ଖବର ଆଜିର…..ତାରିଖ ୦୪/୧୧/୨୩, ଶନିବାର
୧-ଜାନୁଆରୀ ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।
୨-ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ: ନଭେମ୍ବର ୪ରୁ ୧୭ ଯାଏଁ ଆବେଦନ, ବିଭିନ୍ନ ବିଭାଗରେ ଦିଆଯିବ ୫୯, ୧୦୯ଟି ପୁରସ୍କାର।
୩-ଲକ୍ଷ୍ମୀ ଯୋଜନାରେ ରାଜ୍ୟ ସରକାର କିଣିବେ ଆଉ ୧୨୨ଟି ବସ୍, ପରିବହନ ବିଭାଗ ପକ୍ଷରୁ ୨୬୦ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର।
୪-ପିଆଜ ପାଇଁ ଠେଲା-ପେଲା, ସାରା ରାଜ୍ୟରେ ନାଫେଡ୍ ବାଣ୍ଟୁଛି ୨୫ ଟଙ୍କାରେ।
୫-RBIରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ପ୍ରସଙ୍ଗ, EOW ନିଜ ତରଫରୁ ଚଳାଇଛି ତନାଘନା।
୬-ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।ପ୍ରମୋଦ ଭଗତଙ୍କୁ ୨କୋଟି ଟଙ୍କା ଓ ସୌନ୍ଦର୍ଯ୍ୟ କୁମାରଙ୍କୁ ଦେଢ କୋଟି ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
୭-କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ।
୮-ସୋଲାର ବିଶ୍ୱ କଂଗ୍ରେସରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ମାନୀତ।
୯-ଚଳିତ ମାସରେ ଝାରସୁଗୁଡ଼ାରୁ କଲକତା ଏବଂ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ହେବ।
୧୦-ଛତ୍ରପୁର: ଡ଼ଙ୍ଗା ଯୋଗେ କାଠ ଆଣିବାକୁ ଯାଇଥିବା ବେଳେ ତାମ୍ପରା ହ୍ରଦରେ ବୁଡି ଜଣେ ମହିଳା ମୃତ।
୧୧-ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକଙ୍କ ମାଡ଼, ପ୍ରଯୋଜକଙ୍କ ନାଁରେ ଖାରବେଳ ନଗର ଥାନାରେ ମାମଲା।
୧୨-ବିବାଦ ବଢିବା ପରେ ସାମ୍ୱାଦିକାଙ୍କୁ କ୍ଷମା ମାଗିଲେ ଟୁଟୁ ନାୟକ, କହିଲେ- ତୁମେ ମୋ ଝିଅ ବୟସର।
୧୩-ଭିଜିଲାନ୍ସ ଜାଲରେ ସାଲେପୁର ଗ୍ରାମ୍ୟ ପୂର୍ତ୍ତ ସଵଡିଭିଜନ ଆସିଷ୍ଟାଣ୍ଟ ଇଂଜିନିୟର୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍।
୧୪-ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ୭୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଉଠାଇ ନେଲା ପୋଲିସ, ଗାଁ ଏବେ ପାଖାପାଖି ଜନଶୂନ୍ୟ।
୧୫-ଆନନ୍ଦପୁର:ହାଇୱା-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ।
୧୬-ରାତିରେ ଘରେ ମୋବାଇଲ ଚାର୍ଜ ବସାଉଥିବାବେଳେ ରୁହନ୍ତୁ ସତର୍କ।ନଚେତ ଆପଣଙ୍କ ଆଜ୍ଞାତରେ ଢ଼ୋ କି ଫାଟିବ।
୧୭-୧୦ଲକ୍ଷର ବେଆଇନ ବାଣ ଜବତ, ୨ ଗିରଫ,ଭଦ୍ରକ ଜିଲା କେନ୍ଦୁଆପଦା ଓ ଅନ୍ନପାଳ ଗାଁରେ ଗ୍ରାମାଞ୍ଚଳ ଥାନା ପୁଲିସର ଚଢ଼ାଉ।
୧୮-କନ୍ଧମାଳ:ବସ୍କୁ ଅପେକ୍ଷା କରିଥିବା ବେଳେ ଚଢ଼ିଗଲା ବୋଲେରୋ, ବାପା ମୃତ, ପୁଅ ଗୁରୁତର।
୧୯-ଦୁବାଇ:ବିଦେଶରେ ନିଯୁକ୍ତି ପାଇଁ ଏନଏସଡିସି ଓ ଡିପି ଓ୍ୱାର୍ଲଡର ୱି ୱାନ୍ ମଧ୍ୟରେ ଚୁକ୍ତି : ଧର୍ମେନ୍ଦ୍ର ପ୍ରଧାନ।
୨୦-ଗୌହାଟୀ:୮ ଦିନିଆ ଭାରତ ଗସ୍ତରେ ଭୁଟାନ ରାଜା, ଆଜି ସେ ବିଶ୍ୱ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଅଭୟାରଣ୍ୟକୁ ପରିଦର୍ଶନ କରିବେ।
୨୧-ବିଶ୍ୱକପ ୨୦୨୩: ମଉଳିଲା ସେମିଫାଇନାଲ୍ ଆଶା, ଆଫଗାନିସ୍ତାନ ଠାରୁ ୭ ୱିକେଟ୍ରେ ହାରିଲା ନେଦରଲାଣ୍ଡ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