ବୁଗୁଡ଼ା,(ଇମିସ ):ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବୁଗୁଡ଼ା ଏନ ଏ ସି ର ମହିଳା ଜେ. ଇ ସାଗରିକା ମହାନ୍ତି l ବୁଗୁଡ଼ା ନିକଟ ଷୋଳମାଇଲି ମୁଖ୍ୟ ରାସ୍ତାରେ ରହୁଥିବା ବାହନ ଦାଶଙ୍କ ଠାରୁ ୪ ହଜାର ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା l ବାହନ ଗତ ମାସ ୧୫ ତାରିଖରେ ବାହନ ତାଙ୍କ ବାପାଙ୍କ ନାମରେ ଥିବା ଘରର ପ୍ଲାନ ମଞ୍ଜୁର କରିବା ପାଇଁ ବୁଗୁଡ଼ା ଏନ ଏ ସି କାର୍ଯ୍ୟାଳୟକୁ ଯାଇ ମହିଳା ଜେ. ଇଙ୍କୁ କହିବାରୁ ସେ ଫାଇଲରେ ସନ୍ତକ କରିବା ପାଇଁ ୪ ହଜାର ଟଙ୍କା ଦାବୀ କରିଥିଲେ ଫଳରେ ବାହନ ନିରାଶ ହୋଇ ୪ ଦିନ ତଳେ ବ୍ରହ୍ମପୁର ଭିଜିଲାନ୍ସର ଆଶ୍ରୟ ନେଇଥିଲେ l ପୂର୍ବ ଯୋଜନା ମୁତାବକ ଆଜି ଭିଜିଲାନ୍ସ ଟିମ ବୁଗୁଡ଼ାରେ ପହଞ୍ଚିବା ପରେ ଅପରାହ୍ନ ସାଢେ ୩ ଟା ବେଳେ ବାହନ ବୁଗୁଡ଼ା ଏନ ଏ ସି କାର୍ଯ୍ୟାଳୟକୁ ଯାଇ ଜେ. ଇ ଙ୍କୁ ପୂର୍ବ ଦାବୀ ମୁତାବକ ରଙ୍ଗ ବୋଳା ହୋଇଥିବା ୪ ହଜାର ଟଙ୍କା ଦେଇଥିଲେ ଏବଂ ସାଗରିକା ଏହି ଟଙ୍କା ଧରିବା ମାତ୍ରେ ସାଧା ପୋଷାକରେ ଥିବା ମହିଳା ଭିଜିଲାନ୍ସ ଅଧିକାରୀ ସାଗରିକାଙ୍କୁ କାବୁ କରି ନେଇଥିଲେ l ସାଗରିକାଙ୍କୁ ଧରିବା ପରେ ଭିଜିଲାନ୍ସ ତାଙ୍କ କାର୍ଯ୍ୟାଳୟ ଓ ବୁଗୁଡ଼ା ସୋମନାଥ ନଗରରେ ରହୁଥିବା ଭଡା ଘରେ ଖାନ ତାଲାସ କରିଥିବା ଜଣା ପଡିଛି l ସାଗରିକା ମାତ୍ର ୨ ମାସ ତଳେ ବୁଗୁଡ଼ା ଏନ ଏ ସି ର ଜେ. ଇ ଭାବେ ଜଏନ କରିଥିଲେ l ତେବେ ଏଠାକୁ ଆସିବା ଦିନଠୁଁ ପ୍ରତ୍ୟେକ କାମ ପାଇଁ ଲାଞ୍ଚ ଦାବୀ କରୁଥିଲେ l