ମୁକ୍ତ ଆକାଶ ତଳେ ଚିତ୍ରାଙ୍କନ

ଜୟପୁର ; ନୂଆ ପିଢୀର ଚିତ୍ରକରଙ୍କୁ ଉତ୍ସାହ ତଥା ପ୍ରେରଣା ଦେବା ନିମନ୍ତେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଓ୍ବାର ମହିଳା ଶାଖା ଦ୍ବାରା ଆଜି ଜୟପୁର ଚିତ୍ତବିନୋଦନ ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଥିଲା ଚିତ୍ରାଙ୍କନ ପ୍ରତିଯୋଗୀତା। ମୁକ୍ତାକାଶ ତଳେ ଜଗନ୍ନାଥ ସାଗର କୂଳେ ସତେଜ ସକାଳବେଳାରେ ବିଭିନ୍ନ ବର୍ଗର, ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରର ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜିତ ଏଇ ଚିତ୍ରାଙ୍କନ ପ୍ରତିଯୋଗୀତାରେ ବୟସ୍କ ତଥା ଅଭିଜ୍ଞ ଚିତ୍ରକରମାନେ ମଧ୍ୟ ସାମିଲ ହୋଇଥିଲେ। ଉଦେଶ୍ୟ ଥିଲା ନୂଆ ପିଢୀଙ୍କୁ ଉତ୍ସାହିତ କରିବା।

ଏଥରର ଚିତ୍ରାଙ୍କନର ବଷୟ ଥିଲା ମୁଁ ଆଉ ମୋ ପରିବେଶ, ଏଥିରେ ବିଦ୍ୟାଳୟ ସ୍ତରରୁ 244 ଜଣ, ମହା ବିଦ୍ୟାଳୟ ସ୍ତରରୁ 45 ଜଣ ଏବଂ ତାଲିମ ନେଉ ଥିବା ବିଦ୍ୟାର୍ଥୀ 5 ଜଣ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ସହ ଜୟପୁରର ଅଭିଜ୍ଞ ଚିତ୍ରକରମାନେ 12 ଜଣ ଯୋଗ ଦେଇ, ପରିବେଶ ପ୍ରତି ସେମାନଙ୍କ ଅନ୍ତରଙ୍ଗ ଭାବନାକୁ ନିଜ ଚିତ୍ରରେ ରଙ୍ଗ ଭରିଥିଲେ। ଶତାଧିକ ଚିତ୍ରକରଙ୍କୁ ଏକାଠି ହୋଇ ନିଜ ନିଜ ଭାବନାକୁ ସୁନ୍ଦର ଚିତ୍ରର ରୂପ ଦେବା ଦେଖି ଅବିଭାବକ, ନିମନ୍ତ୍ରିତ ଅତିଥୀ ତଥା ଆୟୋଜକଙ୍କ ମନରେ ଖୁସୀର ଲହରୀ ସଂଚରୀ ଯାଇଥିଲା।

ଏହି ପ୍ରତିଯୋଗୀତାର କନିଷ୍ଠ ବର୍ଗରେ ଜି.ସତ୍ୟମ ଆଚାରୀ, ପ୍ରଥମ, ଜୁନାରୀୟା ତବାସୁମ, ଦ୍ବିତୀୟ, ତନ୍ବିଷା ତନୁଶ୍ରୀ ପଣ୍ଡା ତୃତୀୟ ସ୍ଥାନର ବିଜେତା ହୋଇଥିବା ବେଳେ ଶ୍ବେତା ସିଂ ସାନ୍ତନ୍ନାମୂଳକ ପୁରଷ୍କାର ଦିଆଯାଇଥିଲା। ସେହିପରି ବରିଷ୍ଠ ବର୍ଗରେ ଜି.କାବ୍ୟା ପ୍ରଥମ, ଶ୍ରୀପଦ୍ମା ସାହୁ ଦ୍ବିତୀୟ, ସ୍ମୁତୀ ପାଢୀ ତୃତୀୟ ସ୍ଥାନର ବିଜେତା ହୋଇଥିବା ଏବଂ ତାଲୀମପ୍ରାପ୍ତ ବର୍ଗରେ ବର୍ଗରେ ସ୍ବହେବ ଗୌଡ ପ୍ରଥମ, ଧରଣୀଧର ନାୟକ ଦ୍ବିତୀୟ, ତାପସ ରଂଜନ ପଣ୍ଡା ତୃତୀୟ ସ୍ଥାନରବିଜେତା ହୋଇଥିଲେ। 

