ଖବର ସାରାଂଶ….ତାରିଖ: ୧୬-୧୧-୨୦୨୩/ଗୁରୁବାର
୧–କୋହଲି-ଶ୍ରେୟାଂସଙ୍କ ପରେ ଶାମି ଝଡ଼ରେ ନ୍ୟୁଜିଲାଣ୍ଡ ଧରାଶାୟୀ, ୧୨ ବର୍ଷ ପରେ ଫାଇନାଲ୍ରେ ଭାରତ।
୨-ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆରେ କଲେ ସର୍ବାଧିକ ୫୦ ଶତକ।
୩-ଭୁବନେଶ୍ୱର:ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ୧୫୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ୍।
୪-ରୋଲ୍ ମଡେଲ ହେଲା ଓଡିଶା, ସାରା ଦେଶରେ ରାଜସ୍ବ ବଳକା ଭାବେ ୧ ନମ୍ବର ରାଜ୍ୟ।
୫-ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ମରାମତି ମାମଲା, ଆଜି ଠାରୁ ନାଟ ମଣ୍ଡପର ମରାମତି କାର୍ଯ୍ୟ ଆରମ୍ଭ।
୬-ଫୁଲବାଣୀ:ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା।
୭-ଓଡ଼ିଶାରେ ପିଏମ୍ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ଥର ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ।
୮-ଭୁବନେଶ୍ୱର:ସରକାରଙ୍କ ନାଲି ଆଖି ସତ୍ତ୍ୱେ ଦୁର୍ବାର ଆନ୍ଦୋଳନ, ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଦିଦି।
୯-ଲୋୟର ପିଏମଜିରେ ଆଧ୍ୟାତ୍ମିକ ପରିବେଶ, ୫ ଦଫା ଦାବି ନେଇ ସଂକୀର୍ତ୍ତନ କଳାକାରଙ୍କ ଆନ୍ଦୋଳନ।
୧୦-ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଡିପ୍ରେସନରେ ପରିଣତ, ଆଜିଠୁ ବଢିବ ବର୍ଷା ପରିମାଣ।
୧୧-ବୁଲା କୁକୁର କାମୁଡ଼ିଲେ ସରକାର ଦେବେ ଜରିମାନା, ପୀଡ଼ିତଙ୍କୁ ମିଳିବ ଦାନ୍ତ ଗୋଟି ୧୦ ହଜାର:ପଞ୍ଜାବ ଓ ହରିୟାଣା ହାଇକୋର୍ଟ।
୧୨-କଟକ:କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା:୨୩ ଜଣଙ୍କୁ ଉଚ୍ଚ ନ୍ୟାୟାଳୟରୁ ଜାମିନ।
୧୩-ବଜାଜ ଫାଇନାନ୍ସ ଉପରେ ଆର୍ବିଆଇ ଛାଟ; ଇକମ ଓ ଇନଷ୍ଟା ଇଏମ୍ଆଇ କାର୍ଡରେ ଋଣ ଦେବା ବନ୍ଦ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ।
୧୪-୮ କୋଟିରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ଅନ୍ତର୍ଗତ ୧୫ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୧୫-ଜାମ୍ମୁ-କାଶ୍ମୀର ଡୋ ଡୋ ଜିଲ୍ଲାରେ ଖାଇକୁ ଯାତ୍ରୀବାହୀ ବସ୍ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୩୬।
୧୬-ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ: ନିଆଁ ଲାଗିବା ଦେଖି ତଳକୁ ଡେଇଁଲେ ଲୋକେ।
୧୭-ଭୁବନେଶ୍ୱର: ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନିର୍ବାଚନ ସାକ୍ଷରତା।
୧୮- ଦକ୍ଷିଣ ଆଫ୍ରିକା – ଅଷ୍ଟ୍ରେଲିଆ ଦ୍ବିତୀୟ ସେମିଫାଇନାଲ ଆଜି।
ଶୁଭ ସକାଳ, ଜୟ ଜଗନ୍ନାଥ। 🙏