କ୍ୟାପଟେନ କାନ୍ଦନ୍ତି ନାହିଁ। ନଚେତ୍ ଆମେ କାନ୍ଦିବା

୨୦୧୧ ବିଶ୍ୱକପ୍ ର ଏକ ଅଂଶ ନୁହେଁ। ୨୦୧୯ ରେ ହାରିଯିବା ପରେ ଏବଂ ୨୦୨୩ ରେ ଅଧିନାୟକ ହେବା ପରେ ଫାଇନାଲ୍ ହରିଇବା ପରେ ଏହି ଲୁହ ଦେଖାଯାଇପାରିବ ନାହିଁ! ରୋହିତ ଶର୍ମା ହୃଦୟ ଜିତିଛନ୍ତି। ନିସ୍ୱାର୍ଥପର ଭାବରେ କ୍ୟାପଟେନ୍, ନା ଶତକ କିମ୍ବା ଅର୍ଦ୍ଧ ଶତକ ଦେଖିନଥିଲେ।

କେନ୍ ୱିଲିୟମ୍ସନ୍ଙ୍କ ପରି ରୋହିତ ଶର୍ମା ଏପର୍ଯ୍ୟନ୍ତ ଆଇସିସି ଟୁର୍ନାମେଣ୍ଟ ବିଜେତା ହୋଇପାରି ନାହାଁନ୍ତି। କିନ୍ତୁ ଗୋଟିଏ ମ୍ୟାଚ୍ ବିଜେତା ସ୍ଥିର କରେ ନାହିଁ। ରୋହିତ ଶର୍ମା ସମସ୍ତ ମ୍ୟାଚର ହିରୋ ହୋଇଛନ୍ତି। ନିଜେ ପ୍ରଥମ ୫ ଓଭରରେ ହିଟମ୍ୟାନ୍ ନିଜକୁ ତୋପ ଏବଂ ସ୍ପିଡ୍ ରାଜା ବୋଲି କହୁଥିବା ବୋଲରମାନଙ୍କୁ ଧରାଶାୟୀ କରିଛନ୍ତି। ପଡ଼ିଆର କୌଣସି କୋଣ ନାହିଁ ଯେଉଁଠାରେ ରୋହିତ ଶର୍ମା ଦୁନିଆର ଦ୍ରୁତତମ ବୋଲରଙ୍କ ବିପକ୍ଷରେ ୬ ଟି ଛକା ମାରି ନାହାଁନ୍ତି। କ୍ୟାପଟେନ କାନ୍ଦନ୍ତି ନାହିଁ। ନଚେତ୍ ଆମେ କାନ୍ଦିବା।

ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପ୍ ହାସଲ କଲା କଙ୍ଗାରୁ ଦଳ । ୨୦ ବର୍ଷ ପରେ ୨୦୦୩ ପରାଜୟର ପ୍ରତିଶୋଧ ପାଇଁ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୁଳିସାତ ହୋଇ ଯାଇଛି । ଏଥିସହ ତୃତୀୟ ଥର ପାଇଁ ଭାରତର ବିଶ୍ୱକପ୍ ବିଜୟ ସ୍ୱପ୍ନ ଅଧୁରା ରହିଯାଇଛି । ୬ ୱିକେଟ୍ରେ ଟିମ୍ ଇଣ୍ଡିଆକୁ ହରାଇ ଦେଇଛି ଅଷ୍ଟ୍ରେଲିଆ । ନିରାଶ ହୋଇଯାଇଛନ୍ତି ଭାରତର କୋଟି କୋଟି ପ୍ରଶଂସକ । ଯେଉଁ ଦମ୍ରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା ଭାରତ, ଶେଷରେ ତାହା ନୈରାଶ୍ୟଜନକ ଭାବେ ଶେଷ ହୋଇଛି । ୨୪୧ ରନ୍ ଟାର୍ଗେଟକୁ ପିଛା କରିଥିଲା ଅଷ୍ଟ୍ରେଲିଆ । ୪୩ ଓଭରରେ ମାତ୍ର ୪ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଛି କଙ୍ଗାରୁ ଦଳ । ଚଳିତ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା, ତାହା ଫଳ ଭୋଗିଛି ରୋହିତ ବାହିନୀ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ, ସବୁ ବିଭାଗରେ ଭାରତ ଠାରୁ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲା ପ୍ୟାଟ୍ କମିନ୍ସଙ୍କ ଦଳ । ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିବା ପରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଷ୍ଟ୍ରେଲିଆର ଦଳୀୟ ସ୍କୋର ୪୭ ରନ୍ ଥିବା ବେଳେ ୩ ୱିକେଟ୍ ହରାଇଥିଲା । ଯଶପ୍ରୀତ ବୁମରା ୨ଟି ୱିକେଟ୍ ଓ ମହମ୍ମଦ ସାମି ଗୋଟିଏ ୱିକେଟ୍ ନେବା ପରେ ବ୍ୟାକ୍ଫୁଟକୁ ଚାଲି ଯାଇଥିଲା କଙ୍ଗାରୁ ଦଳ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ୍ ଲାବୁସେନ୍ଙ୍କ ଯୋଡି ପାଳି ସମ୍ଭାଳିବା ସହ ଦଳକୁ ବିଜୟୀ କରାଇଥିଲେ । ଏକାକୀ ଟ୍ରାଭିସ୍ ହେଡ୍, ଭାରତର ସବୁ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ବିଶ୍ୱସ୍ତରୀୟ ବୋଲର ବୁମରା, ସାମି ଓ ସିରାଜ, ଏହି ଦୁଇ ବ୍ୟାଟରଙ୍କୁ ଆଉଟ କରିପାରିନଥିଲେ । ଟ୍ରାଭିସ ହେଡ ଲଢୁଆ ଶତକୀୟ ପାଳି ଖେଳି ଭାରତଠୁ ବିଜୟ ଛଡାଇ ନେଇଛନ୍ତି । ହେଡ ଓ ଲାବୁସେନଙ୍କ ଧୈର୍ଯ୍ୟପୂର୍ଣ୍ଣ ଓ ଚମକ୍ରାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି । ଟ୍ରାଭିସ ହେଡ ୧୩୭ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ଲାବୁସେନ ଅପରାଜିତ ୫୮ ରନ କରିଛନ୍ତି । ଫାଇନାଲ ମୁକାବିଲାରେ ଚମକ୍ରାର ପ୍ରଦର୍ଶନ କରିଥିବା ଟ୍ରାଭିସ ହେଡଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି । କୋହଲିଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ଘୋଷଣା କରାଯାଇଛି

Leave A Reply

Your email address will not be published.