ଜୟପୁର ; ଶିଶୁ କନ୍ୟାକୁ ଅପହରଣ ମାମଲାରେ ଜଣେ ଅଭିଯୁକ୍ତକୁ ଶନିବାର ଗିରଫ କଲା ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଗୋପବନ୍ଧୁୁ ନଗରର କିଷାନ ସାଗର । ପୋଲିସ ସୁଚନା ଅନୁଯାଇ ବାପୁଜି ନଗରର ଜଣେ ଯୁବତି ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ ଯେ ୧୦.୧୨.୨୨ ରେ ଗୋପବନ୍ଧୁ ନଗରରେ ରହୁଥିବା ଅଭିଯୁକ୍ତ କିଷାନ ସାଗର ତାଙ୍କ ସହ ବଳାତ୍କାର କରି ଗର୍ଭବତି କରିଥିଲେ । ପରେ ତାଙ୍କୁ ଗ୍ରହଣ କରିନଥିଲେ । ପରେ ଯୁବତି ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭି ଯୋଗ ଆଧାରେର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ଜଣକ ୨୦ ଦିନ ହେବ ଜାମିନରେ ଆସିଲେ । ଏହି ସମୟ ଭିତରେ ଯୁବତି ଜଣକ ଏକ କନ୍ୟା ସନ୍ତାନ୍ ଜନ୍ମ ଦେଇଥିଲେ । ପରବତ୍ତି ସମୟରେ ଗତ ୨୬ ତାରିଖ ସଂନ୍ଧ୍ୟା ସମୟରେ ଯୁବତି ଜଣକ ନବଜାତ ଶିଶୁ କନ୍ୟାକୁ ଧରି ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ କୋଭିଡ ହସପିଟାଲ ସମ୍ମୁଖରେ ଅଭିଯୁକ୍ତ ଜଣକ ନ ଜାତ ଶିଶୁକୁ ଅପହରଣ କରି ମାମଲାକୁ ପ୍ରତ୍ୟହୃତ କରିବାକୁ ଧମକ ଦେଇଥିଲେ । ଏହି ସମୟ ଭିତରେ ଯୁବତି ଜଣକ ପାଟି କରି ଶିଶୁ କନ୍ୟାକୁ ଛଡାଇ ଆଣିଥିଲେ । ଏନେଇ ଯୁବତି ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଗୋପବନ୍ଧୁ ନଗରର କିଷାନ ସାଗରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରି ସତ୍ୟା ନନ୍ଦ ପାତ୍ର ସୁଚନା ଦେଇଛନ୍ତି ।