ବରଗଡ଼ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପାଦଦେଶରେ , ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ରୁ ଅନତି ଦୂରରେ ରହିଛି ମାଁ ରଣେଶ୍ୱର ରାମଚଣ୍ଡୀ ଦେବୀ ଙ୍କର ଏକ ସୁନ୍ଦର ମନ୍ଦିର । କୁଳିତା ସମାଜ ର ଆରାଧ୍ୟ ଦେବୀ ମାଁ ରାମଚଣ୍ଡୀ ଙ୍କର ଏହି ମନ୍ଦିର କୁ ପ୍ରତେକ ଦିନ ରାଜ୍ୟର ତଥା ପଡୋଶୀ ଛତିଶଗଡ଼ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ତଥା ଶ୍ରଦ୍ଧାଳୁ ମାଁ ଙ୍କର ଦର୍ଶନ ପାଇଁ ଆସିଥାନ୍ତି । କୁଳିତା ସନଜ ର ଅଧିକାଂଶ ସାମାଜିକ ତଥା ପବିତ୍ର କାର୍ଯ୍ୟ ଏହି ମନ୍ଦିର ପ୍ରାଙ୍ଗଣରେ ସଂମ୍ପନ୍ନ କରାଯାଇଥାଏ । ଗତ କିଛି ମାସ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଶ୍ରୀ ଭି କେ ପଣ୍ଡିୟନ ନୃସିଂହନାଥ ଗସ୍ତରେ ଆସିଥିବା ସମୟରେ , କୁଳିତା ସମାଜ ତରଫରୁ ମାଁ ରାମଚଣ୍ଡୀ ମନ୍ଦିର ର ବିକାଶ ପାଇଁ ଏକ ଆବେଦନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ଧେଶ୍ୟରେ ପ୍ରଦାନ କରାଯାଇ ଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନଜର କୁ ଏହି ଆବେଦନ ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ ଙ୍କର ସ୍ୱତନ୍ତ୍ର ସହାୟତା ପାଣ୍ଠି ରୁ 68 ଲକ୍ଷ ରୁ ଉର୍ଦ୍ୱ ଟଙ୍କା ମନ୍ଦିର ର ପୁନରୁଦ୍ଧାର ଓ ରକ୍ଷଣା ବେକ୍ଷଣ ପାଇଁ ପ୍ରଦାନ କରାଯାଇଥିଲା । ଏହି ଟଙ୍କାରେ ଏକ ଭବ୍ୟ ପ୍ରବେଶ ଦ୍ୱାର , ଏକ ଯଜ୍ଞମଣ୍ଡପ , ମୁଖ୍ୟ ପ୍ରବେଶ ଦ୍ୱାରା ରୁ ମନ୍ଦିର ପର୍ଯନ୍ତ ସୁନ୍ଦର ରାସ୍ତା , ମନ୍ଦିର ଚାରିପଟେ ପାଚେରୀ , ସୁନ୍ଦର ଆଲୋକ ବ୍ୟବସ୍ଥା , ପାନୀୟ ଜଳ ବ୍ୟବସ୍ଥା ସହିତ ଅନେକ ଜର୍ୟ୍ଯ ସମ୍ପାଦନ କରାଯିବା ର ପ୍ରସ୍ତାବ ରହିଛି
ଆଜି ଏହି ସବୁ କାର୍ଯର ଶୁଭାରମ୍ଭ ପାଇଁ କୁଳିତା ସମାଜର ସମଗ୍ର ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ , ତଥା ପଡୋଶୀ ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କୁଳିତା ସମାଜ ର ଅନେକ ବରିଷ୍ଠ ମାନ୍ୟଗଣ ବ୍ୟକ୍ତି ତଥା ସମାଜର କର୍ମକର୍ତ୍ତା , ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ଉପସ୍ଥିତିରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା , ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ରେ ପୂଜାର୍ଚ୍ଚନା କରି କାର୍ୟ୍ଯ ପାଇଁ ଭୂମିପୂଜନ କରିବା ସହିତ ଶିଳାନ୍ୟାସ କରିଥିଲେ । ଏହି ଅବସରରେ କୁଳିତା ସମାଜ ଦ୍ୱାରା ଅୟୋଜିତ ସଭାରେ ପ୍ରଥମେ ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ତଥା ଶ୍ରୀ ମହେନ୍ଦ୍ର ବଢ଼େଇ ଙ୍କର ଫୋଟୋ ରେ ପୁଷ୍ପ ଅର୍ପଣ କରାଯାଇ ସଭା କାର୍ୟ୍ଯ ଆରମ୍ଭ ହୋଇଥିଲା । ସଭାରେ କୁଳିତା ସମାଜ ର କର୍ମକର୍ତ୍ତା ମନେ ମାନ୍ୟବର ବିଧାୟିକା ଙ୍କୁ ସମ୍ମାନିତ କରିବା ସହିତ ଭବିଷ୍ୟତ ରେ ମନ୍ଦିର ର ଉନ୍ନତି ପାଇଁ ଆହୁରି ପ୍ରୟାସ କରିବେ ବୋଲି ଅନୁରୋଧ କରିଥିବା ବେଳେ ନିଜର ଅଭିଭାଷଣ ରେ ବିଧ୍ୟାୟିକା ଦମାଜିକ ଏକତା ଓ ନାରୀ ଶିକ୍ଷା ଉପରେ ନିଜର ମତ ରଖିବା ସହିତ ଭବିଷ୍ୟତରେ ସମାଜ ର ଯାହା ବି ଆବଶ୍ୟକତା ରହିବ ତାକୁ ପୂର୍ଣ କରିବାର ପ୍ରୟାସ କରିବେ ବୋଲି କହିଥିଲେ ।
ମନ୍ଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଅର୍ଥ ପାଇଁ ତାଙ୍କୁ ସମାଜ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା , ଏହି ସଭା ଓ କାର୍ଯ୍ୟକ୍ରମ ରେ ସମାଜ ର ବରିଷ୍ଠ ସଭ୍ୟ ତଥା ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ , ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ , ସୋହେଲା ର ବିଶିଷ୍ଟ ସମାଜସେବୀ ବରିଷ୍ଠ ଶ୍ରୀ ଗଣତନ୍ତ୍ର ପ୍ରଧାନ ଙ୍କର ସମେତ ପାଇକମାଲ ବିଡ଼ିଓ ଶ୍ରୀ ପ୍ରଫୁଲ୍ଲ କୁମାର ଓଦୋ , ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , କୁଳିତା ସମାଜ ର ସମସ୍ତ ବରିଷ୍ଠ ତଥା ଯୁବ କର୍ମକର୍ତ୍ତା , ବହୁ ସଂଖ୍ୟାରେ ମାଁ ଭଉଣୀ ମାନେ ଉପସ୍ଥିତ ଥିଲେ ।।