ମୋବାଇଲ ଚୋରି ମାମଲା,  ୯ ଗିରଫ

ଜୟପୁର ; ଚୋରା ମୋବାଇଲ ରାକେଟ ର ପର୍ଦାଫସ କରିଛି ବିସିଂହପୁର ପୋଲିସ । ପୋଲିସ  ମୋବାଇଲ ଚୋର  ସମେତ ଚୋରି ମୋବାଇଲ କିଣିଥିବା ମୋଟ  ୯ଜଣ  ସଦସ୍ୟଙ୍କୁ ଗିରଫ କରି  ଏମାନଙ୍କ ଠାରୁ  ୧୨ଟି ଚୋରି ମୋବାଇଲ , ଜବତ କରିଛି ପୋଲିସ।  ଗତ ଫ୍ରେବୁୟାରୀ ମାସ ରେ ଭାତପାଇ ଗୁଡା ଗ୍ରାମର ଗୋଟିଏ ଦିନରେ ୧୧ ଟି ମୋବାଇଲ ଚୋରି ହୋଇଥିବା ନେଇ ବିସିଂହପୁର  ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା।ଅଭିଯୋଗ ପରେ ପୋଲିସ ଚୋରି ମୋବାଇଲ ନମ୍ବର କୁ ଟ୍ରାକ କରି ତଦନ୍ତ ଚାଇଥିଲା।ଗତ ୨୪ ତାରିଖ ଦିନ କୁମୁଲି ଗ୍ରାମରୁ ମଧ୍ୟ ଏକ ବାଇକ ଓ ଗୋଟେ  ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଦୁଇଟି ଯାକ ସ୍ଥାନରେ ଏ କେ.ପି ରାଓ  ନାମକ ବ୍ୟକ୍ତି ଚୋରି କରିଥିଲା ।ଚୋର ଜଣକ ବିସିହାପୁର ଥାନା ଚାରମୂଳା ଗ୍ରାମ ର ବୋଲି ଜଣା ପଢ଼ିଛି। ସେ ଦୀର୍ଘ ଦିନ ହେବ ମୋବାଇ ଓ ବାଇକ ଗୁଡିକୁ ଚୋରି କରି ଲୋକଙ୍କୁ କମ ଦାମ ରେ ବିକ୍ରି କରି ଆସୁଥିଲା। ଏ ଚୋର କୁ ପୋଲିସ ଧରିବା ପରେ ସମସ୍ତ ଚୋରା ମୋବାଇଲ କିଣିଥିବା  ୮ଜଣବ୍ୟକ୍ତି ଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଏହି ଚୋର ମୋବାଇଲ ରାକେଟ ମାମଲା ରେ ଜଣେ  ପୋଲିସ କର୍ମଚାରୀଙ୍କ ପୁଅଙ୍କୁ ମଧ୍ୟ ଗତକାଲି ଅଟକ ରଖି  ପଚରା ଉଚାରା ପରେ ଛାଡିଦେଇଛିଛି ପୋଲିସ।ଯାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏକ ପ୍ରେସମିଟ  କରି ବୋରିଗୁମ୍ମା SDPO  ଘଟଣାର ସୂଚନା ଦେଇଛନ୍ତି। ଏମାନଙ୍କ ଠାରୁ  ଦୁଇଟି ଚୋରି ଘଟଣା ର ୧୨ ଟି ମୋବାଇଲ ସହିତ ଚୋରି ହୋଇଥିବା ବାଇକ ମଧ୍ୟ ଉଦ୍ଧାର କରିଛି ବିସିଂହ ପୁର ପୋଲିସ।ଏହି ଚୋର ଜଣକ ନାମରେ ପୂର୍ବରୁ ଅନେକ ଚୋରିମାମାଲାରେ ଜଡିତ ଥିବା ବୋରିଗୁମ୍ମା ଏସ ଡି ପି ଓ  ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି।

Leave A Reply

Your email address will not be published.