କେବେ ଗଡିବ ରେଳ? ଅପେକ୍ଷାରେ ଦଶପଲ୍ଲାବାସୀ

ଦଶପଲ୍ଲା,୩୦/୧୦ ଦଶପଲ୍ଲା ବାସୀଙ୍କ ବହୁଦିନର ଆଶା ଆକାଂକ୍ଷା ଧିରେ ଧିରେ ମଉଳିବାରେ ଲାଗିଛି। ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ଖୋର୍ଦ୍ଧା ରୁ ନୟାଗଡ଼ ଦେଇ ନୂଆଗାଁ ପର୍ଯ୍ୟନ୍ତ ଚାଲୁଥିବା ବେଳେ ନୂଆଗାଁ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ  ରେଳ ପଥ ନିର୍ମାଣ ସରିଯାଇଛି ।  ଦଶପଲ୍ଲା ଠାରେ ପ୍ଲାଟଫର୍ମ ତିଆରି ହେବା ସହିତ ଜଳ ସଂଯୋଗ, ଓଭର ବ୍ରିଜ ଏବଂ ଷ୍ଟେସନ ପାଇଁ ଘର ତିଆରି ସରିଛି। ବିଭାଗୀୟ ଅଧିକାରୀ ମାନେ ଆସି ଯାଞ୍ଚ ପ୍ରକ୍ରିୟା ଶେଷ କରିବା ସହିତ ଶ୍ରୀ ଗୁଣ୍ଡିଚା କୁ ରେଳ ଚଳାଚଳ କରିବା କଥା ଶୁଣି ଖୁସି ହୋଇଥିଲେ  କିନ୍ତୁ ରଥଯାତ୍ରା ସରିଗଲା ହେଲେ ରେଳ ଗଡ଼ିଲାନି। ସେହିଭଳି  ସ୍ଵାଧୀନତା ଦିବସରେ ରେଳ ଚଳାଚଳ କରିବ ବୋଲି କୁହାଗଲା ହେଲେ ରେଳ ଗଡିଲାନି। ପରେ ଦଶହରା କିନ୍ତୁ ସରିଗଲା ଦଶହରା। ଏମିତି ଦିନ ପରେ ଦିନ ଗଡିଚାଲିଛି ହେଲେ ରେଳ ଗଡୁନି।ଦଶପଲ୍ଲାକୁ ରେଳଗାଡ଼ି ଗଡିବା ଆଶା ଏବେ ବି ଆଶାରେ ରହିଯାଇଛି। ନୟାଗଡ଼ ପଟୁ ରେଳଗାଡ଼ି ଆଶି କୋରଡା ଠାରେ ରହି ଫେରି ଯାଉଛି। ଦଶହରାକୁ ଦଶପଲ୍ଲାବାସୀ ସଫଳତା ପାଇବେ ବୋଲି ଆଶା କରିଥିଲେ। ହେଲେ ସଫଳତା ମିଳିପାରିଲା ନାହିଁ। ଏଥିନେଇ ବିଭାଗୀୟ ନୀରବତା ମଧ୍ଯ ଲୋକଙ୍କୁ ଆଶା ଓ ଆଶଂକା ମଧ୍ଯକୁ ଠେଲି ଦେଇଛି। ବିଭାଗ ପକ୍ଷରୁ ଏଥିନେଇ ସ୍ପଷ୍ଟତାକୁ ଜନସାଧାରଣଙ୍କ ଅପେକ୍ଷା ।

Leave A Reply

Your email address will not be published.