ଖବର ଆଜିର….ତାରିଖ ୧୭/୧୧/୨୩, ଶୁକ୍ରବାର

୧-ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ, ପିଲାଙ୍କ ଭିତରେ ରହିଛି ଅସୀମ ପ୍ରତିଭା: ମୁଖ୍ୟମନ୍ତ୍ରୀ।

୨-ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହେବ କାମ।

୩-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ‘ମିଧିଲି’, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷା ସମ୍ଭାବନା।

୪-ଉପକୂଳ ଜିଲ୍ଲାକୁ ବର୍ଷା ଓ ପବନ ଭୟ,ଉଜୁଡିଯିବ ଚାଷ , ଚିନ୍ତାରେ ଚାଷୀ।

୫-ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପୱେ ଆଜି ଅପରାହ୍ନ ସମୟରେ ଉଦ୍‌‌ଘାଟନ ହେବ।

୬-ଭୁବନେଶ୍ୱର: ମିଲେଟ ଗବେଷଣା କରିବେ ସ୍କୁଲ ପିଲା, ଗାଁ ରେ ବୟସ୍କଙ୍କ ଠାରୁ ଶୁଣିବେ ଇତିହାସ।

୭-ଭୁବନେଶ୍ୱର:ଶୀତ ଫେରିଛି, ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ, ବୁଲାବୁଲି ସାଙ୍ଗକୁ ଜମିବ ମଜା ମସ୍ତି।

୮-ଯାଜପୁର : ଭିଜିଲାନ୍ସ ଜାଲରେ ଫସିଲେ କବିରପୁର ସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲ କିରାଣି ମହେଶ୍ୱର ସାମଲ।

୯-ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି, ଗର୍ଭଗୃହକୁ ମୋବାଇଲ ନେବା ଓ ଫଟୋ ଉଠାଇବା ମନା।

୧୦-ଫୁଲବାଣୀ:ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ।

୧୧-ଆମିଷମୁକ୍ତ ହେବ ଆଧ୍ୟାତ୍ମିକ ନଗରୀ ପୁରୀ ବଡ଼ଦାଣ୍ଡ, ଜୋର ଧରିଲା ଦାବି !

୧୨-ଡ୍ରଗସ୍ ବେପାର କରୁଥିଲେ ଦାନ୍ତ ଡାକ୍ତର ନିଗମାନନ୍ଦ ଖଟୁଆ, ଜେଲ୍ ପଠାଇଲା ଯାଜପୁର ପୋଲିସ୍‌।

୧୩-କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁ:ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲା; ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ।

୧୪-ମାହାଙ୍ଗା:କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଡଙ୍ଗା ତିଆରିରେ ଲାଗିପଡିଛନ୍ତି ମାଳି ପରିବାର, ହେଲେ ପରିଶ୍ରମ ଅନୁଯାୟୀ ମିଳୁନି ଲାଭ।

୧୫-କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା।

୧୬-ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ଆଲୋଚନା।

୧୭-ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ।

୧୮-ସଂଘର୍ଷ କରି ହାରିଲା ଦକ୍ଷିଣ ଆଫ୍ରିକା, ଅଷ୍ଟମ ଥର ଫାଇନାଲ୍‌ରେ ପ୍ରବେଶ କଲା ଅଷ୍ଟ୍ରେଲିଆ।

୧୯-ନୂଆ ଦିଲ୍ଲୀ: ପଞ୍ଚଭୂତରେ ବିଲୀନ ସୁବ୍ରତ ରୟ,ପୁଅ ଆସିଲେନି,ନାତି ଦେଲେ ମୁଖାଗ୍ନୀ।

୨୦-ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବଡ ସଫଳତା । ହସ୍ପିଟାଲ ଭିତରେ ଖୋଜି ବାହାର କଲା ହମାସର ବିଶାଳ ଆଡ୍ଡା।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.