ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଭଟିଆ ଛକ ନିକଟ ୧୬ନମ୍ବର ଜାତୀୟ ରାଜପଥ ପ୍ରଶାସନ ବାରମ୍ୱାର ତାଗିଦ୍ କରିଥିଲେ ମଧ୍ୟ ୧୬ ଜାତୀୟ ରାଜପଥରେ କଡରେ କରିଥିବା ଉଠା ଦୋକାନୀ ମାନଙ୍କ ଶାସକ କୁଜି ନେତାଙ୍କ ବଳରେ ମନମୁଖୀ ଚାଲିଥିଲା ବେଆଇନ ପ୍ରାର୍କିଙ୍ଗ।ଯାହାକି ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ରେ ବେଆଇନ ପାର୍କିଂ ପାଇଁ ବହୁ ଧନଜୀବନ ହାନି ଘଟୁଛି ଏବଂ ଛତିଆ କାକରା ଦୋକାନୀ ଆଗରେ ଯେଉ ଭଳି ଭାବରେ ଗାଡି ମାନଙ୍କର ଭିଡ଼, ଏବଂ ବିଗତ ଦିନରେ ମଧ୍ୟ ବହୁ ଧନ ଜୀବନ ଆଖି ପିଛୁଳାକେ ଚାଲି ଯାଏ ଜୀବନ,ଏନେଇ ବାରମ୍ବର ଖବର ପ୍ରସାରଣ ପରେ ବେଆଇନ ପାର୍କିଂ କୁ ନେଇ ଯାଜପୁର ଆରକ୍ଷୀ ଅଧିକ୍ଷକ ବିନୀତି ଅଗରୱଲା ଙ୍କ ନିର୍ଦ୍ଦେଶ କ୍ରମେ ବଡଚଣା ଓ ବୈରୀ ଥାନା ପୋଲିସ୍, ଚଣ୍ଡିଖୋଲ ପରିବହନ ବିଭାଗର ଅଧିକାରୀ ଓ( ଆର୍ ଟିଓ ) କର୍ମଚାରୀ, ଜାତୀୟ ରାଜପଥ ଅଧିକାରୀ ମିଳିତ ଉଦ୍ୟମ ରେ ଛତିଆ ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାଜପଥ ଉପରେ ଚଢ଼ଉ କରିଥିଲେ । ବେଆଇନ ଭାବେ ପାର୍କିଂ ହୋଇଥିବା ୪୧ଟି ଗାଡି ଉପରେ କୋଡ଼ିଏ ହଜାର ପାଞ୍ଚଶହ ଟଙ୍କାର ଜୋରିମାନା ଆଦାୟ ହେଇଥିଲା।
ସେହିପରି ୬୧ଟି ଗାଡ଼ିକୁ ରାସ୍ତା ଉପରୁ ହଟାଯିବାସହ ଚାଳକମାନ ଙ୍କୁ ଚେତାବନୀ ଦେଇ ଅଧିକାରୀ ମାନେ ଛାଡ଼ିଦେଇଥିଲେ। ଆଗାମୀ ଦିନରେ ଫୁଣି ଏଭଳି ଭାବେ ବେଆଇନ ପାର୍କିଂ ହେଲେ ଚଢ଼ଉ କରାଜିବ ବୋଲି ପୋଲିସ ପକ୍ଷରୁ କୁହାଯାଉଛି।
ଏଭଳି ଚଢ଼ଉ କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ସ୍ବାଗତ ଯୋଗ୍ୟ ବୋଲି ପ୍ରକାଶ ପାଉଛି ।