କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ରାଜ୍ୟର କୋଣ ଅନୁକୋଣରେ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ବୋଲି ଜାଣିଛନ୍ତି, କିଛି ବର୍ଷ ପୂର୍ବରୁ ଏହି କଣ୍ଟାବାଞ୍ଜିରେ ଥିବା ପମ୍ପୁ ତଲାବ ଠାରୁ ରେଲୱେ ଟ୍ରେନ ଯୋଗେ ପାଣି ନେଇ ବିଭିନ୍ନ ସ୍ଥାନରେ ପହଞ୍ଚାଉଥିଲା, ତଥା ମାଛଧରାଳୀ ମାନେ ମାଛଧରି ନିଜର ଜୀବନ ଜୀବିକା ଚଳାଉଥିଲେ, ୨୦୦୯ ମସିହା ପୂର୍ବରୁ ଏହି ପମ୍ପୁ ତଲାବରେ ଅସାମାଜିକ ବ୍ୟକ୍ତିଙ୍କ କୁ ଦୃଷ୍ଟିର ପ୍ରହାର ଜବଡ଼ା ଜନିତ ଜଡ଼ ଫିକି ଦେବାରୁ ତଲାବର ସବୁ ଆଡ଼େ କାୟା ବିସ୍ତାର ହୋଇଗଲା, ତାପରେ କଣ୍ଟାବାଞ୍ଜି ସହର ଲୋକଙ୍କୁ ନିତ୍ୟକର୍ମ କରିବାକୁ ବହୁ ସମସ୍ୟା ଉପୁଜିବାରୁ ୨୦୧୪ ମସିହାରେ ସେତେବେଳେ ଆୟୁବ ଖାଁ ବିଧାୟକ ରହିଥିଲେ ତାଙ୍କୁ ସ୍ଥାନୀୟ ଲୋକେ ସଫା କରିବାକୁ ଅନୁରୋଧ କରିଥିଲେ,
ପୂର୍ବତନ ବିଧାୟକ ଆୟୁବ ଖାଁ ମଧ୍ଯ ଲୋକଙ୍କ ଅଭିଯୋଗକୁ କେନ୍ଦ୍ର କରି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ ଓ ସଫା କରିବା ନିମନ୍ତେ କୋଟି କୋଟି ଟଙ୍କା ସେକ୍ସନ କରିଥିଲେ, ସେହି ଟଙ୍କାକୁ ନେତା. ସରକାରୀ କର୍ମଚାରୀ. ଦଲାଲ ଓ ଠିକାଦାର ମାନେ ପିସି ଖାଇ ଖାଇ ସାରିଦେଲେ ପମ୍ପୁ ତଲାବ ପୂର୍ବରୁ ଯେମିତି ଥିଲା ଏବେ ବି ଠିକ ସେମିତି ହିଁ ରହିଛି, ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ସତ କିନ୍ତୁ ସେହି ଟଙ୍କାର ହିସାବ ନେଲେ ନାହିଁ କାହିଁକି..?
ଯାହା ଫଳରେ ଆଜି ସରକାରକୁ ଲୋକ ଲଜ୍ଜା ଅପମାନ ସହିବାକୁ ପଡୁଛି, ପୂର୍ବତନ ବିଧାୟକ ଖାଁଙ୍କ ସମୟରେ ଘୋଟାଲା ହେଲା ବୋଲି ପମ୍ପୁ ତଲାବର ପରିସ୍ଥିତି ଯେମିତି ଥିଲା ସେମିତି ରହିଛି, ହେଲେ ୨୦୧୯ ନିର୍ବାଚନରେ ସନ୍ତୋଷ ସିଂ ସାଲୁଜାକୁ ବହୁ ଭରସାରେ ନିର୍ବାଚିତ କରେଇଥିଲେ ଜନସାଧାରଣ ଯେ ପମ୍ପୁ ତଲାବ ପାଇଁ ସେ କିଛି କରିପାରିବେ ବୋଲି, କଣ୍ଟାବାଞ୍ଜିର ଦୁର୍ଭାଗ୍ୟ ଯେ ଏହି ନେତାଙ୍କ ପାଖରେ କଣ୍ଟାବାଞ୍ଜି ଅଞ୍ଚଳର ମୁଖ୍ୟ ସମସ୍ୟା ଗୁଡ଼ିକ ପ୍ରତି ତାଙ୍କର କୌଣସି ପ୍ରକାର ଆନ୍ତରିକତା ନାହିଁ, ଏହି ପମ୍ପୁ ତଲାବ ଠାରୁ ଅନେକ ପରିବାରର ଚୁଲି ଜଳୁଥିଲା ଓ ମାଛ ଅତି ସହଜରେ ମିଳି ଯାଉଥିଲା, କାହାର ଅନ୍ତିମ ସଂସ୍କାର ସାରି ପାଣି ବୁଡ଼ ଦେଇ ଘରକୁ ଯାଉଥିଲେ, ମହିଳା ମାନେ କୌଣସି ପୂଜା ବିଧି କଲା ବେଳେ କେତେ ସୁନ୍ଦର ଭାବରେ ହେଉଥିଲା, ଏସବୁ ପ୍ରତି ଏହି ନେତାମାନଙ୍କ କୌଣସି ଆନ୍ତରିକତା ନ ଥିବା ଯୋଗୁଁ ସମସ୍ୟା ସମସ୍ୟା ହୋଇ ରହିଯାଇଛି, ତେବେ ଆସନ୍ତା ୨୦୧୪ ନିର୍ବାଚନରେ କିପରି ଭାବେ ନେତାଙ୍କ ଉପରେ କରିବେ ଜନସାଧାରଣ ଭରସା..?