ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ଜରଡା ଗ୍ରାମରେ ରାଜନୈତିକ ଆକ୍ରୋଶରୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ରାସୋଳ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଜରଡା ଗ୍ରାମର ସରୋଜ ପାଢ଼ୀ ନାମକ ଏକ ବ୍ୟକ୍ତି ବାଲିକିଆରୀ ତପୋବନ ଆଶ୍ରମକୁ ଫୁଲ ତୋଳିବାକୁ ଯାଇ ସେଠାରୁ ଘରକୁ ଫେରୁଥିବା ସମୟରେ ଜରଡା (ମୁଣ୍ଡିଆସାହି)ପାଣି ଟାଙ୍କି ସାମ୍ନାରେ ୨ ଅଜଣା ଯୁବକ ବାଇକ୍ ରେ ଆସି ତାଙ୍କ ଗୋଡ଼ ଓ ଡାହାଣ ହାତ କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ତଳେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତେବେ ଏହା ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଜ୍ଞାନରଞ୍ଜନ ଦାସ ସରପଂଚ ଜରଡା, ବାଲିକିଆରୀ ଗ୍ରାମର ଦୋଳଗୋବିନ୍ଦ ବେହେରା ଓ ଜରଡା ଗ୍ରାମର ଗୁରୁ ପ୍ରସନ୍ନ ପାଳ ନାମକ ୩ ଜଣ ବ୍ୟକ୍ତି ତାଙ୍କୁ ଜୀବନରୁ ମାରିଦେବାକୁ ପୂର୍ବରୁ ଧମକ ଦେଇଥିଲେ ବୋଲି ସରୋଜ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ପ୍ରକୃତରେ ଏହା ସତ୍ୟ ନା ମିଥ୍ୟା ପୋଲିସ୍ ର ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଦୀପକ କୁମାର ନାଏକ, ହିନ୍ଦୋଳ