ଓଡ଼ିଶା ଫର୍‌ ସିଲିକନ୍‌ -୨୦୨୩ର ସଫଳ ଆୟୋଜନ

ଭୁବନେଶ୍ୱର : ଆଜି ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ଫର୍‌ ସିଲିକନ୍‌ -୨୦୨୩ର ସଫଳ ଆୟୋଜନ କରାଯାଇଛି । ଓଡ଼ିଶାକୁ ସେମିକଣ୍ଡକଫର ହବ୍‌ରେ ପରିଣତ କରିବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅଗ୍ରଣୀ ସଂସ୍ଥା ଅଂଶଗ୍ରହଣ କରିଥିଲେ । ଏହାବ୍ୟତୀତ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଅନେକ ଶିକ୍ଷାବିତ୍‌ ତଥା ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ ଓଡ଼ିଶା ଫର୍‌ ସିଲିକନ୍‌ -୨୦୨୩ ରାଜ୍ୟରେ ଏକ ଉତ୍ସାହଜନକ ସେମିକଣ୍ଡକଫର ଇକୋସିଷ୍ଟମ ଗଢ଼ିତୋଳିିବାରେ ସହାୟକ ହେବ । ଏହା ନୂଆ ଉଦ୍ଭାବନ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟର ବିକାଶକୁ ତ୍ୱରାନ୍ୱତ କରିବ ବୋଲି କହିଥିଲେ ।

ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓଡ଼ିଶାରେ ବୈଷୟିକ ଇକୋସିଷ୍ଟମର ବିକାଶ ଓ ସେମିକଣ୍ଡକଫର କ୍ଷେତ୍ରରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ନିଜର ମୂଲ୍ୟବାନ୍‌ ମତାମତ ଦେଇଥିଲେ । ଆଇ.ଟି. ଓ ସେମିକଣ୍ଡକଫର କ୍ଷେତ୍ରରେ ଅଗ୍ରଣୀ ପଦକ୍ଷେପ ନେଇ ଓଡ଼ିଶାକୁ ନିବେଶକ, ଉଦ୍ୟୋଗୀ ଓ ଉଦ୍ଭାବକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ଉପସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ ।

ସମାରୋହରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଇଲେକେଫ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ଇଲେକେଫ୍ରାନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଇଣ୍ଡିଆ ଇଲେକେଫ୍ରାନିକ୍ସ ଆଣ୍ଡ ସେମିକଣ୍ଡକଫର ଆସୋସିଏସନ୍‌ (ଆଇ.ଇ.ଏସ୍‌.ଏ.)ର ସଭାପତି ତଥା ସିଇଓ, ଆଇଆଇଟି ଭୁବନେଶ୍ୱର, ଆଇଆଇଆଇଟି ଭୁବନେଶ୍ୱର, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ସିଲିକନ୍‌ ଇନଷ୍ଟିଚ୍ୟìଟ୍‌ ଅଫ୍‌ ଟେକ୍ନୋଲୋଜି ଭଳି ଶିକ୍ଷାନୁଷ୍ଠାନମାନଙ୍କର ପ୍ରଫେସର ସିନୋପିସ୍ସ, କାଏନ୍ସ ଟେକ୍ନୋଲୋଜି, ଡି-ମ୍ୟାଟ୍ରିକ୍ସ, ଓଲା, ଆନସିସ୍‌ ଏବଂ ମେଟାଲ୍‌ସି ଭଳି କମ୍ପାନିର ନେତୃଶ୍ରେଣୀୟ କର୍ମକର୍ତ୍ତା ଏବଂ ଇଲେକେଫ୍ରାନିକ୍ସ ସେକଫର ସ୍କିଲ୍ସ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଇ.ଏସ.ଏସ.ସି.ଆଇ.) ଭଳି ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ରାଜ୍ୟ ସରକାରଙ୍କ ଏହି ପ୍ରମୁଖ ପଦକ୍ଷେପ – ଓଡ଼ିଶା ଫର୍‌ ସିଲିକନ୍‌-୨୦୨୩ – ସେମିକଣ୍ଡକଫର କ୍ଷେତ୍ରରେ ପୁଞ୍ଜିନିବେଶ ଓ ନୂଆ ନୂଆ ଉଦ୍ଭାବନ ପାଇଁ ଏକ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ରଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ଟ୍ୟାଲେଣ୍ଟ ଟ୍ରାନ୍ସଫର୍ମେସନ, ଚିପ୍‌ ଆର୍କିଟେକ୍‌ଚର ଏବଂ ଚିପ୍‌ ଡିଜାଇନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା । ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ-ଆଲୋଚନା ଦ୍ୱାରା ଉପରୋକ୍ତ ବିଷୟବସ୍ତୁମାନ ସାର୍ଥକ ରୂପ ନେଇଥିଲା ।