ମୂଖ୍ୟ ଅତିଥି ଭାବେ ଜୟପୁର ପୌର ନିର୍ବାହୀଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ରୂପେ ଶ୍ରୀ ନରେନ୍ଦ୍ର ପଟ୍ଟନାୟକ, ଶ୍ରୀ ଶଶୀଭୂଷଣ ପଟ୍ଟନାୟକ ଏବଂ ଶ୍ରୀ ପ୍ରକାଶ ନାୟକ ଯୋଗ ଦେଇ ବିଜେତା ଚିତ୍ରଶୀଳ୍ପୀମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ। ଏଇ ଚିତ୍ରାଙ୍କନ ପ୍ରତିଯୋଗୀତାରେ ବିଚାରକ ଭାବେ ସର୍ବଶ୍ରୀ ଯୁଧିଷ୍ଠିର ମଲ୍ଲିକ, ବୁଲୁ ଅମାୟିକା, ପି.ଶ୍ରୀନିବାସ, ପଦ୍ମଚରଣ ଚୈଧୁରୀ, ସୁନୀଲ ସାଗର, ଦିନେଶ ସାହୁ ଏବଂ ପ୍ରଭାକର ମହାରଣା ପ୍ରମୁଖ ମୂଲ୍ୟାଙ୍କନ କରିଥିଲା ବେଳେ ଏକ ସଂଗୀତମୟ ପରିବେଶରେ ପୁରସ୍କାର ବିତରଣୀ ଉତ୍ସବର ଆୟୋଜନ କରାଯାଇଥିଲା, ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ସନାତନ ପୁରୋହିତ ଦାଶ ନିଜ ସୁଲଳିତ କଣ୍ଠର ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଥିଲା ବେଳେ ବଂଶୀର ମୁର୍ଚ୍ଚନାରେ ଦର୍ଶକଙ୍କୁ ଭିନ୍ନ ଏକ ଜଗତକୁ ନେଇ ଯାଇଥିଲେ ବଂଶୀବାଦକ ଶ୍ରୀ ରବୀନ ମହାନନ୍ଦିଆ। ଆଉ ପତ୍ରିଯୋଗୀଙ୍କୁ ଚିତ୍ରାଙ୍କନ ସମ୍ପର୍କରେ ଉଦ୍ବୋଧନ ଦୋଇଥିଲେ ଯୁବ ଚିତ୍ରକର ଶ୍ରୀ ବିଶାଲ ପଟ୍ଟନାୟକ ଏକ ଶ୍ରୀମତୀ ମନୋସ୍ବିନୀ ମହାରଣା। ସିଓ୍ବାର ମହିଳା ଶାଖା ସଂପାଦିକା ଶ୍ରୀମତୀ ବିଜୟାଲଷ୍ମୀ ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲାବେଳେ କାର୍ଯକ୍ରମ ଆୟୋଜନରେ ସାମିଲ ହୋଇଥିଲେ ସଭାନେତ୍ରୀ ସୁମନ ମୁନ୍ଦା, ମମତା ନାୟକ, ବାଣୀ ପଟ୍ଟନାୟକ, ମମତା ଦାଶ, ଜୟା ମିଶ୍ର, ଗୀତାରାଣୀ ପଣ୍ଡା, ସୁନିତା ପଟ୍ଟନାୟକ, ସଂଧ୍ୟାରାଣୀ ପଟ୍ଟନାୟକ, ମଧୁସ୍ମୀତା ମହାପାତ୍ର, ଭୂଲଷ୍ମୀ ଆଚାରୀ, ମମତାଜ୍ଞଳୀ ପାତ୍ର, ମମତା ମହାପାତ୍ର, କେ.ଦିବ୍ୟା, ଶୁଭସ୍ମିତା ସାନ୍ତ୍ରା,ମମତା ସାହୁ, ସଂଯୁକ୍ତା ଷଢଙ୍ଗୀ, ମାମାଲୀ ନାୟକ। ଆଗାମୀ ଦିନରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରାଙ୍କନ କର୍ମଶାଳା ଆୟୋଜନ କରିବାର ଲଷ୍ୟ ରଖାଯାଇଥିବା ସଂମ୍ପର୍କରେ ମଧ୍ୟ ସିଓ୍ବା ଅନୁଷ୍ଟାନ ପକ୍ଷରୁ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.