ପଦ୍ମପୁର : ସମ୍ବଲପୁରୀ ଭାଷା ସାହିତ୍ୟର ଉନ୍ନତି ଦିଗରେ କବୟିତ୍ରୀ ଅହଲ୍ୟା ପ୍ରଧାନ ଏବଂ ନୀଳକଣ୍ଠ ସାହୁଙ୍କ ଅଭିନବ ପ୍ରୟାସ | ନିଜ ପୁଅର ଜନ୍ମ ଦିନରେ ଏକ ବିରାଟ କବି ସମ୍ମିଳନୀ ର ଆୟୋଜନ କରି ନିଆରା ଢଙ୍ଗରେ ଜନ୍ମ ଉତ୍ସବ ପାଳନ କରି ବେସ୍ ଚର୍ଚ୍ଚାରେ କବୟିତ୍ରୀ ଅହଲ୍ୟା ପ୍ରଧାନ ଏବଂ ତାଙ୍କ ସ୍ବାମୀ ନୀଳକଣ୍ଠ ସାହୁ | ସମ୍ବଲପୁରୀ ସାହିତ୍ୟ ଗବେଷକ ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶ କୁ ପଦ୍ମଶ୍ରୀ କବି ଡ. ହଳଧର ନାଗ ଉଦଘାଟନ କରିଥିଲେ |
ଏହି ଅବସରରେ ସମ୍ମାନୀତ ଅତିଥି ରୂପେ ଶ୍ରୀଯୁକ୍ତ ଆନନ୍ଦ ଦାସ (ମୁଖ୍ୟ ବିଚାରପତିଙ୍କ ପ୍ରମୁଖ ସଚିବ) , ଡାକ୍ତର ଗିରିଧାରୀ ଭୋଇ, ଡାକ୍ତର ବିରୁପାକ୍ଷ ନାୟକ ,କବି ନୀତିଶ ଆଚାର୍ଯ୍ୟ,ହରିଲାଲ ସାହୁ,ମାନିନୀ ମେହେର,ଡାକ୍ତର ସଞ୍ଜିବ ପାତ୍ର,ତେଜରୁ ବାରିକ,ସଚ୍ଚିଦାନନ୍ଦ ପଣ୍ଡା,ଅଧ୍ୟାପକ ସୁଶାନ୍ତ ମିଶ୍ର,ଓଜସ୍ବିନୀ ମାହାର, ରାଧାକାନ୍ତ ବାରିକ,ନବିନ ନାଏକ,ନିରଞ୍ଜନ ବାଗ,ମଞ୍ଜୁଳତା ସାହୁ,ନମିତା ଦୀପ,ମଞ୍ଜୁଳତା ସତପଥି ପ୍ରମୁଖ ଉପସ୍ଥିତ ଥିଲେ |
ସେହିପରି ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ନିଜର ସ୍ବରଚିତ କବିତା ପଠନ କରିଥିଲେ | ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପୀୟୁଷ ଶୁକ୍ଳା ଙ୍କୁ ସମ୍ମାନୀତ କରାଯାଇଥିବା ବେଲେ କବୟିତ୍ରୀ ଅହଲ୍ୟା ପ୍ରଧାନଙ୍କୁ କବି କୁଟୁମ୍ ବରଗଡ ପକ୍ଷରୁ ସମ୍ମାନୀତ କରାଯାଇଛି |