ଓଡ଼ିଶା ଗସ୍ତରେ ୧୮ ଜଣିଆ କେରଳ ପୌର ପ୍ରତିନିଧି

ଭୁବନେଶ୍ଵର : କୋଲ୍ଲାମର ମେୟର ଶ୍ରୀମତୀ ପ୍ରସନ୍ନ। ଅର୍ନେଷ୍ଟଙ୍କ ନେତୃତ୍ବରେ ନିର୍ବାଚିତ ପୌର ପ୍ରତିନିଧି, ପୌର ଅଧିକାରୀ ଓ ସିଏମ୍ଏମ୍ୟୁ ବିଶେଷଜ୍ଞଙ୍କୁ ନେଇ୧୮ ଜଣିଆ ପ୍ରତିନିଧି ଦଳ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଏହି ପ୍ରତିନିଧି ଦଳରେ ଉନ୍ନୟନ ଓ କଲ୍ୟାଣ, ସ୍ୱାସ୍ଥ୍ୟ, ପୂର୍ତ୍ତ, ଟାଉନ ପ୍ଲାନିଂ, ଟିକସ ଆପିଲ କମିଟି, ଶିକ୍ଷା, କାଉନସିଲର, ନିର୍ବାହୀ ଯନ୍ତ୍ରୀ ଏବଂ ସ୍ୱଚ୍ଛ ପରିଚାଳକ ରହିଛନ୍ତି।

ସେମାନେ କଟକ, ଭୁବନେଶ୍ୱର ଓ ପୁରୀରେ ଥିବା ସେପ୍ଟେଜ୍, ସ୍ୱେରେଜ୍ ପ୍ରକଳ୍ପର ସର୍ବୋତ୍ତମ ଅଭ୍ୟାସ ସ୍ଥଳ ପରିଦର୍ଶନ କରିବେ। ଅମୃତ ଅଧୀନରେ ଏସଟିପି, ଏଫ୍‍ଏସଟିପି, ୨୪ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା, ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଆଣ୍ଡ ସିଟି ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଅନ୍ୟତମ ରାଜ୍ୟ। ଐତିହ୍ୟ ସଂରକ୍ଷଣ ମଧ୍ୟ ରାଜ୍ୟର ଏକ ଆକର୍ଷଣ ।

ସେମାନଙ୍କୁ କେରଳ ସରକାରଙ୍କ ରାଜ୍ୟ ମିଶନ ମ୍ୟାନେଜମେଣ୍ଟ ୟୁନିଟ୍ (ଅମୃତ) ସହଯୋଗ କରୁଛି। ସେଣ୍ଟର ଫର ଏନଭାଇରନମେଣ୍ଟ ଆଣ୍ଡ ଡେଭଲପମେଣ୍ଟ (ସିଇଡି) ପକ୍ଷରୁ ଏହି ଗସ୍ତ କରାଯାଉଛି।

ଟିମ୍ ପହଞ୍ଚିବା ପରେ ସିଇଡି ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ଵର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ। ୫-ଟି ଶାସନ ମନ୍ତ୍ର ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ସହରାଞ୍ଚଳ ଓଡ଼ିଶାରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ସେ ବକ୍ତବ୍ୟ ରଖିଥିଲେ।

ମେୟର ସ୍ମାର୍ଟ ସିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେୟର କୋଲ୍ଲାମ ଶ୍ରୀମତୀ ପ୍ରସନ୍ନ ଅର୍ନେଷ୍ଟ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଇଡି ବାବୁ ଅମ୍ବାତ୍ ଏବଂ କୋଲ୍ଲାମ ନିଗମର ସଚିବ ଅନୁ ଆରଏସ୍ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସିଇଡି ନିର୍ଦ୍ଦେଶକ ପ୍ରଦୀପ ହରିଚନ୍ଦନ ବୈଠକ ପରିଚାଳନା ଓ ସଂଯୋଜନା କରିଥିଲେ। ବୈଠକ ପରେ ପ୍ରତିନିଧିମାନେ କ୍ଷେତ୍ର ପରିଦର୍ଶନ ପାଇଁ କଟକ ସିଏମସି ଅଭିମୁଖେ ଯାତ୍ରା କରିଥିଲେ।

Leave A Reply

Your email address will not be published.