ବିଦେଶରେ ଲୋକପ୍ରିୟତା ହାସଲ କରିଥିବା ଚିତ୍ରଶିଳ୍ପୀ ଗୋପାଳଙ୍କୁ ଜିଲ୍ଲାପାଳଙ୍କ ପ୍ରଶଂସା

ଧାମନଗର,୨୭/୧୦() : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ପଞ୍ଚାୟତ ଅଧିନସ୍ଥ ସୋରିଷଡିହ ଗ୍ରାମର ରତ୍ନାକର ସାମଲଙ୍କ ପୁଅ ଗୋପାଳ ସାମଲ(୩୮) ତା୨୭/୧୦/୨୩ରିଖ ମଧ୍ୟାହ୍ନ ସମୟରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କୁ ଭେଟି ଏକ ଭାରତମାତା ର ପ୍ରତିମୂର୍ତ୍ତି ଓ ଚକଖଡ଼ିରେ ତିଆରି କରିଥିବା ଭଦ୍ରକ ଜିଲ୍ଲାପାଳ ଙ୍କ ପ୍ରତିମୂର୍ତ୍ତି ଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ନିପଟ ଗ୍ରାମରେ ବାସ କରି ମାଟି ରଙ୍ଗତୁଳୀ ଓ ଚକଖଡ଼ିକୁ ନେଇ ବିଭିନ୍ନ ମୂର୍ତ୍ତି ତିଆରି କରି ଦେଶ ବିଦେଶରେ ପରିଚୟ ସୃଷ୍ଟି କରି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଗୋପାଳ(୩୮)। ସେ ତାଙ୍କ ଜେଜେ ନିଧି ସାମଲଙ୍କ ପାଖରୁ ପିଲାଟି ଦିନରୁ ମୂର୍ତ୍ତି ନିର୍ମାଣ ଶିକ୍ଷା କରିବା ପରେ ମଧ୍ୟପ୍ରଦେଶର ଜବଲପୁର ରେ ଦିଦି ଜ୍ଞାନେଶ୍ୱରୀ ବ୍ରହ୍ମଋଷି ଆଶ୍ରମରେ ଦୀର୍ଘ ଚାରି ବର୍ଷ କାରୁକାର୍ଯ୍ୟରେ ଲିପ୍ତ ରହି ଗାଁ କୁ ଫେରିଥିଲେ।

ମାତ୍ର କୋଭିଡ ସମୟରେ ନିଜେ ମୂର୍ତ୍ତି ଗଢ଼ି ରୋଜଗାର କରିବା ସହିତ କିଛି ଯୁବକଙ୍କୁ ରୋଜଗାରର ବାଟ ମଧ୍ୟ ଦେଖାଇଥିଲେ। ଉତ୍ତରପ୍ରଦେଶ,ଗୁଜୁରାଟ, ହରିୟାଣା,ପଞ୍ଜାବ ଆଦି ରାଜ୍ୟ ସମେତ ବାହାର ଦେଶରେ ତାଙ୍କର ହାତ ତିଆରି ମୂର୍ତ୍ତି ବେଶ୍ ଲୋକପ୍ରିୟତା ହାସଲ କରିପାରିଛି।ଏଥି ସହିତ ଆମେରିକାରେ ଥିବା ହିନ୍ଦୀ ୟୁଏସଏ  ଟ୍ରଷ୍ଟକୁ ୧୪ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ୪୦୦ ଟି ଭାରତମାତା ଙ୍କ ଫାଇବର ତିଆରି ରଙ୍ଗୀନ ମୂର୍ତ୍ତି ନିର୍ମାଣ କରି ଗତ ଜୁଲାଇ ୨୦୨୨ରେ ପଠାଇ ଥିଲେ। ଆଉ ମଧ୍ୟ ଇଂଲଣ୍ଡ, କାନାଡା,ନେଦର ଲ୍ୟାଣ୍ଡ ଆଦି ଦେଶକୁ ନିଜ ହାତ ତିଆରି ଫାଇବର, ଚକ୍ , ସିମେଣ୍ଟ ମାଧ୍ୟମରେ ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ପଠାଇ ଥିଲେ ଆଉ ମଧ୍ୟ ବିଭିନ୍ନ ପରିସ୍ଥିତିରେ ବାଲୁକା ଚିତ୍ରରେ ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ମାତ୍ର ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କର ଚକଖଡ଼ିରେ ନିର୍ମିତ ଏକ ପ୍ରତିମୂର୍ତ୍ତି ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହିତ ୧୪ ଇଞ୍ଚ ଉଚ୍ଚତାର ଏକ ଭାରତମାତା ହାତ ତିଆରି ପ୍ରତିମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ଏହି ଉପହାରକୁ ଭଦ୍ରକ ଜିଲ୍ଲାପାଳ ଗ୍ରହଣ କରି ଅତ୍ୟନ୍ତ ମୁଗ୍ଧ ହୋଇ ଶୁଭେଛା ଜଣାଇବା ସହିତ ଆଗକୁ ବଢ଼ିବା ପାଇଁ ଯଦି କିଛି ସରକାରୀ ସୁବିଧା ଆବଶ୍ୟକ ହୁଏ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Leave A Reply

Your email address will not be published.