କେନ୍ଦ୍ରମନ୍ତ୍ରୀ ଙ୍କ ଦ୍ୱାରା ଓଭରବ୍ରିଜ ଓ ଆଲୋକ ବ୍ୟବସ୍ଥା ର ଶୁଭାରମ୍ଭ।

ବାରିପଦା, ୨୭/୧୦ : ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟିଲା ଘଟି କୁଳିଅଣା ଓ କଳାବାଡ଼ିଆ ଓଭର ବ୍ରିଜକୁ ମାନନୀୟ କେନ୍ଦ୍ର ଆଦିବାସୀ କଲ୍ଯାଣ ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ କଲେ ଶୁଭାରମ୍ଭ। ସୂଚନାଯୋଗ୍ୟ କୁଳିଅଣା ଓ କଳାବାଡ଼ିଆ ମୁଖ୍ୟ ଛକ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ରେ ଓଭର ବ୍ରିଜ ନ ଥିବାରୁ ଅନେକ ଦୁର୍ଘଟଣା ଘଟି ପଦଚାରି ଓ ଗାଡି ଚାଳକଙ୍କ ଜୀବନ ଯାଇଥିଲା। ଏନେଇ ବହୁ ସମୟରେ ସ୍ଥାନୀୟ ଲୋକେ ଦାବି କରିବା ସହ ରାଜରାସ୍ତା ମଧ୍ୟ ଅବରୋଧ କରିଥିଲେ। ସ୍ଥାନୀୟ ବାସିନ୍ଦା କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁଙ୍କ ମୌଖିକ ଓ ଲିଖିତ ଆକାରରେ ଜଣାଇବା ପରେ ଶ୍ରୀ ଟୁଡୁ ଏନଏଚଆଇ କତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କୁଳିଅଣା ଦେଇ ଯାଇଥିବା ରାଜରାସ୍ତାର କାର୍ଯ୍ୟ ଏକପ୍ରକାର ଶେଷ ହୋଇଯାଇଥିବା ବେଳେ ପୁଣି ରାସ୍ତାକୁ ଭାଙ୍ଗି ପୁନର୍ବାର ଓଭରବ୍ରିଜ ତିଆରି ହୋଇଥିଲା। ଶୁକ୍ରବାର ଦିନ କଳାବାଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ମୁଖ୍ୟଅତିଥି ଭାବେ ଯୋଗେ ଦେଇ ଉଭୟ ଓଭରବ୍ରିଜ ଓ ଆଲୋକ ବ୍ୟବସ୍ଥା ର ଶୁଭାରମ୍ଭ କରିଥିଲେ। ଏହି ସଭାରେ ସ୍ଥାନୀୟ ଲୋକେ କେନ୍ଦ୍ର ମନ୍ତ୍ରୀଙଙ୍କୁ ସ୍ୱାଗର ସମ୍ବର୍ଦ୍ଧନା ଜଣାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯଦିଚ ଏହି ରାସ୍ତାରେ ପୂର୍ବରୁ ଜା ଆସ ଚାଲୁ ରହିଛି ତେବେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାସ୍ତା ଟିକୁ ଦେଶ ଓ ଜାତି ପାଇଁ ଉତ୍ସର୍ଗୀକୃତ କରାଯାଇଛି। ତେବେ ବାଙ୍ଗିରିପୋଷି ଘାଟି ରାସ୍ତା ସମ୍ପ୍ରସାରଣ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ଘାଟି ରାସ୍ତା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନ ଥିବା ବେଳେ ସ୍ଥାନୀୟ ବିଧାୟକ ୨୦ ବର୍ଷ ଧରି ରାସ୍ତାକୁ ନେଇ ଲୋକଙ୍କୁ ଠକି ଥିବା ବେଳେ ମିଛ ବାହସ୍ପଟ ମାରୁଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ନିଜେ ଘାଟି ରାସ୍ତାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ରମନ୍ତ୍ରୀ ଙ୍କ ସହ ଆଲୋଚନା ପରେ ଏହାର ଟେଣ୍ଡର ପ୍ରକ୍ରିୟା ସାରିଥିବା ବେଳେ ଖୁବଶୀଘ୍ର ରାସ୍ତା କାର୍ଯ୍ୟ ମଧ୍ୟ ଆରମ୍ଭ ହେବାକୁ ଯାଉଅଛି ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଟୁଡୁଙ୍କ ଙ୍କ ସହ ଏନଏଚଆଇ ର କର୍ମଚାରୀ, ମଣ୍ଡଳ ସଭାପତି ଶୁଶାନ୍ତ ବାରିକ, ସାଧାରଣ ସମ୍ପାଦକ ମାନସିଂ ସରେନ, ମଣ୍ଡଳ ପ୍ରଭାରୀ ଅଜିତ ସେଜପଡା, ବରିଷ୍ଠ ନେତା ଫାଗୁ ହାଁସଦା, ଅଶୋକ ପାଣିଗ୍ରାହୀ, ଜୟନ୍ତ ଦତ୍ତ, ହରିଶ ମହାନ୍ତ, ଉତ୍ତମ ବସା, ସାଂସଦ ପ୍ରତିନିଧି ବିଶ୍ୱନାଥ ବସା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.