍ବତନ ବିଧାନ ଜୟନାରାୟଣ ମାହାନ୍ତି କାର୍ଯ୍ୟ ତୁଲାଉଛନ୍ତି। ତେବେ ମାଆ ଦୁର୍ଗାଙ୍କ ଅସ୍ଥାୟୀ ମଣ୍ଡପକୁ ଦୃଷ୍ଟି ରେ ରଖି ୨୦୧୨ ମସିହାରେ ତତ୍କାଲିନ ସରପଞ୍ଚ ମୂରଲୀ ମୋହନ ସାହୁ ସ୍ଥାୟୀ ମଣ୍ଡପ ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ। ତତ୍କାଲିନ ଏମ ପି ଶ୍ରୀକାନ୍ତ ଜେନାଙ୍କ ନିଜ ପାଣ୍ଠିରୁ ୨ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ସ୍ଥାୟୀ ମଣ୍ଡପ ନିର୍ମାଣ ନିର୍ମାଣରେ ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଆଜି ସେହି ସ୍ଥାୟୀ ମଣ୍ଡପରେ ମାଆଙ୍କର ପୂଜାର୍ଚ୍ଚନା କରାଯାଇଛି। ଆକାଶ ଛୁଆଁ ତୋରଣ ସାଙ୍ଗକୁ ସୁଉଚ୍ଚ ମୃଣ୍ମୟ ମୂର୍ତ୍ତି ଶ୍ରଦ୍ଧାଳୁ ଙ୍କ ମନକୁ ମୋହି ନେଇଛି। ରଙ୍ଗ ବେରଙ୍ଗର ଆଲୋକ ସାଜ ସଜ୍ଜା ପରିବେଶକୁ ଦ୍ୱିଗୁଣିତ ମନୋରମ କରୁଛୁ। ତେବେ 

 ପ୍ରତିବର୍ଷ ପରି ଚଳିତ ବର୍ଷ ମାଆ ଙ୍କ ପୁଜାରେ  ସସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟକ, ଛୋଟ ପିଲାମାନଙ୍କ ଦ୍ଵାରା ପରିବେଷିତ ଗୀତ ନାଚ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପୂଜା କମିଟି ବିଶ୍ୱାସ ରଖିଛି।  ଏହି ଅନୁଷ୍ଠାନ ରେ ଦଶହରା ଦିନ ରାବଣ ପୋଡି ଦର୍ଶକଙ୍କୁ ଆକର୍ଷିତ କରିଥାଏ ବୋଲି ଦୂର ଦୁରନ୍ତ ରୁ ବହୁ ଦର୍ଶକ ଙ୍କ ସମାବେଶ ହୋଇଥାଏ।

Leave A Reply

Your email address will not be published.