ଜୟପୁର ; ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି କୋରାପୁଟ ର ଅଳସୀ କ୍ଷେତ l ଶୀତ ର ଆଗମନ ରେ କୋରାପୁଟ ର ସୌଧର୍ଯ୍ୟ ଉପଭୋଗ କରିବା ସହିତ ରାସ୍ତା କଡରେ ରହିଥିବା ଅଳସି କ୍ଷେତ ରେ ଜମୁଛି ପର୍ଯ୍ୟଟକ ଙ୍କ ଭିଡ଼ lକୋରାପୁଟ ଜିଲ୍ଲାରେ ଶୀତ ସକାଳରେ ମତୁଆଲା କରୁଛି ଅଳସୀ ଫୁଲର କ୍ଷେତ । ଅଳସୀ ଫୁଲର କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣୁଛି । ଶୀତର ଆଗମନରେ କୌରାପୁଟର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଅଳସି ଫୁଲ ସୌନ୍ଦର୍ଯ୍ୟକୁ ବିଗୁଣିତ କରୁଛି । ସୁନାର ଚାଦରରେ ଘୋଡ଼ି ହୋଇ ହସୁଛି ପ୍ରକୃତି ରାଣୀ । ଅଳସୀ ଫୁଲର କ୍ଷେତ ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହରି ତରଙ୍ଗାୟିତ କରେ ସମଗ୍ର ପରିବେଶକୁ। ସୂର୍ଯ୍ୟଙ୍କ କିରଣରେ ଆକାଶ ସୁନେଲା ଦେଖାଯାଉଥିବା ବେଳେ କୋରାପୁଟ ମାଟିରେ ଫୁଟିଥିବା ଅଳସୀ ଫୁଲର କ୍ଷେତ ପ୍ରକୃତିକୁ ସୁନାର ନାଦରରେ ଘୋଡ଼େଇ ଦେଇଥିବା ପରି ଭ୍ରମ ସୃଷ୍ଟି କରୁଛି। କୋରାପୁଟରେ ଅଳସୀ କ୍ଷେତ୍ର ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ଼ ଆଉ ଏହା ସହ ଅଳସି ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପର୍ଯ୍ୟଟକଙ୍କୁ ମତୁଆଲା କରୁଛି ।
ସକାଳରେ କୁହୁଡ଼ିର ପତଳା ଚାଦରରେ ଘୋଡ଼େଇ ହୋଇ ରହିଛି କୋରାପୁଟ । ଆଉ ଏହାରି ଭିତରେ ଆଖି ଯେଉଁ ଆଡେ ବୁଲାଇଲେ ଦେଖିବାକୁ ମିଳୁଛି ସବୁଜିମାରେ ପରିପୂର୍ଣ ପାହାଡ଼ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ଅଳସୀ ଫୁଲ ଉପରେ ପଡୁଥିବା ସୂର୍ଯ୍ୟଙ୍କ ପହିଲି କିରଣ ପୂରା ପରିବେଶକୁ ମଡୁଆଲା କରୁଛି ଏହି ଅଳସୀ ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହେବା ପାଇଁ ଜିଲ୍ଲାରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ସମସ୍ତେ ଅଟକି ଯାଇଛନ୍ତି ଅଳସୀ ସହିତ ଫଟୋ ଉଠାଇବା ପାଇଁ | ଅଳସୀ ସହ ଶୀତ ଦିନ କୋରାପୁଟ ହୋଇଥାଏ ଆର ସୌନ୍ଦର୍ଯ୍ୟମୟ ପ୍ରକୃତି କୁ ଦେଖିବା ପାଇଁ ଓଡିଶା ଓ ଓଡିଶା ବାହାରୁ ପର୍ଯ୍ୟଟକ ଆସନ୍ତି । ଜିଲ୍ଲାରେ କୋରାପୁଟ,ଦାମନଯୋଡି, ସୁନାବେଡା, ସେମିଳିଗୁଡା ଅଞ୍ଚଳର ଅଳସୀ ସୁର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା କଡରେ ରହିଥିବା ଅଳସି କ୍ଷେତରେ ଦିନ ୩ ଟା ହେଲେ ପର୍ଯ୍ୟଟକ ଙ୍କ ସମେତ ପଥ ଚାରୀଙ୍କ ସେଲ୍ଫି ସ୍ଥଳୀ ପାଲଟିଛି ଅଳସି ଖେତ କିଏ ସେଲ୍ଫି ନେଉଛି ତ ଆଉ କିଏ ରିଲସି କରୁଛି l ଛୋଟ ଠାରୁ ପ୍ରାପ୍ତ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅଳସି ର ମତୁଆଲା ରେ ବିମୋହିତ ହେଉଛନ୍ତି l ଅନ୍ୟ ଦିନ ଅପେକ୍ଷା ରବିବାର ଦିନ ଅଳସି କ୍ଷେତ ରେ ଭିଡ଼ ଦେଖିବା ପାଇଁ ମିଳୁଛି l