ସେମିକଣ୍ଡକଫର କ୍ଷେତ୍ରରେ ନୂତନ ଭାଗୀଦାରି ଏବଂ ସହଯୋଗର ପଥ ପ୍ରଶସ୍ତ କରିବା ପାଇଁ ଏହି ଅବସରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଇଣ୍ଡିଆନ୍‌ ଇଲେକେଫ୍ରାନିକ୍ସ ଓ ସେମିକଣ୍ଡକଫର ଆସୋସିଏସନ୍‌ (ଆଇ.ଇ.ଏସ୍‌.ଏ) ସହ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ, ଏହି ସଂଘ ଓଡ଼ିଶା ସରକାରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକାଶ ଏବଂ କାର୍ଯ୍ୟକ୍ରମ ଆୟୋଜନ ତଥା ଜ୍ଞାନ-ସାମଗ୍ରୀର ଅବଧାରଣା ସୃଷ୍ଟି ମାଧ୍ୟମରେ ରାଜ୍ୟରେ ସେମିକଣ୍ଡକଫର ଇକୋସିଷ୍ଟମ ପ୍ରୋତ୍ସାହନ କ୍ଷେତ୍ରରେ ସହାୟକ ହେବ ।

ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରମୁଖ ସେମିକଣ୍ଡକଫଟର କମ୍ପାନୀ ଭାବେ କ୍ଷାତି ଅର୍ଜନ କରିଥିବା ସିନପ୍‌ସିସ୍‌ ସହ ସ୍ୱାକ୍ଷରିତ ବୁଝାମଣାପତ୍ରରେ ଓ-ଚିପ୍‌ କାର୍ଯ୍ୟକ୍ରମ, ପ୍ରତିଭା ଓ କର୍ମଶକ୍ତିର ବିକାଶ, ସେମିକଣ୍ଡକଫର ଓ ଭି.ଏଲ୍‌.ଏସ୍‌.ଆଇ. କ୍ଷେତ୍ରରେ ରାଜ୍ୟର ପ୍ରସ୍ତୁତି ଆକଳନ ଏବଂ ରାଜ୍ୟ ଇଞ୍ଜିନିୟରିଂ ଅନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍‌ ତଥା ପ୍ଲେସମେଣ୍ଟ ସହାୟତା ଆଦିରେ ସହଯୋଗ କରିବାର ବ୍ୟବସ୍ଥା ରହିଛି ।

ଏହାବ୍ୟତୀତ, ଦେଶରୁ ଇଲେକଟ୍ରୋନିକ୍ସ ଓ ଆଇ.ଟି/ ଆଇ.ଟି.ଇ.ଏସ୍‌ ରପ୍ତାନି ବିକାଶ କାର୍ଯ୍ୟରେ ନିୟୋଜିତ ଇଲେକଟ୍ରୋନିକ୍ସ ଓ କମ୍ପ୍ୟìଟର ସଫଫଓ୍‌ରେ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (ଇ.ଏସ୍‌. ସି.) ପାଇଁ ରାଜ୍ୟ ସରକାର ଅଫିସ୍‌ ପରିସର ଯୋଗାଇଦେବାକୁ କାଉନସିଲ ସହିତ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

ଓ-ଚିପ୍‌ ଅଧୀନରେ ସର୍ବଭାରତୀୟ ଡିଜାଇନ୍‌ ଚ୍ୟାଲେଞ୍ଜ ଇଲେକଟ୍ରୋପ୍ରେନିୟୋର ପାର୍କ, ଭୁବନେଶ୍ୱର ପକ୍ଷରୁ ସଂଗଠିତ କରାଯାଇଥିଲା । ଛାତ୍ରଛାତ୍ରୀ ଗବେଷକ ଓ ଷ୍ଟାର୍ଟଅପ୍‌ମାନେ ସେମାନଙ୍କ ପ୍ରତିଭା, ନୂଆ ଇଲେକଟ୍ରୋନିକ ଉତ୍ପାଦ, ସରକିଟ୍‌ ଓ ଚିପ୍‌ ଡିଜାଇନ୍‌ ଯେପରି ପ୍ରଦର୍ଶନ କରିପାରିବେ ସେଥିପାଇଁ ଏହି ପ୍ରତିଯୋଗିତା ଉଦ୍ଦିଷ୍ଟ । ଅଂଶଗ୍ରହଣକାରୀ ଓ ଶିଳ୍ପ କର୍ମକର୍ତ୍ତାଙ୍କ ସହଯୋଗ ଓ ସମର୍ଥନରେ ସେମାନେ ଏହା କରିପାରିବେ ।

