ଖବର ଆଜିର….ତାରିଖ ୦୨/୧୧/୨୦୨୩ ଗୁରୁବାର

ଅକ୍ଟୋବରରେ ଜିଏସଟି ରାଜସ୍ୱ ସଂଗ୍ରହ ୧.୭୨ ଲକ୍ଷ କୋଟି । ଚଳିତ ବର୍ଷରେ ଦ୍ବିତୀୟ ସର୍ବାଧିକ, ବାର୍ଷିକ ବୃଦ୍ଧି ରେକର୍ଡ ୧୩% ।

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍‌ ମର୍ଡର ଘଟଣା.. ବିଧାୟକ ପ୍ରତାପ ଜେନାଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରୁ ୨ ସପ୍ତାହ ଯାଏଁ ମହଲତ । ୧୮ରେ ପରବର୍ତ୍ତୀ ଶୁଣାଣି ।

ନଭେମ୍ବର ୩ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କଳାହାଣ୍ଡିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ସହ କଳାହାଣ୍ଡି ୟୁନିଭର୍ସିଟି ନାଁ ବଦଳିଲା । କଳାହାଣ୍ଡି ୟୁନିଭର୍ସିଟି ନାଁ ହେଲା ମା’ମାଣିକେଶ୍ୱରୀ ୟୁନିଭର୍ସିଟି ।ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ମାରିବା ଉପରେ ନଭେମ୍ବର ୧ ଠାରୁ ୨୦୨୪ ମେ ୩୧ ପର୍ଯ୍ୟନ୍ତ କଟକଣା । ଧାମରା, ଦେବୀ ଓ ଋଷିକୂଲ୍ୟା ମୁହାଣରୁ ୨୦ କିଲୋମିଟର ଯାଏଁ ମାଛ ମାରିବା ମନା। ।

ଡଲାର ତୁଳନାରେ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା ଟଙ୍କା, ଆହୁରି ୯ ପଇସା ଦୁର୍ବଳ ହେଲା ।

ମହାରାଷ୍ଟ୍ର ନାଗପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା । ବ୍ୟାଙ୍କ ଭିତରେ ପସିଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି ଟଙ୍କା ।

୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନ ପୂର୍ବରୁ SBI ବିକିଛନ୍ତି ୧,୧୪୮ କୋଟି ଟଙ୍କାର ନିର୍ବାଚନ ବଣ୍ଡ ।

ବାବର ଆଜାମଙ୍କୁ ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦୀଙ୍କ ପରାମର୍ଶ । ମ୍ୟାଚ ଜିତିବା ଫମୂଲା କହି ବିରାଟ କୋହଲୀ–କେଏଲ ରାହୁଲଙ୍କ ଦେଲେ ଉଦାହରଣ ।

ଅସୁବିଧାରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ; ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ ।

ସିଦ୍ଧୁ ମୁସେୱାଲାଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ: ମ୍ୟୁଜିକ୍‌ କ୍ୟାରିୟର ଠାରୁ ହତ୍ୟା ଷଡଯନ୍ତ୍ରର ଝଲକ୍ ଦେଖିବେ ଦର୍ଶକ ।

ମରାଠା ସଂରକ୍ଷଣ ତାତି, ଜଳୁଛି ମହାରାଷ୍ଟ୍ର । ଦିନକରେ ୯ ଓ ୧୩ ଦିନରେ ୨୬ଜଣଙ୍କ ଆତ୍ମହତ୍ୟା ।

ହାଜର ହେବା ପୂର୍ବରୁ ଏଥିକ୍ସ କମିଟିକୁ ଟିଏମସି ସାଂସଦଙ୍କ ଚିଠି । ମହୁଆ ମୋଇତ୍ରା କହିଲେ ଅପରାଧିକ ମାମଲାର ଯାଂଚ କରିପାରିବେନି ସଂସଦୀୟ କମିଟି ।

ପାରା ଏସୀୟାନ୍‍ କ୍ରୀଡାରେ ଭାରତୀୟ ଖେଳାଳିମାନଙ୍କ ସଫଳତା ମାନବୀୟ ସ୍ୱପ୍ନର ବିଜୟ: ପ୍ରଧାନମନ୍ତ୍ରୀ ।

୭୧% ସଡ଼କ ଦୁର୍ଘଟଣାରେ ଦ୍ରୁତଗତି ହୋଇଛି ମୃତ୍ୟୁର କାରଣ : Report ।

ମହାନ୍‌ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ବୁଧବାର ଅନାବରଣ କରାଯାଇଛି। ୨୨ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟରେ ନିର୍ମିତ ପ୍ରତିମୂର୍ତ୍ତିରେ ତେନ୍ଦୁଲକରଙ୍କୁ ଏକ ସଟ୍‌ ଖେଳୁଥିବା ଦେଖିବାକୁ ମିଳିଛି।

ଆଜି ୱାଙ୍ଖଡ଼େରେ ଭାରତ-ଶ୍ରୀଲଙ୍କା ଲଢ଼େଇ।

ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୪୨ ମୃତ, ନିଶ୍ଚିହ୍ନ ହୋଇଗଲା ତିନି ପିଢି ।

ପୁଣି ଅଶାନ୍ତ ହେଲା ମଣିପୁର: ଇମ୍ଫାଲରେ ସ୍ଥିତି ଗମ୍ଭୀର, ଲାଗୁ ହେଲା କର୍ଫ୍ୟୁ ।

ବ୍ୟାଙ୍କିଂ ସିଷ୍ଟମ୍‌କୁ ଫେରିଛି ୯୭% ୨୦୦୦ ଟଙ୍କିଆ ନୋଟ୍, ଏବେ ବି ଫେରିନି ୧୦,୦୦୦ କୋଟି ଟଙ୍କାର ନୋଟ୍ ।

ନିଜ ସହରର ନୂଆ ରୂପ ଦେଖି…ମୋଦୀ ସରକାରଙ୍କ କାମକୁ ପୁଣି ପ୍ରଶଂସା କଲେ JNUର ପୂର୍ବତନ ଛାତ୍ରୀ ସେହଲା ରଶିଦ ।

ସୁପ୍ରଭାତ ,ଶୁଭ ସକାଳ ।

Leave A Reply

Your email address will not be published.