ଏହାଛଡ଼ା ଆଇ.ଇ.ଏସ.ଏ. ଓଡ଼ିଶା ଚାପଫର ଓ କ୍ୟାମ୍ପସ କନେକଫ ପ୍ରୋଗ୍ରାମ ଭଳି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟରେ ନୂଆ ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ଶିଳ୍ପ ଶିକ୍ଷା ପରିସର ସହଯୋଗ ସହ ଓଡ଼ିଶାକୁ ସେମିକଣ୍ଡକଫର ଗବେଷଣା ଓ ବିକାଶର କେନ୍ଦ୍ରଭାବେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ଓଡ଼ିଶା ଫର୍‌ ସିଲିକନ୍‌-୨୦୨୩ର ଆକର୍ଷଣ ଥିଲା ଶିଳ୍ପ, ଶିକ୍ଷାବିତ୍‌ ଓ ସରକାରଙ୍କ ବିଶିଷ୍ଟ ବିଶେଷଜ୍ଞମାନଙ୍କୁ ନେଇ ଅନୁଷ୍ଠିତ ପ୍ୟାନେଲ୍‌ ଆଲୋଚନା, ସେମିକଣ୍ଡକଫର ଟେକ୍ନୋଲୋଜିର ଭବିଷ୍ୟତ, ଏହି କ୍ଷେତ୍ରରେ ରହିଥିବା ଆହ୍ୱାନ ଓ ସୁଯୋଗ, ଓଡ଼ିଶାରେ ପ୍ରତିଭାର ରୂପାନ୍ତରଣ ଏବଂ ଏ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ରଣନୀତି ଉପରେ ଏହିସବୁ ଆଲୋଚନା ଆଧାରିତ ଥିଲା । ଆଲୋଚନା ସମୟରେ ଯେଉଁ ଜ୍ଞାନର ଆଦାନପ୍ରଦାନ ହୋଇଥିଲା, ତାହା ଆଗାମୀ ସମୟରେ ସେମିକଣ୍ଡକଫର କ୍ଷେତ୍ରରେ ରାଜ୍ୟର ରଣନୀତିକ ଯୋଜନାକୁ ମାର୍ଗଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଭାରତର ଅନ୍ୟତମ ପ୍ରମୁଖ ସେମିକଣ୍ଡକଫର ହବ୍‌ ହେବା ପାଇଁ ଓଡ଼ିଶାର ଯାତ୍ରାରେ ଏହି କାର୍ଯ୍ୟକ୍ରମର ସଫଳତାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରୂପେ ବିବେଚନା କରାଯାଇପାରେ । କାର୍ଯ୍ୟକ୍ରମରେ ଦର୍ଶାଯାଇଥିବା ରାଜ୍ୟର ସକ୍ରିୟ ପଦକ୍ଷେପସମୂହ ଏ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତା ଓ ଦୃଷ୍ଟିକୋଣର ବଳିଷ୍ଠ ପ୍ରମାଣ । ଏହାବ୍ୟତୀତ, ବିଜ୍ଞପ୍ତି ଜାରି ହୋଇସାରିଥିବା ଓଡ଼ିଶା ସେମିକଣ୍ଡକଫର ମାନୁଫାକcରିଂ ଆଣ୍ଡ ଫ୍ୟାବ୍‌ଲାସ୍‌ ପଲିସି, ୨୦୨୩ ନିବେଶକମାନଙ୍କୁ ସବୁଠାରୁ ପ୍ରତିଦ୍ୱନ୍ଦିତାମୂଳକ ଏବଂ ବ୍ୟାପକ ସୁଯୋଗ ପ୍ରଦାନ କରିବ ।

ସେମିକଣ୍ଡକଫର ଇକୋସିଷ୍ଟମର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସେମିକଣ୍ଡକଫର ଫ୍ୟାବ୍‌ ଏବଂ ଫ୍ୟାବ୍‌ଲାସ୍‌ ଇନୋଭେସନ୍‌ ଆଣ୍ଡ ଏକ୍ସିଲରେସନ୍‌ ପ୍ରୋଗ୍ରାମ୍‌ (ଓ-ଚିପ୍‌) ମଧ୍ୟ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଷ୍ଟାର୍ଟଅପ୍‌, ଏମ୍‌.ଏସ୍‌.ଏମ୍‌.ଇ, ଶିକ୍ଷାନୁଷ୍ଠାନ, ସଂସ୍ଥାଗତ ଗବେଷକ ଏବଂ ଛାତ୍ରଛାତ୍ରୀମାନେ ଇ.ଡି.ଏ. ଉପକରଣ ଏବଂ ଆଇ.ପି. ଭଣ୍ଡାର, ମୂଳପାଣ୍ଠି ଯୋଗାଣ ଏବଂ ଗବେଷଣା ଅନୁଦାନ ବ୍ୟବସ୍ଥା, ବଜାର ପ୍ରବେଶ, ପରାମର୍ଶ ଓ ଭିତ୍ତିଭୂମି ସହାୟତା ଏବଂ ଏକ ସାଧାରଣ ସୁବିଧା କେନ୍ଦ୍ର ଆଦିର ସୁଯୋଗ ନେଇପାରିବେ ।

ରାଜ୍ୟ ସେମିକଣ୍ଡକଟର ଉତ୍ପାଦନ ଓ ଫ୍ୟାବ୍‌ଲସ୍‌ ପଲିସି – ୨୦୨୩ର ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏଥିରେ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ସହାୟତାର ବିସ୍ତୃତ ବନ୍ଦୋବସ୍ତ କରାଯାଇଛି । ଓଡ଼ିଶାର ଏହି ନୀତି ଅନ୍ୟମାନଙ୍କ ଫ୍ୟାବ୍‌ ଓ ଫ୍ୟାବଲସ୍‌ ନୀତି ତୁଳନାରେ ଯଥେଷ୍ଟ ଉନ୍ନତ ଓ ଆକର୍ଷଣୀୟ ।

Leave A Reply

Your email address will not be published.